
କେନ୍ଦ୍ରାପଡ଼ା,୨୨ା୬: ଅନ୍ତର୍ଯାତିକ ଯୋଗ ଦିବସ ଉପଲକ୍ଷେ ରବିବାର ସକାଳ ୭ଘଟିକା ସମୟରେ କେନ୍ଦ୍ରାପଡ଼ା ଲ’ କଲେଜ ଛକ ନିକଟ “ଶ୍ରୀ ବଳଦେବଜୀଉ ଏକାଡେମୀ ଅଫ ଡ୍ରାମା ଆଣ୍ଡ କଲଚର” ପ୍ରେକ୍ଷାଳୟରେ ସମ୍ମିଳିତ ଭାବେ ଯୋଗ କରାଯାଇଥିଲା । ଏହି ଯୋଗ ଶିବିରକୁ ନୃତ୍ୟ ପ୍ରିୟା ଡ୍ୟାନ୍ସ ଏକାଡେମୀ ଆଣ୍ଡ ରିସର୍ଚ୍ଚ ସେଣ୍ଟର, “ଶ୍ରୀ ବଳଦେବଜୀଉ ଏକାଡେମୀ ଅଫ ଡ୍ରାମା ଆଣ୍ଡ କଲଚର” ଓ ମାଟିବଂଶ ଅବଧାନ ସମାଜର ବହୁ ଯୋଗ ସାଧକଙ୍କ ସହିତ ବହୁ ଛାତ୍ରଛାତ୍ରୀମାନେ ଆସନ, ପ୍ରାଣାୟମ, ମୁଦ୍ରା ଓ ବନ୍ଧ ଆଦି ଯୋଗ କରିଥିଲେ । ଗୁରୁ ଅଭିରାମ ନାୟକଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ସାଧନା ସଂଗୀତ ମାଧ୍ୟମରେ ଏହି ଯୋଗ ଶିକ୍ଷାପ୍ରଦାନ କରାଯାଇଥିଲା । ନୃତ୍ୟ ଗୁରୁ ତପସ୍ୱିନୀ ନାୟକ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଉକ୍ତ ଅନୁଷ୍ଠାନର ସାପ୍ତାହିକ ତାଲିମ ନେଉଥିବା ଯୋଗ ଶ୍ରେଣୀର ବହୁ ଶିକ୍ଷାର୍ଥୀ ଯୋଗ ଦେଇ ସୁସ୍ଥ ଶରୀର ଓ ସୁସ୍ଥମନ ଗଠନ ପାଇଁ ଯୋଗର ଜରୁରୀ ଶିକ୍ଷା ପ୍ରତ୍ୟକ ବ୍ୟକ୍ତି କରିବା ଉଚିତ ବୋଲି ଯୋଗ ଗୁରୁ ଶ୍ରୀ ନାୟକ ମତ ପ୍ରକାଶ କରିଥିଲେ । ମାଟିବଂଶ ଅବଧାନ ସମାଜର ପଣ୍ଡିତ ଶ୍ରୀଧର ନାଥ ଓ ମଧୁସୁଦନ ଗେରୁ ଆଦି ସମ୍ମିଳିତ ସମସ୍ଥ ବ୍ୟକ୍ତି ଲିଖିତ ଆକାରରେ ଯୋଗକୁ ପରୀକ୍ଷା ମୂଳକ ବିଷୟରୂପେ ପ୍ରତ୍ୟକ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ବାଧ୍ୟତା ମୂଳକ ଭାବେ ପ୍ରଚଳନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଏକ ପତ୍ର ମାଧ୍ୟମରେ ଅନୁରୋଧ କରାଯାଇଛିି ।
