କେନ୍ଦ୍ରାପଡା,୩୧ା୮: କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର ମାସାନ୍ତ ରବିବାସରୀୟ ସାହିତ୍ୟ ଆସର, କବିତା ପାଠୋତ୍ସବ ଓ ଆଲୋଚନା ଚକ୍ର ସାହିତ୍ୟ ସଂସଦର କାର୍ଯ୍ୟକାରୀ ସଭାପତି କବି କରୁଣାକର ଦାସଙ୍କ ଅଧ୍ୟକ୍ଷତାରେ ପବ୍ଲିକ ରିଡିଂରୁମ ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଖ୍ରୀଷ୍ଟ କଲେଜର ଅବସର ପ୍ରାପ୍ତ ଅଧ୍ୟକ୍ଷ ଡଃ ସୁରେନ୍ଦ୍ରନାଥ ଆଚାର୍ଯ୍ୟ, ମୁଖ୍ୟବକ୍ତା ଭାବରେ ସ୍ତମ୍ବାକାର ଡଃ ସର୍ବେଶ୍ୱର ସେଣ, ସାହିତ୍ୟ ସଂସଦର ସଂପାଦକ […]

କେନ୍ଦ୍ରାପଡ଼ା, ୩୧/୮- କେନ୍ଦ୍ରାପଡ଼ା ପୌରପାଳିକା ତରଫରୁ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ୨୦୨୫ ପାଳିତ ହୋଇଯାଇଛି। ସ୍ଥାନୀୟ ପୌରପାଳିକା ଟାଉନ ହଲଠାରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟଅତିଥି ଭାବେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ଯୋଗଦେଇଥିଲେ। ମାନ୍ୟବର ବିଧାୟକ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ରାଜ୍ୟର ସର୍ବପୁରାତନ ପୌର ପରିଷଦ କେନ୍ଦ୍ରାପଡ଼ାକୁ ଗୋଟିଏ ଆଦର୍ଶ ପୌରପାଳିକା ଗଠନ କରିବାକୁ ହେଲେ ସମସ୍ତଙ୍କ ସହଯୋଗ ଅତ୍ୟନ୍ତ ଜରୁରୀ ବୋଲି କହିଛନ୍ତି। […]

ପଟ୍ଟାମୁଣ୍ଡାଇ ୩୧/୮-କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦରେ ୩୭ ତମ ସ୍ୱାୟତ ଶାସନ ଦିବସ ପୌରଅଧ୍ୟକ୍ଷ ହେମନ୍ତ ସାହୁଙ୍କ ନେତୃତ୍ୱରେ ମ୍ୟୁନିସପାଲଟି ପ୍ରେକ୍ଷାଳୟ ଠାରେ ମହାସମାରୋହରେ ରବିବାର ପାଳିତ ହୋଇଯାଇଛି। ପ୍ରଥମ ଅଧିବେଶନରେ ପ୍ରାତଃ ସମୟରେ ରାମଧୂନ୍‌, ସହରର ବିଭିନ୍ନ ଛକସ୍ଥିତ ମହାପୁରୁଷଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ପରିଷଦ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଅଧ୍ୟକ୍ଷ ସାହୁଙ୍କ ଦ୍ୱାରା ଜାତୀୟ ପତାକା ଉତୋଳନ କରାଯାଇଥିଲା। ପରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀମାନଙ୍କୁ ଫଳ ବଂଟନ କାର୍ଯ୍ୟକ୍ରମ […]

ପଟ୍ଟାମୁଣ୍ଡାଇ ୩୧/୮- କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଧିନ ଏଲ୍‌ଆଇସି ଅଫିସ ସମ୍ମୁଖ ମ୍ୟୁନିସିପାଲଟି ଭେଣ୍ଡିଂଜୋନ କେବିନରୁ ରବିବାର ଜଣେ ମହିଳାଙ୍କ ଅଦ୍ଧଦଗ୍ଧ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ମୃତା ମହିଳା ଜଣଙ୍କ ହେଲେ ଆଳି ନରେନ୍ଦ୍ରପୁର ଗ୍ରାମର ବନ୍ଦିତା ରାଉତ ବୋଲି ଜଣାଯାଇଛି । ତାଙ୍କ ବାପଘର ପଟ୍ଟାମୁଣ୍ଡାଇ ଗ୍ରାମଂଚଳ ଥାନା ଅନ୍ତର୍ଗତ ବୋଧଗାଁ । ସେ ଗତ ୨୭ ତାରିଖରୁ ନିଖୋଜ ଥିଲେ । ଏ […]

1

ପଟ୍ଟାମୁଣ୍ଡାଇ ୩୦/୮-ବ୍ରାହ୍ମଣୀ ନଦୀର ୩ୟ ବନ୍ୟାରେ ଜଳବନ୍ଦୀ ହୋଇପଡ଼ିଥିବା ପଟ୍ଟାମୁଣ୍ଡାଇ ବ୍ଲକ ଡାମରପୁର ପଂଚାୟତରେ ଏକ ଅଘଟଣ ଘଟିଛି । ଡାମରପୁର ପଂଚାୟତ ତେଲିପାଟଣା ଗ୍ରାମର ନାରାୟଣ ପ୍ରସାଦ ସାହୁଙ୍କ ୪ବର୍ଷର ଶିଶୁ ପୁତ୍ର ଅନ୍ତର୍ଯ୍ୟାମୀ ସାହୁ ସାପ କାମୁଡ଼ାରେ ଶନିବାର ପ୍ରାଣ ହରାଇଛନ୍ତି । ଶନିବାର ସକାଳେ ଅନ୍ତର୍ଯ୍ୟାମୀ ଖାଇ ସାରି ଘରୁ ଜୋତା ପିନ୍ଧି ବାହାରକୁ ଯିବା ପାଇଁ ବାରଣ୍ଡାରେ ଥିବା ଅଖା ବସ୍ତା ତଳୁ ଜୋତା […]

କେନ୍ଦ୍ରାପଡା ଜିଲା  ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ କଷଣଅଂଟା ହାଇସ୍କୁଲ ଠାରେ ଜିଲା ସ୍ତରୀୟ ସଂସ୍କୃତ ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ, କେନ୍ଦ୍ରାପଡ଼ା ଶାଖାର ସଭାପତି ପଣ୍‌ତିତ ପ୍ରମୋଦ କୁମାର ତ୍ରିପାଠୀଙ୍କ ପୌରହିତ୍ୟରେ ଆୟୋଜିତ ଜିଲାସ୍ତରୀୟ ଷୋଡ଼ଶ ବାର୍ଷିକ ସଂସ୍କୃତ ଦିବସ ସମାରୋହରେ ସଂସ୍କୃତ ତତ୍ୱଜ୍ଞ, ଲୋକଭାଷା ପ୍ରଚାର ସମିତିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଡ. ବିପିନ ବିହାରୀ ଶତପଥୀ ମୁଖ୍ୟ ଅତିଥି ଭାବେ ପ୍ରଦୀପ […]

ପୋଖରୀଆପଡା କେନାଲ ପୁନଃ ରୁଦ୍ଧାର ଜରୁରୀ  ସବୁ ଦେଖି ଚୁପ ପ୍ରଶାସନ ପଟ୍ଟାମୁଣ୍ଡାଇ ୨୫/୮- କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ଦୈନିକ ବର୍ଷା ଯୋଗୁ ସହରରେ ପାଣି, କାଦୁଅ ଭରି ରହିଛି। ଜଳନଷ୍କାସନ ପଥ ଜବରଦଖଲ ହୋଇଥିବାରୁ ଡ୍ରେନ୍ ପୋତି ହୋଇ ଦୂଷିତ ମଇଳା ପାଣି ରାସ୍ତାରେ ବହିଚାଲୁଛି । ରାସ୍ତାରେ ବର୍ଷା ପାଣି ଜମିରହିବାରୁ ଗାଡି ମୋଟର ଚାଲି ଗାଢ ସୃଷ୍ଠି ହେଉଛି ।ତେବେ ସବୁଠାରୁ ଚିନ୍ତାର ବିଷୟ […]

1

କେନ୍ଦ୍ରାପଡ଼ା,୨୫ା୮:ସବୁବର୍ଷ ଭଳି ଚଳିତବର୍ଷ ମଧ୍ୟ ସମାଜସେବା କାର୍ଯ୍ୟରେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ମାଇଁ ଏନସିସି ଆଲୁମିନି ଆସୋସିଏସନ ଆଉ ଏକ ସୁନ୍ଦର ପଦକ୍ଷେପ ଆଗକୁ ନେଉଛି। ଲଗାତର କିଛି ବର୍ଷ ହେବ ‘ହର ଘର ପୈାଦ୍ଧା’ କାର୍ଯ୍ୟକ୍ରମ ଦ୍ୱାରା ମାଇଁ ଏନସିସି ଆଲୁମନି ଆସୋସିଏସନ ବହୁତ ସୁନାମ ଓ ସଫଳତା ଅର୍ଜ୍ଜନ କରିଛି। ଚଳିତ ବର୍ଷ ୩ଲକ୍ଷରୁ ଉର୍ଦ୍ଧ୍ୱ ଗଛ ଲାଗି ପାରିଛି। ପୂର୍ବ ଭଳି ଏବର୍ଷ ମଧ୍ୟ ମାଇଁ […]

କେନ୍ଦ୍ରାପଡ଼ା,୨୪ା୮:କେନ୍ଦ୍ରାପଡ଼ା ଜିଲ୍ଲାର ନିକିରାଇ ଥାନା ଅଞ୍ଚଳରୁ ଜଣେ ବିବାହିତ ମହିଳାଙ୍କୁ ହାଇଦ୍ରାବାଦକୁ ଅପହରଣ କରି ନେଇ ସେଠାରେ ୬ ଜଣ ଗଣ ବଳାତ୍କାର କରିଛନ୍ତି। ଏ ନେଇ ମହିଳା ଜଣକ ଥାନାରେ ଏତଲା ଦେଇଛନ୍ତି। ଏତଲା ଦେବା ପରେ ପୋଲିସ ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି। ମହିଳା ଜଣକ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ନିକିରାଇ ଥାନା ସଚଂଳର ବିକାଶ ମଳିକ, ରାଜନଗର ବାବୁ ମଳିକ, ପ୍ରଶାନ୍ତ ମଳିକ ତାଙ୍କୁ […]

କେନ୍ଦ୍ରାପଡ଼ା,୨୪ା୮:କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଚକ୍ରୋଡ଼ା ଗ୍ରାମପଞ୍ଚାୟତର ଅର୍ଶୋକା ଗ୍ରାମରେ ସାପ କାମୁଡ଼ାରେ ଜଣେ ୨ ବର୍ଷର ଶିଶୁ କନ୍ୟାଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଶିଶୁର ମା’ ଗୁରୁତର ହୋଇ ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଖବର ନେବାରୁ ଜଣାପଡିଛି ଯେ ଅର୍ଶୋକା ଗ୍ରାମର ଫକୀର ଜେନା ତାଙ୍କ ପତ୍ନୀ ଗୀତାଞ୍ଜଳୀ ଓ ୨ ବର୍ଷର ଶିଶୁ କନ୍ୟା ରାଜଶ୍ରୀ ରାତି ପ୍ରାୟ ୧୦ଟାରେ ଖାଇ ସାରି ଶୋଇଥିଲେ। […]

Breaking News