ପଟ୍ଟାମୁଣ୍ଡାଇରେ ପ୍ରଭୁଙ୍କ ସୁନାବେଶ, ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ଼

blank
ପଟ୍ଟାମୁଣ୍ଡାଇ ତା ୨୫/୭ ପଟ୍ଟାମୁଣ୍ଡାଇ ଅଂଚଳରେ ଥିବା ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଲୀଳାମୟ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସୁନାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।  ପ୍ରଭୁଙ୍କ ଅପୂର୍ବ ସୁନାବେଶ ଦେଖିବାକୁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଛି ।  ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ପୋଖରୀଆପଡା ପତିତପାବନ ମନ୍ଦିର ପ୍ରଭୁ ପତିତପାବନଙ୍କ ସୁନାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପତିତପାବନ ମନ୍ଦିର ପରିଚାଳନା କମିଟି ସଭାପତି ଇଂ ପ୍ରକାଶ କୁମାର ଦାଶ ସମ୍ପାଦକ ନରହରି ଲେଙ୍କା, ଇଂ ତ୍ରିଲୋଚନ ସୂତାର, ଶୁକଦେବ ସ୍ୱାଇଁ, ଇଶ୍ୱର ଲେଙ୍କା ପ୍ରମୁଖ ପତିତପାବନ ମନ୍ଦିର ପରିଚାଳନା କମିଟି ସଦସ୍ୟ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରତ୍ୟୁଷରୁ ରଥାରୁଢ଼ ପ୍ରଭୁ ଶ୍ରୀ ଜଗନ୍ନାଥ ପ୍ରଭୁ ବଳଭଦ୍ର ଓ ମା ସୁଭଦ୍ରାଙ୍କ ପୂଜାର୍ଚନା କରାଯିବା ପରେ ପାରମ୍ପରିକ ରୀତିନିତି ଅନୁଯାୟୀ ପ୍ରଭୁଙ୍କ ନିତିକ୍ରାନ୍ତି ସମ୍ପନ୍ନ କରାଯାଇଥିଲା ।  ପୂଜକ ସନ୍ତୋଷ କୁମାର ଦାଶ ଓ ଦଇତାପତି ସଂଘ ସଭାପତି ସୁଶୀଲ ପାଠୀ, ଦଇତାପତି ତପନ ବାରିକ, ସଞ୍ଜୟ ଦାଶ ସୁରଜ ନାୟକ, ଅଭିଜିତ ଦାଶ,ମନୀଷ ପଣ୍ଡା ମନୋରଞ୍ଜନ ପରିଡା, ପ୍ରସନ୍ନଜିତ ପଣ୍ଡା ପ୍ରମୁଖ ପୂଜାପାଠ ଓ ମନ୍ତଧ୍ଵନି ମଧ୍ୟରେ ପ୍ରଭୁ ଜଗନ୍ନାଥ ପ୍ରଭୁ ବଳଭଦ୍ର ଓ ମା ସୁଭଦ୍ରାଙ୍କୁ ସୁନାବେଶରେ ସଜାଇଥିଲେ ।  ଲୀଳାମୟ ପ୍ରଭୁ ପତିତପାବନଙ୍କ ସୁନାବେଶ ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଥିଲା ।  ଏଇ ଅବସରରେ ପ୍ରଭୁଙ୍କ ଦର୍ଶନାର୍ଥୀ ଭକ୍ତଙ୍କୁ ଆଧ୍ୟାତ୍ମିକ ପରିବେଶରେ ତଲିନ କରିବା ପାଇଁ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।  ସେହିପରି ପଟ୍ଟାମୁଣ୍ଡାଇ ବ୍ଲକ ବାଲିପାଟଣା ଶ୍ରୀ ଜଗନ୍ନାଥ ମନ୍ଦିର ଠାରେ ଘୋଷ ଯାତ୍ରା ଓ ବାହୁଡା଼ ଯାତ୍ରା ବିପୁଳ ଆନନ୍ଦଉଲ୍ଲାସ ମଧ୍ୟରେ ପାଳିତ ହୋଇଥିବାବେଳେ ଆଜି ରଥାରୁଢ଼ ପ୍ରଭୁ ଜଗନ୍ନାଥ ପ୍ରଭୁ ବଳଭଦ୍ର ଓ ମା ସୁଭଦ୍ରାଙ୍କ ସୁନାବେଶ ମନ୍ଦିର ପୂଜକ ଦଇତାପତି, ସ୍ଥାନୀୟ ସରପଞ୍ଚ ଓ ମନ୍ଦିର ପରିଚାଳନାକମିଟି ସଦସ୍ୟ ଓ ଗ୍ରାମବାସୀଙ୍କ ପୂର୍ଣ୍ଣ ସହଯୋଗରେ ଲୀଳାମୟ ପ୍ରଭୁଙ୍କ ଅପୂର୍ବ ସୁନାବେଶ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।  ଏହି ସୁନାବେଶ ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଥିଲା ।  ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ରାଧାରମଣ ମଠ ପରିସରରେ ଥିବା ଜଗନ୍ନାଥ ମନ୍ଦିରରେ ପ୍ରଭୁଙ୍କ ଅପୂର୍ବ ସୁନାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୁରୀ ଗୋବର୍ଧନ ପୀଠ ସନ୍ଥ ସଂରକ୍ଷକ ରାଧାରମଣ ମଠ ମହନ୍ତ ସ୍ୱାମୀ ଅସୀମାନନ୍ଦ ଦାସ ମହାରାଜଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ମନ୍ଦିର ପୂଜକଙ୍କ ଦ୍ୱାରା ପ୍ରତ୍ୟୁଷରେ ପ୍ରଭୁ ଶ୍ରୀ ଜଗନ୍ନାଥ ପ୍ରଭୁ ବଳଭଦ୍ର ଓ ମା ସୁଭଦ୍ରାଙ୍କ ଯଥାଵିଧି ପୂଜାର୍ଚନା ଓ ନିତିକାନ୍ତି ସମ୍ପନ୍ନ ପରେ ପ୍ରଭୁଙ୍କ ସୁନାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।  ମନ୍ଦିର ପୂଜକ ପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ମା ସୁଭଦ୍ରାଙ୍କୁ ସୁନାବେଶରେ ସଜାଇ ଥିଲେ ।  ପ୍ରଭୁଙ୍କ ଅପୂର୍ବ ସୁନାବେଶ ଦେଖିବା ପାଇଁ ଭକ୍ତଙ୍କ ଗହଳି ଲାଗି ରହିଥିଲା ।  ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ଅନ୍ୟତମ ପ୍ରସିଦ୍ଧ ଶୈବ ପୀଠ ହରପାର୍ବତୀ ମନ୍ଦିର ପରିସରରେ ଥିବା ଜଗନ୍ନାଥ ମନ୍ଦିରରେ ପ୍ରଭୁଙ୍କ ସୁନାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।  ମୁଖ୍ୟ ପୂଜକ କାଉନସିଲର ମୃତ୍ୟୁଞ୍ଜୟ ପାଢ଼ୀଙ୍କ ନେତୃତ୍ୱରେ ମନ୍ଦିର ପୂଜକମାନେ ପ୍ରତ୍ୟୁଷରୁ ପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ମା ସୁଭଦ୍ରାଙ୍କ ପୂଜାର୍ଚନା ଓ ସମସ୍ତ ନିତିକ୍ରାନ୍ତି ସମ୍ପନ୍ନ ପରେ ପୂଜକ ଓ ଦଇତାପତିମାନେ ପ୍ରଭୁ ଜଗନ୍ନାଥ ପ୍ରଭୁ ବଳଭଦ୍ର ଓ ମା ସୁଭଦ୍ରାଙ୍କୁ ସୁନାବେଶରେ ସଜାଇଥିଲେ ।  ସ୍ଥାନୀୟ ଅଂଚଳର ଶହ ଶହ ଶ୍ରଦ୍ଧାଳୁ ପ୍ରଭୁଙ୍କ ସୁନାବେଶ ଦେଖିବା ପାଇଁ ମନ୍ଦିର ପରିସରରେ ଭିଡ଼ ଜମାଇଥିଲେ ।  ପଟ୍ଟାମୁଣ୍ଡାଇ ବ୍ଲକ ପାଳପାଟଣା ଜଗନ୍ନାଥ ମନ୍ଦିରରେ ପ୍ରଭୁ ଙ୍କ ସୁନା ବେଶ ଅନୁଷ୍ଠିତ ହୋଇ ଯାଇଛି I ସୁନାବେଶ ଦେଖିବା ପାଇଁ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଏହାଛଡା ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଞ୍ଚଳ ର ବିଭିନ୍ନ ଅଂଚଳରେ ଥିବା ଜଗନ୍ନାଥ ମନ୍ଦିରରେ ପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହୋଇଯାଇଛି ।  ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇ ଆଇ ସି ବନ୍ଦନା ପାତ୍ରଙ୍କ ନିର୍ଦେଶ ପୋଲିସ ବିଭିନ୍ନ ସ୍ଥାନରେ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ ।

Leave a Reply

Next Post

ପଟ୍ଟାମୁଣ୍ଡାଇ ମାଳିପୁରରେ ଗ୍ରହରାଜ ଶନିଦେବଙ୍କ ୩ୟ ବାର୍ଷିକ ଉତ୍ସବ

Sat Jul 25 , 2026
ପଟ୍ଟାମୁଣ୍ଡାଇ ୨୫/୭ -କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ ମାଳିପୁର ଗ୍ରାମସ୍ଥିତ ଗ୍ରହରାଜ ଶନିଦେବଙ୍କ ମନ୍ଦିରର ୩ୟ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ଏହି ଅବସରରେ ମନ୍ଦିର ପରିସରରେ ପ୍ରଭାତରୁ ଶନିଦେବଙ୍କ ବିଶେଷ ପୂଜାର୍ଚ୍ଚନା ସହ ରୀତିନୀତି ଅନୁଯାୟୀ ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା। ଶ୍ରଦ୍ଧାଳୁମାନଙ୍କ ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରାଙ୍ଗଣକୁ ନୟନପ୍ରୀତିକର ଆଲୋକମାଳା ଓ ପୁଷ୍ପରେ ସଜ୍ଜିତ କରାଯାଇଥିଲା। ବିଶ୍ୱଶାନ୍ତି ଓ ଗ୍ରାମର ସମୃଦ୍ଧି କାମନା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading