କେନ୍ଦ୍ରାପଡ଼ା,୨୧ା୮: କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ଦଶ ପଞ୍ଚାୟତ ବିକାଶ ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କୁ ଗୁରୁବାର ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଆଳି ବ୍ଲକର ବ୍ରାହ୍ମଣୀ ନଦୀକୂଳରେ ଅବସ୍ଥିତ ଅରେହିକଣା, ଚଣ୍ଡିଆଗଡି, ମାଣିକପାଟଣା, ସିଙ୍ଗିରି, ସହିରା, ବାଟିପଡା, ସାନମଙ୍ଗ, ନୂଆପଡା, ପାତ୍ରପୁର ଏବଂ ନରେନ୍ଦ୍ରପୁର ପ୍ରଭୃତିକୁ ନେଇ ଦଶ ପଞ୍ଚାୟତ ବିକାଶ ପରିଷଦ ଗଠନ କରାଯାଇଛି। ଏହି ପଞ୍ଚାୟତ ଗୁଡିକର ଲୋକମାନେ […]
HOME
କେନ୍ଦ୍ରାପଡ଼ା,୨୧ା୮:କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ଗ୍ରାମପଞ୍ଚାୟତ ସଭାଗୃହରେ ବରିଷ୍ଠ ନାଗରିକ ସଂଗଠନର ଉପଦେଷ୍ଟା ମଣ୍ଡଳୀ ଓ କାର୍ଯ୍ୟକାରୀ ସଦସ୍ୟମାନଙ୍କର ଗୁରୁବାର ଅପରାହ୍ନରେ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପଦେଷ୍ଟା ମଣ୍ଡଳୀର ବରିଷ୍ଠ ସଦସ୍ୟ ବ୍ରଜକିଶୋର ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବରିଷ୍ଠ ସଦସ୍ୟ କୈଳାସ ଚନ୍ଦ୍ର ସ୍ୱାଇଁ ସଂଯୋଜକ ଭାବେ ଯୋଗଦେଇ ସଭାର ଉଦେଶ୍ୟ ଜ୍ଞାପନ କରିଥିଲେ। ଏହି ଅବସରରେ କାର୍ଯ୍ୟକାରୀ କମିଟିର କର୍ମକର୍ତ୍ତା ଚୟନ କରାଯାଇ […]
କେନ୍ଦ୍ରାପଡ଼ା,୨୧ା୮: ଗାଁସାଥୀଙ୍କ ଡାଟାବେସ ସଠିକ ଭାବରେ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ତୁରନ୍ତ ପଠାଇବାକୁ ଗାଁସାଥୀ(ମେଟ୍)ସଙ୍ଘ ମିଳିତ କ୍ରିୟାନୁଷ୍ଠାନ କମିଟି, କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ଦାବି କରାଯାଇଛି। ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗର ପତ୍ର ସଂଖ୍ୟା-୨୦୮୭୭,ତା ୩୧. ୦୭. ୨୦୨୫ରିଖର ନିର୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରାଯାଇ ଜିଲ୍ଲାର ୯ଟି ବ୍ଲକକୁ ଏସମ୍ପର୍କରେ ଅବଗତ କରାଯିବା ସହ ରାଜ୍ୟ ସରକାର ମାଗିଥିବା ସମସ୍ତ ତଥ୍ୟ […]
କେନ୍ଦ୍ରାପଡ଼ା,୨୧ା୮:ରାଜ୍ୟର ଅଗ୍ରଣୀ ଅନୁଷ୍ଠାନ ବାଞ୍ଛାନିଧି ଦାସ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜଣେ ଗରୀବ ମେଧାବୀ ଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ କରାଯାଇଛି। ଟ୍ରଷ୍ଟର ମୁଖ୍ୟ ପୃଷ୍ଠପୋଷକ ସୁଦୂର ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମରିଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସଙ୍କ ପରାମର୍ଶ କ୍ରମେ ଟ୍ରଷ୍ଟର ଟ୍ରଷ୍ଟି ଭୁବନମୋହନ ଦାସ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଆଳିଜଙ୍ଗା ସ୍ଥିତ ହଳଦିଡିହ ଗ୍ରାମର ସ୍ୱର୍ଗତ ସବ୍ୟସାଚୀ ନାୟକ ଓ କାଞ୍ଚନବାଳା ନାୟକଙ୍କ ଘରେ […]
ପଟ୍ଟାମୁଣ୍ଡାଇ ୨୧/୯- କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଧୀନ ନୀଳକଣ୍ଠପୁର ଗ୍ରାମର ଜଣେ ଯୁବକଙ୍କର ସର୍ପାଘାତରେ ଗୁରୁବାର ମୃତ୍ୟୁ ଘଟିଛି। ସେ ପଟ୍ଟାମୁଣ୍ଡାଇ ସହରର ଚାଟ ବ୍ୟବସାୟୀ ମଧୁସୂଦନ ନନ୍ଦୀ (୩୫) । ପ୍ରକାଶ ଯେ ମଧୁସୂଦନ ୧୯ତାରିଖ ରାତିରେ ନିଜ ଘରେ ଶୋଇଥିବାବେଳେ ବିଳମ୍ବିତ ରାତିରେ ଏକ ବିଷଧର ସାପ କାମୁଡି ଦେଇଥିଲା । ପରିବାରଲୋକ ଓ ଗ୍ରାମବାସୀ ତତ୍କାଳ ଚିକିତ୍ସା ପାଇଁ ମଧୁସୂଦନଙ୍କୁ ପ୍ରଥମେ ପଟ୍ଟାମୁଣ୍ଡାଇ […]
କେନ୍ଦ୍ରାପଡ଼ା,୨୦ା୮:ଆଜି ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ କେନ୍ଦ୍ରାପଡ଼ା ଗସ୍ତ କରିଥିଲେ। ସ୍ଥାନୀୟ ସର୍କିଟ ହାଉସରେ ସନ୍ଧ୍ୟାରେ ଆୟୋଜିତ ସମୀକ୍ଷା ବୈଠକରେ ପାନୀୟ ଜଳ ପ୍ରକଳ୍ପ, ଗ୍ରାମ୍ୟ ଗୃହନିର୍ମାଣ, ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ନିଯୁକ୍ତି ଯୋଜନା, ବିକଶିତ ଗାଁ ବିକଶିତ ଓଡିଶା, ସ୍ୱଚ୍ଛ ଭାରତ ମିଶନ ବ୍ୟତୀତ ଲେବର କାର୍ଡ, ଜବ କାର୍ଡ, ପାନୀୟ ଜଳ ଯୋଗାଣକୁ ସୁଗମ […]
କେନ୍ଦ୍ରାପଡ଼ା,୨୦ା୮: ପାଳଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡ଼ା ଅବକାରୀ ବିଭାଗ ପକ୍ଷରୁ ପଟ୍ଟାମୁଣ୍ଡାଇ ରୁରାଲ ଓ ଜମ୍ବୁ ମେରାଇନ ଥାନା ଅଧିନସ୍ତ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ମାଳିପୁର ଗ୍ରାମର ପ୍ରଶାନ୍ତ ମଳିକ(୩୭)ଙ୍କ ଠାରୁ ୧୯ ଲିଟର ଦେଶୀ ମଦ, ଡାମରପୁର ଗ୍ରାମର କହେଁଇ ସେଠୀ(୪୧)ଙ୍କ ଠାରୁ ୨୩ ଲିଟର ବିଦେଶୀ ମଦ, ଜମ୍ବୁ ଗ୍ରାମର ନୀଳମାଧବ ମଣ୍ଡଳ(ବୟସ-୪୬) ଙ୍କ ଠାରୁ ୪୬୯ ଲିଟର ଦେଶୀ ରନ୍ଧା ମଦ, ଶିବାନୀ ମଣ୍ଡଳ(୪୫)ଙ୍କ ଠାରୁ […]
କେନ୍ଦ୍ରାପଡ଼ା,୨୦ା୮: କେନ୍ଦ୍ରାପଡା ଜିଲ୍ଲା ଯୁବ ରେଡକ୍ରସର କାର୍ଯ୍ୟକାରିଣୀ ବୈଠକ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଜିଲ୍ଲା ଯୁବରେଡକ୍ରସର ସଭାପତି ପ୍ରାଧ୍ୟାପକ ଶାନ୍ତନୁ କୁମାର ଜେନାଙ୍କ ପୈାରହିତ୍ୟରେ ବୁଧବାର ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକାରିଣୀ ବୈଠକରେ ଜିଲ୍ଲାର ୩୦ଟି ମହାବିଦ୍ୟାଳୟ ଓ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଯୁବରେଡକ୍ରସର ପରାମର୍ଶଦାତ୍ତାମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଯୁବରେଡକ୍ରସର ଜିଲ୍ଲା ଆବାହକ ତଥା ସମ୍ପାଦକ ଅଧ୍ୟାପକ ବିକାଶ କୁମାର ନାୟକ […]
କେନ୍ଦ୍ରାପଡ଼ା,୨୦ା୮:କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ଆନୁକୂଲ୍ୟରେ ଆଣ୍ଟିରାଗିଂ ସପ୍ତାହ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ଜେନାଙ୍କ ସଭାପତିତ୍ୱରେ ଏବଂ ବାଣିଜ୍ୟ ବିଭାଗ ଅଧ୍ୟାପକ ବିକାଶ କୁମାର ନାୟକଙ୍କ ସଂଯୋଜନାରେ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏଥିରେ ଉପସ୍ଥିତ ତିନିଶହରୁ ଉର୍ଦ୍ଧ୍ୱ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ରାଗିଂ ସମ୍ପର୍କରେ ସଚେତନ କରାଯାଇଥିଲା। ମହାବିଦ୍ୟାଳୟର କୈାଣସି ଛାତ୍ର କିମ୍ବା ଛାତ୍ରୀଙ୍କୁ ଶାରିରୀକ, […]
କେନ୍ଦ୍ରାପଡ଼ା,୧୯ା୮:କେନ୍ଦ୍ରାପଡ଼ା ଜିଲ୍ଲାର ନିକିରାଇ ଥାନା ଅନ୍ତର୍ଗତ ନହଙ୍ଗ ଗ୍ରାମପଞ୍ଚାୟତର ଜଗନ୍ନାଥପୁର ଗ୍ରାମରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି। ହତ୍ୟାର ଶିକାର ଯୁବକଙ୍କ ନାମ ହେଉଛି ନୃସିଂହ ସେଠୀ। ନୃସିଂହଙ୍କୁ ସଂଘବଦ୍ଧ ଭାବେ ଲୁହା ରଡ ଓ କାଠ ଫାଳିଆରେ ଆକ୍ରମଣ କରାଯାଇଛି। ପୂର୍ବ ଶତ୍ରୁତାରୁ ଏହି ହତ୍ୟା ଘଟଣା ଘଟିଥିବା ପୋଲିସ ସୂଚନା ଦେଇଛି। ନୃସିଂହଙ୍କ ପରିବାର ଲୋକେ ନିକିରାଇ ଥାନା ସମ୍ମୁଖରେ ମୃତଦେହ ରଖି ଅପରାଧୀମାନଙ୍କୁ ଗିରଫ […]

