ପଟ୍ଟାମୁଣ୍ଡାଇରେ ଛାତ୍ରାଓଁ କି ଗୁଞ୍ଜ ଅଭିଯାନ
ଶିକ୍ଷା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ କଂଗ୍ରେସର ଟାର୍ଗେଟ

ପଟ୍ଟାମୁଣ୍ଡାଇ ୨୨/୭ – ଦେଶରେ ଶିକ୍ଷା ପ୍ରସଙ୍ଗକୁ ନେଇ ରାଜନୈତିକ ତାତି ବଢ଼ିଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଦିଲ୍ଲୀର ଯନ୍ତରମନ୍ତର ଠାରେ ଛାତ୍ରୀଛାତ୍ରଙ୍କ ବିକ୍ଷୋଭକୁ କଂଗ୍ରେସ ସମର୍ଥନ କରି ରାଜରାସ୍ତାକୁ ଓହ୍ଲାଇଛି । ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା, ବାରମ୍ବାର ପେପର ଲିକ୍ ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଚାଲିଥିବା ଅନିୟମିତତାକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ସଂଗ୍ରାମକୁ ଆହୁରି ତୀବ୍ରତର କରିବାକୁ କଂଗ୍ରେସ ଘୋଷଣା କରିଛି । ଏହି ପରିପ୍ରେକ୍ଷୀରେ ବୁଧବାର ପଟ୍ଟାମୁଣ୍ଡାଇ ଡିଭାଇନ ପ୍ୟାଲେସରେ ଛାତ୍ରୋଂ କି ଗୁଞ୍ଜ ଅଭିଯାନ ମାଧ୍ୟମରେ ଏକ ବିଶାଳ ଜନସମ୍ପର୍କ କାର୍ଯ୍ୟକ୍ରମ ଏବଂ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

ଅଖିଳ ଭାରତୀୟ ଯୁବ କଂଗ୍ରେସ ସଂପାଦକ ସମ୍ରାଟ ଜେନାଙ୍କ ସଂଯୋଜନାରେ ଆୟୋଜିତ ଛାତ୍ରୋଂକି ଗୁଞ୍ଜ କାର୍ଯ୍ୟକ୍ରମରେ କଂଗ୍ରେସ କାର୍ଯ୍ୟକାରୀ କମିଟି ସଦସ୍ୟ ତଥା ଓଡିଶା କଂଗ୍ରେସର ପୂର୍ବତନ ସହ ପ୍ରଭାରୀ ଜି ରୁଦ୍ର ରାଜୁ ଯୋଗଦେଇ ଉପସ୍ଥିତ ଛାତ୍ରୀଛାତ୍ର ଓ ଯୁବତୀଯୁବକଙ୍କୁ ସମ୍ବୋଧିତ କହିଛନ୍ତି ଯେ, ସରକାରରେ ବିଗତ ୨୦୧୪ ପରଠାରୁ, ୯୦ ଥର ପ୍ରଶ୍ନପତ୍ର ଲିକ ହୋଇ ୭ କୋଟି ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ଦିଆଯାଇଛି । ବର୍ତମାନ ପ୍ରଶ୍ନପତ୍ର ଲିକ ଲିକ ଏକ ପରମ୍ପରା ହୋଇ ଗଲାଣି । ଯେଉଁ ପିଲାମାନେ ଜେଇମେନ ଓ ନିଟ ଦେଉଛନ୍ତି ସେମାନଙ୍କ ପରିବାର ଉପରେ କଣ ବିତୁଥିବ ତାହା ଉପରେ ସରକାରଙ୍କ ଚିନ୍ତା ନାହିଁ । ପ୍ରଧାନମନ୍ତ୍ରୀଙ୍କୁ ପରୀକ୍ଷା କିଭଳି କରାଯାଏ ତାହା ଜଣା ନାହିଁ । କିନ୍ତୁ ପରୀକ୍ଷା ପେ ଚର୍ଚ୍ଚା କରି ଛାତ୍ରୀଛାତ୍ରମାନଙ୍କୁୁ ପରୀକ୍ଷା କେମିତି ଦେବେ ସେ ଜ୍ଞାନ ଦେଉଛନ୍ତି ।ପେପର ଲିକକୁ ନେଇ କୋଟାରେ ଛାତ୍ରଙ୍କ ଆକ୍ରୋଶ ଦେଖିବାକୁ ପାଇଛୁ । ସାରା ଦେଶରେ ଛାତ୍ର ସମାଜରେ ଗଭୀର ଆକ୍ରୋଶ ଦେଖାଯାଇଛି । ଯଦି ଠିକଣା ସମୟରେ ପଦକ୍ଷେପ ନିଆ ନ’ ଯାଏ ତେବେ ଦେଶର ପ୍ରଭୂତ କ୍ଷତି ଘଟିବ ବୋଲି ସେ ସରକାରଙ୍କୁ ଚେତାଇ ଦେଇଛନ୍ତି । ସେ ଖବରଦାତା ସମ୍ମିଳନୀ କାର୍ଯ୍ୟକ୍ରମରେ ଓଡ଼ିଶାର ଖବରଦାତାଙ୍କୁ ସାହସୀ, ବୋଲି ସମ୍ବୋଦ୍ଧିତ କରି କହିଥିଲେ ପୁରା ବିଶ୍ୱରେ ଛାତ୍ରଙ୍କ ପରୀକ୍ଷା ପାଇଁ ଏୟାର ଫୋର୍ସ ଓ ସେନାବାହିନୀର ବ୍ୟବହାର ଆପଣ କେବେ ଦେଖି ନଥିବେ, ଏହା ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅପାରଗତାର ସାର୍ଟିଫିକେଟ ଅଟେ । ଏହି ସରକାର ଅତ୍ୟନ୍ତ ଭୟାଳୁ ସବୁଠାରୁ ବେଶୀ ମିଡ଼ିଆକୁ ଡରନ୍ତି । ତେଣୁ ସ୍ୱର ଶାଣିତ କରି ଏମାନଙ୍କୁ ଡରାନ୍ତୁ ଓ ଦେଶର ଆଗାମୀ ପିଢ଼ିଙ୍କ ଭବିଷ୍ୟତ ପାଇଁ ସ୍ୱର ଉଠାନ୍ତୁ ବୋଲି ସେ ଉପସ୍ଥିତ ଖବରଦାତାମାନଙ୍କୁ ଅନୁରୋଧ କରିଥିଲେ ।
ଏହି କର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଶରତ ରାଉତ ଯୋଗଦେଇ ଶିକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା, ଦାୟିତ୍ୱବୋଧତା ଆଣିବା ଏବଂ ଲକ୍ଷ ଲକ୍ଷ ଛାତ୍ରୀଛାତ୍ରଙ୍କ ସ୍ୱାର୍ଥ ଓ ଭବିଷ୍ୟତର ସୁରକ୍ଷା ସୁନିଶ୍ଚିତ କରିବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ। ବିଗତ କିଛି ବର୍ଷ ହେବ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରତିଯୋଗିତାମୂଳକ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ହେବା ଯୋଗୁଁ ଯୋଗ୍ୟ ଓ ପରିଶ୍ରମୀ ଛାତ୍ରୀଛାତ୍ରମାନେ ନିରାଶ ହେଉଛନ୍ତି। ପ୍ରଶ୍ନପତ୍ର ଛପାଠୁ ଆରମ୍ଭ କରି ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରକୁ ପହଁଚିବା ପର୍ଯ୍ୟନ୍ତ ଯାହା କିଛି ବ୍ୟବସ୍ଥା ତାହା ଉପରେ ଅଡିଟ ହେବା ଆବଶ୍ୟକ ବୋଲି କହିଥିଲେ।
ସେହିପରି ପୂର୍ବତନ ବିଧାୟୀକା ଶିପ୍ରା ମଲ୍ଲିକ ଯୋଗ ଦେଇ ପେପର ଲିକ୍ ଏବଂ ଶିକ୍ଷା ବ୍ୟବସ୍ଥାରେ ବଢ଼ୁଥିବା ଦୁର୍ନୀତିକୁ ନେଇ ସାରା ଦେଶରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ବ୍ୟାପକ କ୍ରୋଧ ରହିଛି। ଯାହା ଲକ୍ଷ ଲକ୍ଷ ଛାତ୍ରୀଛାତ୍ରଙ୍କୁ ପ୍ରଭାବିତ କରିଛି। ପରୀକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ କରାଯାଉ । ଏନଟିଏ ଭଳି ପ୍ରତିଷ୍ଠାନଗୁଡ଼ିକୁ ଦାୟୀ କରାଯାଉ ଏବଂ ଶିକ୍ଷା ବ୍ୟବସ୍ଥାକୁ ଘରୋଇକରଣ ଏବଂ ଆଦର୍ଶଗତ ହସ୍ତକ୍ଷେପରୁ ମୁକ୍ତ ରଖାଯାଉ ବୋଲି କଂଗ୍ରେସ ଦାବି କରୁଛି । ନଚେତ କଂଗ୍ରେସ ରାସ୍ତାରୁ ପ୍ରତିନିଧି ସଭା ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ପାଇଁ ଲଢ଼େଇ ଜାରି ରଖିବ।
କେନ୍ଦ୍ରାପଡାର ପୂର୍ବତନ ବିଧାୟକ ଚିନ୍ମୟ ବେହୁରା କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ଶିକ୍ଷା ନୀତି ଓ ଦାୟିତ୍ୱହୀନ କାର୍ଯ୍ୟକ୍ରମ ଯୋଗୁଁ ବାରମ୍ବାର ନିଟ ପ୍ରଶ୍ନପତ୍ର ଲିକ ହୋଇ ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଇଛି । ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ଏ ଆଇ ସି ସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଓ ଏ ଆଇ ସି ସି ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ନିଟ ପ୍ରଶ୍ନ ପତ୍ର ଲିକ ପ୍ରତିବାଦରେ ଆନ୍ଦୋଳନରତ ଛାତ୍ରଛାତ୍ରଙ୍କ ଉପରେ ପୋଲିସର ଲାଠି ଚାଳନା ଘଟଣାକୁ ବିରୋଧ କରି ପ୍ରଧାନମନ୍ତ୍ରୀ ବାସଭବନ ଘେରାଉ କରିବାବେଳେ ପୋଲିସ ମାଡ଼ରେ ଆହତ ହୋଇଛନ୍ତି । ରାହୁଲଙ୍କ ସପକ୍ଷରେ ଦେଶର ଯୁବଛାତ୍ର ମାନେ ଠିଆ ହୋଇଛନ୍ତି । ଦେଶର ଛାତ୍ର ଓ ଯୁବ ଶକ୍ତି ସପକ୍ଷରେ କଂଗ୍ରେସ ଦଳ ରହିଛି । କେନ୍ଦ୍ର ସରକାର ଛାତ୍ର ଓ ଯୁବକଙ୍କ ସହିତ ପ୍ରତାରଣା, ମହିଳା ନିର୍ଯ୍ୟାତନା, କୃଷକ ଶ୍ରମିକ ଶୋଷଣ ଆକାଶ ଛୁଆଁ ଦରଦାମ ବୃଦ୍ଧି ଆଦି ବିଭିନ୍ନ କ୍ଷେତ୍ରରେ ବିଫଳ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ଯୁବ ଛାତ୍ର ଓ ଜନମାରଣ ନୀତି ବିରୋଧରେ ଆଗାମୀ ଦିନରେ ଯୁବଛାତ୍ରଙ୍କୁ ନେଇ ଦେଶ ବ୍ୟାପି ଆନ୍ଦୋଳନ ହେବ ବୋଲି ଚେତାବନୀ ଦେବା ସହିତକଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଦଳ ସଂସଦରୁ ରାସ୍ତା ପର୍ଯ୍ୟନ୍ତ ଏହି ପ୍ରସଙ୍ଗ ଉଠାଇବ ଏବଂ ପେପର ଲିକ୍ ମାଫିଆଙ୍କ ବିରୋଧରେ ନିରନ୍ତର ଲଢ଼େଇ କରିବେ କହି ଛାତ୍ରୀଛାତ୍ରଙ୍କ ସହିତ ବିଭିନ୍ନ ବିଷୟରେ ମତ ବିନିମୟ କରିଥିଲେ ।
କେନ୍ଦ୍ରାପଡା ଜିଲା କଂଗ୍ରେସ ସଭାପତି ଦେବସ୍ମିତା ଶର୍ମା କହିଛନ୍ତି ଯେକୌଣସି ଦେଶର ବଡ ସମ୍ପତି ହେଉଛନ୍ତି ଛାତ୍ରୀଛାତ୍ର ଓ ଯୁବପିଢୀ । ଯଦି ସେମାନଙ୍କ ବର୍ଷବର୍ଷର କଠିନ ପରିଶ୍ରମ ପେପର ଲିକ ଓ ପରିକ୍ଷା ଅନିୟମିତତା ଏବଂ ନିଯୁକ୍ତି ପ୍ରକ୍ରୀୟା ବିଳମ୍ବ ପାଇଁ ନଷ୍ଠ ହୁଏ ତେବେ ଏହା କେବଳ ବ୍ୟକ୍ତିଗତ ଛାତ୍ରୀଛାତ୍ର ମାନଙ୍କ ପ୍ରତି ନୁହେଁ ବରଂ ଦେଶର ଭବିଶ୍ୟତ ପ୍ରତି ମଧ୍ୟ ଅନ୍ୟାୟ । କଂଗ୍ରେସ ଦଳ ସର୍ବଦା ଛାତ୍ରୀଛାତ୍ର ଓ ଯୁବବର୍ଗ ଅଧିକାର ପାଇଁ ସ୍ୱର ଭାବରେ ଛିଡା ହୋଇଛି । ତାଙ୍କ ଭଭିଶ୍ୟତ ପାଇଁ ଜଡିତ ପ୍ରତ୍ୟକ ପ୍ରସଙ୍ଗକୁ ଉଠାଇଛି ।ଉଦାହରଣ ଦିଲ୍ଲୀ ଯନ୍ତ୍ରର ମନ୍ତରରେ ଛାତ୍ରଙ୍କ ଉପରେ ଲାଠିଚାର୍ଜ ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ଅପମାନ ନେଇ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ “ଛାତ୍ରୋଁ କି ଗୁଞ୍ଜ” ଅଭିଯାନ ମାଧ୍ୟମରେ କଂଗ୍ରେସ ଦେଶବ୍ୟାପୀ ଛାତ୍ରଙ୍କ ଅଧିକାର ପାଇଁ ଆନ୍ଦୋଳନ କରୁଛି । ସରକାର ଦାବିଗୁଡ଼ିକ ପୂରଣ ନ କଲେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ସେ ସତର୍କ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ କଂଗ୍ରେସ ବିରଷ୍ଠ ତେତା ମଳୟ ଦାସ, ସଂଜୟ ରାଉତ, ବାବୁ ଜେନା, ରମାକାନ୍ତ ଦାସ, ତପନ ପାତ୍ର, କୁଳମଣୀ ମଲିକ, ପ୍ରଭାତ ସେଠୀ, ଶର୍ବେଶ୍ୱର ସେଠୀଙ୍କ ସହ ବହୁ ନେତାକର୍ମୀ ଛାତ୍ରୀଛାତ୍ର ଓ ଯୁବକଯୁବତୀ ଉପସ୍ଥିତ ଥିଲେ ।
