ମେଗା ପାନୀୟ ଜଳ ପ୍ରକଳ୍ପର ରାସାୟନୀକ ପାଣି ପସି ବ୍ୟାପକ ଫସଲ ନଷ୍ଟ , ଭାରତୀୟ କୃଷକ ସଂଗଠନ ପକ୍ଷରୁ ଗଣଧାରଣା ଦାବୀ

blank

ପଟ୍ଟାମୁଣ୍ଡାଇ ୨୪/୩-କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ପୋହଳ ଠାରେ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଯୋଗୁଁ ଚାଷ ଜମିରେ ରାସାୟନୀକ ପାଣି ପସି ବ୍ୟାପକ ଫସଲ ନଷ୍ଟ ହେଉଛି । ଯାହାକୁ ନେଇ କ୍ଷତିପୂରଣ ଦାବିରେ ଭାରତୀୟ କୃଷକ ସଂଗଠନ ପକ୍ଷରୁ ଚାଷୀମାନେ ମଙ୍ଗଳବାର ମେଗାଜଳ ପ୍ରକଳ୍ପ ନିକଟରେ ଗଣଧାରଣା ଦେବା ସହ ପଟ୍ଟାମୁଣ୍ଡାଇ ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ ବିଭାଗରେ ଦାବୀ ପତ୍ର ପ୍ରଦାନ କରିଛନ୍ତି।

blank

ସେମାନେ କହିଛନ୍ତି ବଡମୂଳବସନ୍ତ ପୋହଳ ଠାରେ ଲକ୍ଷ୍ମୀ ସିଭିଲ ଇଂଜିନିଅରିଂ ଠିକାସଂସ୍ଥା ଦ୍ୱାରା ମେଗା ଜଳ ପ୍ରକଳ୍ପ କାଯ୍ୟ ଚାଲୁଛି । ସେଥିରୁ ନିର୍ଗତ ଲବଣ ଯୁକ୍ତ ଜଳ ଅଶୋଧିତ ରାସାୟନିକ ପଦାର୍ଥ ମିଶ୍ରିତ ଜଳକୁ ନିକଟ ପାଟନାଳୀକୁ ଛାଡୁଛନ୍ତି । ଫଳରେ ପାଟନାଳୀ ଦେଇ ଏହି ରାସାୟନୀକ ପାଣି ଚାଷ ଜମିରେ ପ୍ରବେସ କରି ଧାନ, ମୁଗ, ବିରି ଏବଂ ପନିପରିବା ଫସଲ ସହିତ ଡାଳୁଅ ଧାନ କିଆରିରେ ମାଡି ଯାଉଛି । ଯାହାକୁ ନେଇ ବ୍ୟାପକ ଭାବେ ନଷ୍ଟ ହେଉଛି । ସମବାୟ ସମିତି ବ୍ୟାଙ୍କରୁ ଋଣ ଆଣି କୃଷି କାର୍ଯ୍ୟରେ ବ୍ୟବହାର କରିଥିବାରୁ ଚାଷୀ ଋଣ ପରିଶୋଧ କରିନପାରି ଋଣଗ୍ରସ୍ତ ହୋଇ ପଡିୁଛି । ପରିବାର ପ୍ରତିପୋଷଣ କରିବାକୁ ଅସମର୍ଥ ହୋଇପଡିଛି । ଘଟଣାକୁ ନେଇ ଜିଲାପ୍ରଶାସନ, ତହସିଲ, ପରିମଳ ବିଭାଗ ଏସଡିଓ, କୃଷି ବିଭାଗ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ଫଳରେ ଚଳିତ ରବି ଫସଲ ଓ ଡାଳୁଅ ଧାନ କ୍ଷେତକୁ ବିଷାକ୍ତ ଲୁଣାପାଣି ପ୍ରବାହ ସହସ୍ର ଏକର ଫସଲ ନଷ୍ଟ ହୋଇ ସେମାନଙ୍କର ମେରୁଦଣ୍ଡ ଭାଙ୍ଗିଯିବାର ଅବସ୍ଥା ଦେଖାଦେଇଛି । ପ୍ରଶାସନିକ ଉଦାସୀନତା ଓ ଆରଡବ୍ଲୁଏସଏସ ବିଭାଗର ଅପରିଣାମଦର୍ଶିତା କାର୍ଯ୍ୟ ଯୋଗୁଁ ଚାଷୀ ଏବେ ସର୍ବହରା ଅବସ୍ଥାରେ ପହଁଚିଛନ୍ତି ।ଏଭଳି ଏକ ସ୍ପର୍ଶକାତର ତଥା ସମ୍ବେଦନଶୀଳ ଘଟଣାକୁ ହୃଦୟଙ୍ଗମ କରି ପ୍ରଶାସନ ସହସ୍ରାଧିକ ଚାଷୀ ପରିବାରଙ୍କ ଜୀବନ ଜୀବିକା ରକ୍ଷା କରିବା ଦିଗରେ ତୁରନ୍ତ ପ୍ରକଳ୍ପ ଠିକାଦାର ଉପରେ କର୍ଯ୍ୟନୁଷ୍ଠାନ ନେବା ସହ ଚାଷୀଙ୍କ କ୍ଷତି ଭରଣା ଓ ସହାୟତା ପାଇ ସେମାନେ ଦାବୀ କରିଛନ୍ତି । ନଚେତ୍ ଆଗାମୀ ଦିନରେ ଆମରଣ ଅନଶନ ଦେବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇ ଏଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି । ଏହି ଗଣ ଧାରଣାରେ ଚିନ୍ମୟ ବାରିକ,ସୁରେଶ ଦାସ, ନୃସଂହ ଦାସ,ସଂଜୟ ଲେଙ୍କା, ଅନାଦୀ ବାରିକ, ବସନ୍ତ ଦାସ,ଦିପ୍ତିରଞ୍ଜନ ଦାସ ସମେତ ବହୁ ଚାଷୀ ଉପସ୍ଥିତରେ ଧାରଣା ଦେଇଥିଲେ ।

blank

Next Post

ବିଶ୍ୱ ଯକ୍ଷ୍ମା ଦିବସ ପାଳିତ

Tue Mar 24 , 2026
କେନ୍ଦ୍ରାପଡ଼ା, ୨୪୩: ଏସ୍‌ଓଏସ୍ କଲେଜ୍ ଅଫ୍ ନସିଂ, କେନ୍ଦ୍ରାପଡ଼ା ତରଫରୁ ଆଜି ବିଶ୍ୱ ଯକ୍ଷ୍ମା ଦିବସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କେନ୍ଦ୍ରାପଡ଼ାରେ ପାଳନ କରାଯାଇଛି। ଏହି ଅବସରରେ ନସିଂ ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ଅଭିନୟ କାର୍ଯ୍ୟକ୍ରମ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପୁରୁଣା ମେଡ଼ିକାଲ କନ୍‌ଫରେନ୍ସ ହଲ୍‌ରେ ଅନୁଷ୍ଠିତ ହୋଇଥିଲା। ବିଶ୍ୱ ଯକ୍ଷ୍ମା ଦିବସ ଅବସରରେ ଛାତ୍ରୀଛାତ୍ରମାନେ ଅଭିନୟ ମାଧ୍ୟମରେ ସମାଜକୁ ବିଭିନ୍ନ ବାର୍ଭା ଯଥା- ‘ଯକ୍ଷ୍ମା ରୋଗୀଙ୍କୁ ଅଲଗା କରି […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading