ରାଜ୍ୟସ୍ତରୀୟ ଉଷୁ ପ୍ରତିଯୋଗିତା :ପଟ୍ଟାମୁଣ୍ଡାଇ ଝିଅଙ୍କ ସଫଳତା

blank
ପଟ୍ଟାମୁଣ୍ଡାଇ ୧/୩ -ଓଡିଶା ଉଷୁ ସଂଘ ଆନୁକୂଲ୍ୟରେ ଅନୁଗୋଳ ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଉଷୁ ପ୍ରତିଯୋଗିତାରେ ପଟ୍ଟାମୁଣ୍ଡାଇର ଝିଅମାନେ ସଫଳତା ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ପଟ୍ଟାମୁଣ୍ଡାଇ ବ୍ଲକ ବାଛରା ପଂଚାୟତ ମଣ୍ଡପଡା ଭଜନେଶ୍ୱର ହାଇସ୍କୁଲ ଛାତ୍ରୀ ମାନେ ନିଜର ଉତ୍କର୍ଷତା ପ୍ରତିପାଦନ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିବାରୁ ସମଗ୍ର ଅଂଚଳରେ ଆନନ୍ଦ ପ୍ରକାଶ ପାଇଛି ।
ଖେଲୋ ଇଣ୍ଡିଆ ମହିଳା ଲିଗ-୨୦୨୫ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉଷୁ ଖେଳକୁ ଲୋକପ୍ରିୟ କରିବା ଦିଗରେ ନିଷ୍ଠାପର ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲା ସଂଘ ସଭାପତି ସଂଗ୍ରାମ ସାମଲଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ପ୍ରତିଯୋଗିତାରେ ଯୋଗ ଦେଇଥିବା ଝିଅମାନେ ନିଜର ଶ୍ରେଷ୍ଠତା ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। କୋଚ ସୁଶୀଲ କୁମାର ସାମଲଙ୍କ ପ୍ରଶିକ୍ଷଣରେ ମଣ୍ଡପଡା ଭଜନେଶ୍ୱର ଉଚ୍ଚବିଦ୍ୟାଳୟର ଛାତ୍ରୀ ପ୍ରାର୍ଥନା ପ୍ରଧାନ, ଅନୁଷ୍କା ପ୍ରଧାନ, ଶୁଭସ୍ମିତା ପ୍ରଧାନ ଓ ଅନନ୍ୟା ଗେରୁ ନିଜ ନିଜ ବିଭାଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏଇ ଅବସରରେ ଭଜନେଶ୍ୱର ହାଇସ୍କୁଲ ପରିସରରେ ଶନିବାର ଆୟୋଜିତ ସମ୍ବର୍ଦ୍ଧନା ସଭାରେ ସମାଜସେବୀ ବରାହ ଚରଣ ସାମଲ ଓ ପ୍ରଧାନଶିକ୍ଷକ ଅନନ୍ତ କିଶୋର ବେହେରା ଓ ଗ୍ରାମବାସୀ ସ୍ୱର୍ଣ୍ଣପଦକପ୍ରାପ୍ତ ଦଳକୁ ସମ୍ବର୍ଦ୍ଧିତ କରିଥିଲେ ।

Next Post

ବିପୁଳ ପରିମାଣର ଚୋରାମଦ ଜବତ, ୫ କୋର୍ଟଚାଲାଣ

Sat Mar 1 , 2025
କେନ୍ଦ୍ରାପଡ଼ା,୧ା୩: କେନ୍ଦ୍ରାପଡ଼ା ଟାଉନ ଓ ନିକିରାଇ ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର ଚୋରାମଦ ଜବତ କରାଯାଇଛି। ସୂଚନା ଅନୁଯାୟୀ ଚୋରା ମଦ ବିକ୍ରି ହେଉଥିବାର ଏକ ବିଶେଷ ସୁତ୍ରରୁ ଖବର ମିଳିବା ପରେ ଜିଲ୍ଲପାଳଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧିକ୍ଷକ ବିପ୍ରଚରଣ ମଣ୍ଡଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଟିମ ବିଭିନ୍ନ ସ୍ଥାନରେ ଚଢାଉ କରି ୪୭ ଲିଟର […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading