ପଟ୍ଟାମୁଣ୍ଡାଇ ସଂଖ୍ୟାଲଘୁ ବସ୍ତି ୧୧ନଂ ୱାର୍ଡ ସ୍ଥିତି ବେହାଲ! ,ଘରେ ପାଣି ପଶି ଚୁଲି ଜାଳୁନି, ପରିବେଶ ଦୂଷିତ , ସଂକ୍ରାମକ ରୋଗ ବ୍ୟାପିବା ଆଶଙ୍କା

blank
ପଟ୍ଟାମୁଣ୍ଡାଇ ୨୪/୭-ସାମାନ୍ୟ ବର୍ଷା ହେଲେ ବଦଳିଯାଉଛି ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ୧୧ ନମ୍ବର ୱାର୍ଡ ସଂଖ୍ୟାଲଘୁ ବସ୍ତିର ଛବି। ଚାରିଆଡ଼େ ଖାଲି ପାଣି ଆଉ ପାଣି! ନାଳ-ନର୍ଦ୍ଦମା ସଫା ହେଉନଥିବାରୁ ଗନ୍ଧା ପାଣି ନିଗଡ଼ି ନଯାଇ ସିଧା ଲୋକଙ୍କ ଘର ଭିତରେ ପଶୁଛି।ଘର ଭିତରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିବା ଯୋଗୁଁ ଚୁଲିରେ ନିଆଁ ଟିକେ ଜଳୁନି କି ହାଣ୍ଡି ବସୁନି। ଛୋଟ ଛୋଟ ଛୁଆଙ୍କୁ ଧରି ବସ୍ତି ଲୋକେ ଭୋକ-ଉପାସରେ ଦିନ କାଟୁଛନ୍ତି।ଦୂଷିତ ପରିବେଶ ଯୋଗୁଁ ସଂକ୍ରାମକ ରୋଗ ବ୍ୟାପିବାର ଭୟ ସୃଷ୍ଟି ହୋଇଛି। ପ୍ରଶାସନିକ ଆନ୍ତରିକତାର ଅଭାବ ଯୋଗୁଁ ବସ୍ତିବାସିନ୍ଦା ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି।

blank
ସଂଖ୍ୟାଲଘୂ ବସ୍ତୀ ବାସିନ୍ଦା କହିବା ଅନୁଯାଇ ଆମେ କେତେଥର ପୌର ଅଧିକାରୀଙ୍କୁ ଜଣାଇଲୁଣି, ହେଲେ କେହି ଶୁଣୁନାହାନ୍ତି, ଘର ଭିତରେ ନାଳ କଳା ପାଣି ପଶିଛି। ନାଳ ସଫା ହେଉନି କି ପାଣି ଛାଡ଼ିବାକୁ ବାଟ ନାହିଁ। ନର୍ଦ୍ଦମାରେ ପାଇପ ଲାଇନ ଟ୍ୟାପ ଥିବାରୁ ପାନୀୟ ଜଳର ମଧ୍ୟ ଘୋର ଅଭାବ ଦେଖାଦେଇଛି।

blank

ଚାରିଆଡ଼େ ଅବର୍ଜନା ଓ ଦୂଷିତ ପାଣି ଜମି ରହିବା ଯୋଗୁଁ ପରିବେଶ ଅତ୍ୟନ୍ତ ଦୂଷିତ ହୋଇପଡ଼ିଛି। ଦୁର୍ଗନ୍ଧରେ ଆଖପାଖ ଅଂଚଳରେ ରହିବା ଅସମ୍ଭବ ହୋଇପଡ଼ିଥିବା ବେଳେ ସଂକ୍ରାମକ ରୋଗ ବ୍ୟାପିବା ନେଇ ବସ୍ତିବାସିନ୍ଦା ଆଶଙ୍କିତ ହୋଇପଡ଼ିଛନ୍ତି।ଏଭଳି ପରିସ୍ଥିତି ଲାଗି ରହିଲେ ମଶା ବଂଶ ବୃଦ୍ଧି ପାଇ ମ୍ୟାଲେରିଆ ଓ ଡେଙ୍ଗୁ ବ୍ୟାପିବାର ସମ୍ଭାବନା ରହିଛି । ରୋଗ ବ୍ୟାପିଲେ ଔଷଧ ପାଇଁ ପଇସା ନାହିଁ । ଦିନ ଦିନ ଧରି ବର୍ଷା ଜଳ ଘେରରେ ରହି ବସ୍ତି ଲୋକମାନେ ନର୍କ ଯନ୍ତ୍ରଣା ଭୋଗ କରୁଛନ୍ତି । ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ପଟ୍ଟାମୁଣ୍ଡାଇ ପୌର କତୃପକ୍ଷ ତୁରନ୍ତ ଦୀର୍ଘସ୍ଥାୟୀ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ଦାବୀ କରିଛନ୍ତି ।

Leave a Reply

Next Post

ଶେଷ ଆଡପ ଅଭଡା ପାଇଲେ ଭକ୍ତ

Fri Jul 24 , 2026
କେନ୍ଦ୍ରାପଡ଼ା,୨୪ା୭:କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ମାଉସୀ ମା’ ଘରେ ବା ଆଡପ ମଣ୍ଡପର ଶେଷ ଅଭଡା ଆଜି ପାଇଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁମାନେ। ଆଜି ଥିଲା ଶ୍ରୀଜୀଉଙ୍କ ମାଉସୀମା ଘରେ ଶେଷ ଦିନ। ମାଉସୀମା ଘରେ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ନିକଟରେ ଲାଗିହେବା ପରେ ଭକ୍ତମାନଙ୍କୁ ମିଳିଛି ଆଡପ ମଣ୍ଡପର ଶେଷ ଅଭଡା। ଶ୍ରୀଜୀଉଙ୍କ ବଡପଣ୍ଡା ମାଧବ ଚନ୍ଦ୍ର ପତ୍ରୀଙ୍କ ତତ୍ତ୍ୱ୍ୱାବଧାନରେ ସେବାୟତ ଚୂଇଁନନା ନିତିଆନୀ ଭୋଗ ପ୍ରସ୍ତୁତ କରି […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading