କେନ୍ଦ୍ରାପଡ଼ାରେ ନିଟ ପ୍ରସଙ୍ଗକୁ ନେଇ କଂଗ୍ରେସର ବିକ୍ଷୋଭ

blank

କେନ୍ଦ୍ରାପଡ଼ା ୨୩/୭ : ନିଟ ପ୍ରସଙ୍ଗକୁ ନେଇ ଦିଲ୍ଲୀରେ ହୋଇଥିବା ପ୍ରତିବାଦ ସମୟରେ ଛାତ୍ରଛାତ୍ରୀଙ୍କ ଉପରେ କଥିତ ପୋଲିସ ଆକ୍ରମଣ ଏବଂ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ କଂଗ୍ରେସ ନେତାମାନଙ୍କୁ ପୋଲିସ ଅଟକ ରଖିଥିବା ଘଟଣାର ପ୍ରତିବାଦରେ କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ପକ୍ଷରୁ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସର ସାଙ୍ଗଠନିକ ଉପସଭାପତି ସତ୍ୟପ୍ରିୟ ସାମଲଙ୍କ ନେତୃତ୍ୱରେ ତିନିମୁହାଣି ଛକରେ ଦଳୀୟ ନେତା ଓ କର୍ମୀମାନେ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଏବଂ ରାଜ୍ୟ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ପ୍ରତିବାଦକାରୀମାନେ ବିଭିନ୍ନ ସ୍ଲୋଗାନ ଦେବା ସହ ଦିଲ୍ଲୀର ଘଟଣାକୁ ତୀବ୍ର ନିନ୍ଦା କରିଥିଲେ। ଏହି ଅବସରରେ କଂଗ୍ରେସ ନେତାମାନେ କହିଥିଲେ ଯେ, ଗଣତନ୍ତ୍ରରେ ଛାତ୍ରଛାତ୍ରୀ ଓ ସାଧାରଣ ନାଗରିକଙ୍କର ନିଜ ଦାବି ଏବଂ ଅଧିକାର ପାଇଁ ଶାନ୍ତିପୂର୍ଣ୍ଣ ଭାବେ ସ୍ୱର ଉଠାଇବାର ସାମ୍ବିଧାନିକ ଅଧିକାର ରହିଛି। ସେହି ସ୍ୱରକୁ ବଳପୂର୍ବକ ଦମନ କରିବା ଗଣତନ୍ତ୍ର ପାଇଁ ବିପଦଜନକ ବୋଲି ସେମାନେ ଅଭିଯୋଗ କରିଥିଲେ। ପ୍ରତିବାଦକାରୀମାନେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏବଂ କଂଗ୍ରେସର ଅନ୍ୟ ନେତାମାନଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ମଧ୍ୟ ବିରୋଧ କରି ଅସନ୍ତୋଷ ପ୍ରକାଶ କରିଥିଲେ।

blank

ଦିଲ୍ଲୀରୁ ଉଠିଥିବା ଏହି ପ୍ରତିବାଦର ସ୍ୱର ଏବେ କେନ୍ଦ୍ରାପଡ଼ାରେ ମଧ୍ୟ ପ୍ରତିଧ୍ୱନିତ ହୋଇଛି। ଛାତ୍ରଛାତ୍ରୀଙ୍କ ଅଧିକାର ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ଆଗାମୀ ଦିନରେ ମଧ୍ୟ ସଂଗ୍ରାମ ଜାରି ରହିବ ବୋଲି କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ପକ୍ଷରୁ କୁହାଯାଇଛି। ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ସଂଯୋଜକ ପ୍ରଫୁଲ୍ଲ କୁମାର ଦାସ, ବରିଷ୍ଠ ନେତା ଧନେଶ୍ୱର ଦାସ ଓ ଫକୀର ଖଟୁଆ, ବ୍ଲକ କଂଗ୍ରେସ ସଭାପତି ପ୍ରକାଶ ମହାନ୍ତି, ଜ୍ୟୋତି ରଞ୍ଜନ ପରିଡ଼ା, ଶିକଂଶୁ ଲେଙ୍କା, ନଗର ସଭାପତି ଦିଲ୍ଲୀପ କୁମାର ପ୍ରଧାନ, କୋଷାଧ୍ୟକ୍ଷ ଭାଗୀରଥୀ ଜେନା, ସସ୍ମିତା ପଣ୍ଡା, ସନ୍ତୋଷ ବେହେରା, ସର୍ବେଶ୍ୱର ସେଠୀ, ଦାଶରଥୀ ସାହୁଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ ଯୋଗଦେଇଥିଲେ।

Leave a Reply

Next Post

ବାତ୍ୟା ଆଶ୍ରୟସ୍ଥଳୀ ଛାତରୁ ଖସିଲା ପ୍ଲାଷ୍ଟର, ଅଳ୍ପକେ ବର୍ତିଲେ ସ୍କୁଲ ପିଲା

Thu Jul 23 , 2026
ପଟ୍ଟାମୁଣ୍ଡାଇ ୨୩/୭ -ପଟ୍ଟାମୁଣ୍ଡାଇ ବ୍ଲକ୍ ଅନ୍ତର୍ଗତ ଖଡିଅଂଟା ସ୍କୁଲ ନିକଟରେ ଥିବା ବିପଦପୂର୍ଣ୍ଣ ବାତ୍ୟା ଆଶ୍ରୟସ୍ଥଳୀରେ ଗୁରୁବାର ସକାଳେ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି। କୋଠାର ଛାତରୁ ହଠାତ୍ ସିମେଂଟ ପ୍ଲାଷ୍ଟର ଖସିପଡ଼ିବା ବେଳେ ସେଠାରେ ଖେଳୁଥିବା କୁନିକୁନି ସ୍କୁଲ ଛାତ୍ରୀଛାତ୍ରମାନେ ଅଳ୍ପକେ ବର୍ତିଯାଇଛନ୍ତି। ହଠାତ ସିମେଂଟ ଖଣ୍ଡ ଖସିଲା ବେଳେ ପିଲାମାନେ ସେଠାରୁ କିଛି ଦୂରକୁ ଚାଲି ଯାଇଥିବାରୁ କୌଣସି ଅପ୍ରୀତିକର ଘଟଣା ଘଟିନାହିଁ। ହେଲେ ଏହି ଘଟଣା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading