
ସ୍ୱାଧିନତା ପରରୁ ଆଜି ପର୍ଯ୍ୟନ୍ତ ଚତୁର ଇଂରେଜ ମାନଙ୍କ ଦାସତ୍ୱ ଶିକୁଳିରୁ ଆମେ ମୁକ୍ତ ହୋଇ ପାରିନାହାଁନ୍ତି । ସେମାନେ ବିଗାଡି ଦେଇଥିବା ଭାରତୀୟ ଶିକ୍ଷା ପ୍ରଣାଳୀକୁ ଆମେ ସଜାଡିବାକୁ ଚାହୁଁ ନାହାଁନ୍ତି । ଆମେ ଆମ ମାତୃଭାଷା, ରଷ୍ଟ୍ରଭାଷା ଓ ସଂସ୍କୃତଭାଷାକୁ ଭୁଲି ଇଂରାଜି ଭାଷାକୁ ଗୁରୁତ୍ୱ ଦେଇଆସୁଛୁ । ଅଭିଭାବକ ମାନେ ନିଜନିଜର ପିଲାଙ୍କୁ ଶିକ୍ଷିତ କରାଇବା ପାଇଁ କନଭେଟ ସ୍କୁଲ ଇଂରାଜି ପ୍ରତି ମନବଳାଉଛନ୍ତି । ଭାରତର ବହୁ ପ୍ରାଚୀନ କାଳରୁ ପ୍ରଚଳିତ ହେଉଥିବା ଅଷ୍ଟାଦଶ ବିଦ୍ୟା ଉନ୍ନତ ଶିକ୍ଷା ବ୍ୟବସ୍ଥାକୁ ଆମେ ଉଦ୍ଜୀବିତ କରୁନାହାଁନ୍ତି । ରାଜନୈତିକ ପଶା ପାଲିରେ ଆମେ ନକଲ ଲେପନରେ ରହିଯାଇଛୁ ।
ବହୁ ପ୍ରାଚୀନ କାଳରେ ଭାରତର ଗୁରୁକୁଳଗୁଡ଼ିକରେ ୧୮ ଗୋଟି ବିଦ୍ୟା ଶିକ୍ଷା ଦିଆଯାଉଥିଲା। ଯାହାକୁ ଅଷ୍ଟାଦଶ ବିଦ୍ୟା କୁହାଯାଉଥିଲା। ସେହି ସମୟରେ ତକ୍ଷଶିଳା, ନାଳନ୍ଦା, ବିକ୍ରମଶିଳା, ବଲ୍ଲଭି, ପୁଷ୍ପଗିରି, ଉଦନ୍ତପୁରୀ, ସୋମପୁର, ରତ୍ନଗିରି ଓ ଜାଗଦଳ ପ୍ରଭୁତିର ବିଶ୍ୱବିଦ୍ୟାଳୟ ସୁନାମ ରହିଥବା ବେଳେ ଅଷ୍ଟାଦଶ ବିଦ୍ୟା ଅଧ୍ୟୟନ କରାଯାଉଥିଲା । ଭାରତବର୍ଷର ଉନ୍ନତ ଶିକ୍ଷା ବ୍ୟବସ୍ଥାର ବଳରେ ଧନ-ବୈଭବ ଓ ସମ୍ପତ୍ତରେ ଭ଼ାରତାବାସୀ ଭରପୁର ରହୁଥିଲେ । ବିଦେଶରୁ ହଜାର ହଜାର ବିଦ୍ୟାର୍ଥୀ ଆକୃଷ୍ଟ ହୋଇ ଭାରତକୁ ଅଧ୍ୟୟନ କରିବା ନିମନ୍ତେ ଆସୁଥିଲେ। ଏହି ବିଶ୍ୱବିଦ୍ୟାଳୟରେ ଗଣିତ, ଖଗୋଳ ଶାସ୍ତ୍ର, ଚିକିତ୍ସା ଶାସ୍ତ୍ର, ଧାତୁ ବିଜ୍ଞାନ, କାରିଗରି (ଇଞ୍ଜିନିୟରିଂ), ରସାୟନ ଶାସ୍ତ୍ର, ସଙ୍ଗୀତ ନୃତ୍ୟ, ସାହିତ୍ୟ, ଭାଷା ବିଜ୍ଞାନ, ବିଜ୍ଞାନ ସମ୍ବନ୍ଧୀୟ ଶାସ୍ତ୍ର, ଜ୍ୟୋତିଷ, ମୂର୍ତ୍ତି ନିର୍ମାଣ ଓ ବାସ୍ତୁଶାସ୍ତ୍ର ଇତ୍ୟାଦି ପଢାଯାଉଥିଲା। ଗୋଟିଏ ବିଷୟରେ ବିଦ୍ୟାର୍ଥୀ ସ୍ୱୟଂ ସମ୍ପୂର୍ଣ୍ଣ ହେବା ପରେ ଅନ୍ୟ ବିଷୟରେ ଅଧ୍ୟୟନ କରିବାର ସୁବିଧା ଦିଆଯାଉଥିଲା। ସେତେବେଳେ ଭାରତରେ ଶତ ପ୍ରତିଶତ ସାକ୍ଷର ଥିଲା ବେଳେ ବ୍ରିଟେନରେ ମାତ୍ର ୧୭ରୁ କମ୍ ପ୍ରତିଶତ ସାକ୍ଷର ରହୁଥିଲେ। ଭାରତରେ ଯେତେବେଳେ ୭ ଲକ୍ଷ ୩୨ ହଜାରରୁ ଅଧିକ ସ୍କୁଲ ଥିଲା ବ୍ରିଟେନରେ ଥିଲା ମାତ୍ର ୭୪୦ ସ୍କୁଲ ଥିଲା ।
୧୮୩୫ ଫେବୃୟାରୀ ୨ ତାରିଖରେ ଜଣେ ବ୍ରିଟିଶ୍ ସାଂସଦ ପାର୍ଲାମେଣ୍ଟରେ ଭାରତୀୟ ଶିକ୍ଷା ପ୍ରଣାଳୀ ଉପରେ ଭାଷଣ ଦେଇଥିଲେ। ସେ କହିଥିଲେ ୟୁରୋପର ସବୁ ସହରର ସମ୍ପତ୍ତି ମିଶିଲେ ଯେତିକି ହେବ ଭାରତର ଗୋଟିଏ ସହର ସୁରତରେ ତାହାର ଢେର ଗୁଣ ଅଧିକ ସମ୍ପତି ଅଛି । ଭାରତରେ ପ୍ରାୟ ଶତ ପ୍ରତିଶତ ସାକ୍ଷର ଅଛନ୍ତି। ଏମିତି କୌଣସି ଗ୍ରାମ ନାହିଁ ଯେଉଁଠାରେ ବିଦ୍ୟାଳୟ ନାହିଁ । ଏଠାରେ ସ୍କୁଲଗୁଡିକୁ ଗୁରୁକୁଳ ବୋଲି କୁହାଯାଏ। ସମସ୍ତ ବର୍ଗର ଲୋକଙ୍କୁ ଶିକ୍ଷା ପ୍ରଦାନ କରିବାର ବ୍ୟବସ୍ଥା ଅଛି। ଗୋଟିଏ ଗୋଟିଏ ଗୁରୁକୁଳରେ ୨୦୦ରୁ ୨୦,୦୦୦ ପର୍ଯ୍ୟନ୍ତ ବିଦ୍ୟାର୍ଥୀ ପଢ଼ଥିଲେ । ଗୁରୁକୁଳଗୁଡ଼ିକରେ ବିଦ୍ୟା ଓ ଶିକ୍ଷା ଉଭୟେ ପ୍ରଦାନ କରାଯାଏ। ନୈତିକତା, ଆଧ୍ୟାତ୍ମିକତା ଓ ନ୍ୟାୟ ଆଦି ଶିକ୍ଷାଦାନକୁ ବିଦ୍ୟା କୁହାଯାଏ। ଗଣିତ, ରସାୟନ ବିଦ୍ୟା, ବିଜ୍ଞାନ ଆଦିକୁ ଶିକ୍ଷା କୁହାଯାଏ। ମେଟାଲର୍ଜି ଶିକ୍ଷା ଗୁରୁକୁଳଗୁଡ଼ିକରେ ଦିଆଯାଉଥିଲା। କଳଙ୍କହୀନ ଲୁହା ମଧ୍ୟ ଭାରତରେ ପ୍ରସ୍ତୁତ ହେଉଛି। କଳଙ୍କହୀନ ଲୌହସ୍ତମ୍ଭମାନ ଠିଆ ହୋଇଛି।( ତାହାର ଉଦାହରଣ କେନ୍ଦ୍ରାପଡା କୋଟ ଗୃହରେ ଲାଗିଥିବା ଶିଡିରେ ଆଜି ପର୍ଯ୍ୟନ୍ତ କଳଙ୍କ ଲାଡିନାହଁ)।ଉଇଲିୟମ ଏଡ୍ମନଙ୍କ ଦସ୍ତାବିଜ ଅନୁସାରେ ଆନ୍ଧ୍ରପ୍ରଦେଶର କାବେରୀ ନଦୀ ପାଖରେ, ବିଶାଖାପାଟଣାଠାରୁ କିଛି ଦୂରରେ ଏକ ଗୁରୁକୁଳ ଥିଲା, ଯେଉଁଠାରେ ସିଭିଲ ଇଞ୍ଜିନିୟରିଂ ପାଠ ପଢ଼ାଯାଉଥିଲା। ସେହି ଗୁରୁକୁଳର ଆଚାର୍ଯ୍ୟ ଓ ବିଦ୍ୟାର୍ଥୀମାନେ ଏକତ୍ର ହୋଇ ପୃଥିବୀର ପ୍ରଥମ ନଦୀବନ୍ଧ ବାନ୍ଧିଥିଲେ।ଏହି ଶିକ୍ଷା ବଳରେ ୧୮୩୫ ମସିହା ବେଳକୁ ଭାରତବର୍ଷର ବିଭିନ୍ନ ସ୍ଥାନରେ ଏକ ଏକର ଜମିରେ ୫୭ କୁଇଣ୍ଟାଲ ଧାନ ଅମଳ ହେଉଥିଲା। ଭାରତର ଏଭଳୀ ଅବିବୃଦ୍ଧିକୁ ବିଦେଶି ସହିପାରୁ ନଥିଲେ । ବାରମ୍ବାର ବିଦେଶୀମାନଙ୍କ ଆକ୍ରମଣ ଫଳରେ ଉପରୋକ୍ତ ବିଶ୍ୱବିଦ୍ୟାଳୟଗୁଡିକ ଧ୍ୱଂସ ହୋଇଯାଇଥିଲା। ନାଳନ୍ଦା ଓ ବିକ୍ରମଶିଳା ବିଶ୍ୱବିଦ୍ୟାଳୟ ଦୁଇଟିକୁ ତୁର୍କୀ ସମ୍ରାଟ ବଖ୍ତିଆର ଖିଲିଜ (୧୧୯୩ ଖ୍ରୀ.ଅ.) ଧ୍ୱଂସ କରିଦେଇଥିଲେ। କୋଠାବାଡିଗୁଡିକୁ ନିଆଁ ଲଗାଇ ପୋଡି ଦେଇଥିଲେ। କେବଳ ସେତିକି ନୁହେଁ, ଅଧ୍ୟାପନା କରୁଥିବା ଶହ ଶହ ଶିକ୍ଷକଙ୍କର ମୁଣ୍ଡକାଟ କରାଯାଇଥିଲା। ଏଭଳି ଗୋଟି ଗୋଟି କରି ଭାରତୀୟ ଶିକ୍ଷାସଂସ୍କୃତିର ପ୍ରାଣକେନ୍ଦ୍ର ବିଶ୍ୱବିଦ୍ୟାଳୟଗୁଡିକୁ ଆକ୍ରମଣକାରୀ ବିଦେଶୀମାନେ ଧ୍ୱଂସ କରି ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ ବିଲୋପ କରିଦେଇଥିଲେ। ତାହାପରେ ଚତୁର ଇଂରେଜ ଆସି ଭାରତୀୟ ଶାସ୍ତ୍ରଗୁଡ଼ିକୁ ଅଧ୍ୟୟନ କରି ଜ୍ଞାନ ଅର୍ଜନ କଲେ କିନ୍ତୁ ଭରତୀୟମାନଙ୍କୁ ସେ ସୁଯୋଗ ଦେଲେ ନାହିଁ । ବ୍ରିଟିଶ ସରକାର ଅଧିନିୟମ ବଳରେ ଭାରତୀୟ ଶିକ୍ଷା ପ୍ରଣାଳୀକୁ ତଥା ସଂସ୍କୃତ ଶିକ୍ଷା, ସ୍ଥାନୀୟ ଭାଷା ଦ୍ୱାରା ଦିଆଯାଉଥିବା ଶିକ୍ଷା ବ୍ୟବସ୍ଥାକୁ ବେଆଇନ ଘୋଷଣା କଲେ। ବିଭିନ୍ନ ଆଳ ଦେଖାଇ ଗୁରୁକୁଳଗୁଡିକୁ ବନ୍ଦ କରାଇଦେଲେ। ଇଂଲିଶ ଶିକ୍ଷା ପ୍ରଣାଳୀ ପ୍ରଚଳନ କରାଗଲା। ଇଂରେଜମାନଙ୍କ ଶିକ୍ଷା ପ୍ରଣାଳୀ ଦ୍ୱାରା ପ୍ରଭାବିତ ହୋଇ ବିକଶିତ ଭାରତବର୍ଷ ବିକାଶଶୀଳ ଦେଶଗୁଡ଼ିକ ଶ୍ରେଣୀରେ ଆସି ଠିଆ ହେଲା। କେବଳ ସେମାନଙ୍କର ଶିକ୍ଷାସଂସ୍କୃତିକୁ ଭାରତୀୟମାନଙ୍କ ଉପରେ ଥାପିଦେଇ ସେମାନଙ୍କୁ ଏକପ୍ରକାର କ୍ରୀତଦାସ କରି ରଖୁବାକୁ ଚାହୁଁଥିଲେ। ଏବେ ଦେଶ ସ୍ୱାଧୀନ। ଇଂରେଜ ନାହାଁନ୍ତି । କିନ୍ତୁ ଆମଦେଶରେ ଇଂରାଜି କହିବା ଲୋକାକୁ ଉର୍ଦ୍ଧ୍ୱରେ ବସାଯାଉଛି । ଏବେବି ଆମେ ଇଂରେଜମାନଙ୍କ ଦାସତ୍ୱ ଶିକୁଳିରୁ ମୁକ୍ତ ହୋଇ ପାରିନାହୁଁ। ଆମେ ଏବେ ବି ଭାବୁଛୁ, ସେମାନେ ଆମକୁ ଶିକ୍ଷାର ଆଲୋକ ପ୍ରଦାନକରି ଆଲୋକିତ କରିଛନ୍ତି । ସେଥିନେଇ ଆମ ପିଲାମାନଙ୍କୁ ଆମେ ଇଂରାଜି ସ୍କୁଲ କଲେଜରେ ପାଠ ପଢାଇବାକୁ ମନ ବାଳାଉଛୁ । ଯାହା ସତ୍ୟ ନୁହେଁ। ବରଂ ସେମାନେ ଭାରତୀୟ ଶିକ୍ଷା ପ୍ରଣାଳୀକୁ ବିଗାଡି ଦେଇଯାଇଛନ୍ତି। ଅ।ମକୁ ଇଂରାଜୀ ପଛରେ ଦୌଡାଇଚାଲିଛନ୍ତି । ଆମେ ମାନେ ଆଜି ପର୍ଯ୍ୟନ୍ôତ ଇଂରାଜି ପଛରେ ଦୌଡିଚାଲିଛନ୍ତି । ବର୍ତମାନ ଆମେ ଅଶିକ୍ଷାର ଅନ୍ଧକାର ମଧ୍ୟରେ ରହି ଯାଇଛନ୍ତି। ଏବେ ସମୟ ଆସିଛି ଆମେ ପ୍ରାଚୀନ ଭାରତୀୟ ଶିକ୍ଷାକୁ ପୁନଃ ଅଗ୍ରାଧିକାର ଦେଇପାରିଲେ ଦେଶର ମଙ୍ଗଳ ହୋଇପାରିବ।
