ପ୍ରଶ୍ନପତ୍ର ଲିକ ପ୍ରତିବାଦରେ ପଟ୍ଟାମୁଣ୍ଡାଇ ବ୍ଲକ କଂଗ୍ରେସର ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ

 

ଛାତ୍ରୀଛାତ୍ରଙ୍କ ସ୍ୱରକୁ ବଳପୂର୍ବକ ଦମନ କରିବା ଗଣତନ୍ତ୍ର ପାଇଁ ବିପଦ

ପୋଲିସ ବର୍ବରୋଚିତ ବ୍ୟବହାର ଓ ଲାଠିଚାର୍ଜକୁ ନିନ୍ଦା

blank

ପଟ୍ଟାମୁଣ୍ଡାଇ ୨୪/୭ – ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଥିବା ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ନୂଆଦିଲ୍ଲୀଠାରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିବା ଛାତ୍ରୀଛାତ୍ରଙ୍କ ଉପରେ ପୋଲିସର ନିର୍ଦ୍ଦୟ ଲାଠିଚାର୍ଜ , ଏବଂ ଛାତ୍ରୀଛାତ୍ରଙ୍କ ହକ୍ ପାଇଁ ସ୍ୱର ଉତୋଳନ କରୁଥିବା ଲୋକସଭାର ବିରୋଧୀ ଦଳ ନେତାଙ୍କ ସହ ପୋଲିସର ବର୍ବରୋଚିତ ବ୍ୟବହାରକୁ ନେଇ ସାରା ଦେଶରେ ଆକ୍ରୋଶ ସୃଷ୍ଟି ହୋଇଛି। ଏହି ଗଣତାନ୍ତ୍ରିକ ବିରୋଧକୁ ଦମନ କରିବାର ଅପଚେଷ୍ଟା ଏବଂ ନିରୀହ ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ସହ ଖେଳାଯାଉଥିବା ଅନ୍ୟାୟର ପ୍ରତିବାଦରେ ଶୁକ୍ରବାର ଅପରାହ୍ନରେ ପଟ୍ଟାମୁଣ୍ଡାଇ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଏକ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବିକ୍ଷୋଭ ସମୟରେ ଉତ୍ୟକ୍ତ କଂଗ୍ରେସ କର୍ମୀମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶିକ୍ଷା ନୀତି ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନକୁ ପ୍ରତିବାଦ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ କୁଶପୁତଳିକା ଦାହ କରିଥିଲେ।

blank

ପଟ୍ଟାମୁଣ୍ଡାଇ ବ୍ଲକ କଂଗ୍ରେସ ସଭାପତି ପ୍ରକାଶ ମହାନ୍ତିଙ୍କ ନେତୃତ୍ୱରେ ସ୍ଥାନୀୟ ବାଇପାସ ଛାକ ଠାରେ ଅନୁଷ୍ଠିତ ବିକ୍ଷୋଭ ସମାବେଶରେ କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସର ସାଙ୍ଗଠନିକ ଉପସଭାପତି ସତ୍ୟପ୍ରିୟ ସାମଲ, ବରିଷ୍ଠ କଂଗ୍ରେସ ନେତା ଧନେଶ୍ୱର ଦାସ, ଜିଲ୍ଲା ସମ୍ପାଦକ ରବିନାରାୟଣ ମିଶ୍ର, ସାଧାରଣ ସମ୍ପାଦକ ସର୍ବେଶ୍ୱର ସେଠୀ, ଦାଶରଥୀ ସାହୁ, ତ୍ରିଲୋଚନ ସ୍ୱାଇଁଙ୍କ ସହ କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନେ ଏକାଠି ହୋଇ ଦିଲ୍ଲୀ ପୋଲିସର ଦମନଲୀଳା ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶିକ୍ଷା ବିଫଳତା ବିରୋଧରେ ଗର୍ଜନ କରିଥିଲେ। କୋମଳମତି ଛାତ୍ରୀଛାତ୍ରଙ୍କୁ ପୋଲିସ ଲାଠି ମାରି ରକ୍ତାକ୍ତ କରିବା ଘଟଣାକୁ କଂଗ୍ରେସ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି। ଗଣତନ୍ତ୍ରରେ ଛାତ୍ରୀଛାତ୍ର ଓ ସାଧାରଣ ନାଗରିକଙ୍କର ନିଜ ଦାବି ଓ ଅଧିକାର ପାଇଁ ଶାନ୍ତିପୂର୍ଣ୍ଣ ଭାବେ ସ୍ୱର ଉଠାଇବା ସାମ୍ବିଧାନିକ ଅଧିକାର। ସେହି ସ୍ୱରକୁ ବଳପୂର୍ବକ ଦମନ କରିବା ଗଣତନ୍ତ୍ର ପାଇଁ ବିପଦଜନକ ବୋଲି ସେମାନେ ଅଭିଯୋଗ କରିଥିଲେ। ସେହିପରି ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏବଂ କଂଗ୍ରେସର ଅନ୍ୟ ନେତାମାନଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ମଧ୍ୟ ସେମାନେ ବିରୋଧ କରିଥିଲେ। କଂଗ୍ରେସ କର୍ମୀମାନେ କହିଥିଲେ ପରୀକ୍ଷା ପରିଚାଳନାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୁରନ୍ତ ପଦବୀରୁ ଇସ୍ତଫା ଦିଅନ୍ତୁ। ଦିଲ୍ଲୀରେ ଆନ୍ଦୋଳନରତ ଛାତ୍ରୀଛାତ୍ର ଓ ବିରୋଧୀ ଦଳ ନେତାଙ୍କ ଉପରେ ଆକ୍ରମଣ କରିଥିବା ଦୋଷୀ ପୋଲିସ ଅଫିସରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ପ୍ରଶ୍ନପତ୍ର ଲିକ୍ ମାମଲାରେ ବ୍ୟାପକ ତଦନ୍ତ କରାଯାଉ । ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ କଂଗ୍ରେସ ଜୋରଦାର ଢଙ୍ଗରେ ସ୍ୱର ଉଠାଇବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।ଏହି କାର୍ଯ୍ୟକ୍ରମରେ ନିରଞ୍ଜନ ମଲ୍ଲିକ, କାଳନ୍ଦୀ ଘଡ଼ାଇ, ବିଚିତ୍ର ବେହେରା, ଶିଶିର ଓଝା, ଦୁଃଶାସନ ପ୍ରଧାନ, ଜ୍ଞାନରଞ୍ଜନ ବେହେରା, ଆର୍ତବନ୍ଧୁ ନାୟକ, ଅନ୍ତର୍ଯ୍ୟାମୀ କୁଣ୍ଡ, ସୁଶାନ୍ତ ପଣ୍ଡା, ଭରତ ତରେଇ, ସୁଶାନ୍ତ ମହାରଣା, ସ୍ୱାନ ବେଗମ, ସୁକାନ୍ତ ଦାସ, କୁଳମଣି ଦାସଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ ସାମିଲ ହୋଇଥିଲେ।

Leave a Reply

Next Post

ପଟ୍ଟାମୁଣ୍ଡାଇ ବାହୁଡ଼ା ଯାତ୍ରାରେ ବିମୋହିତ ହେଲେ ହଜାର ହଜାର ଭକ୍ତ

Fri Jul 24 , 2026
ପଟ୍ଟାମୁଣ୍ଡାଇ ତା ୨୪/୭- ପଟ୍ଟାମୁଣ୍ଡାଇର ଅଂଚଳରେ ବିଭିନ୍ନ  ସ୍ଥାନରେ ପବିତ୍ର ବାହୁଡା଼ ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ପୋଖରୀଆପଡା ପତିତପାବନ ମନ୍ଦିରରେ ମୁଖ୍ୟ ରଥଯାତ୍ରା ବିପୁଳ ଆନନ୍ଦ ଉଲ୍ଲାସ ଓ ଶାନ୍ତିଶୃଙ୍ଖଳାର ସହିତ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟୁଷରୁ ବେଦଜ୍ଞ ବ୍ରାହ୍ମଣ ପଣ୍ଡିତମାନେ ପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ମା ସୁଭଦ୍ରାଙ୍କର ଯଥାଵିଧି ପୂଜା ଅର୍ଚନା କରିଥିଲେ । ବ୍ରାହ୍ମଣପଣ୍ଡିତମାନେ ମନ୍ତ୍ର ଧ୍ଵନି ମଧ୍ୟରେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading