ବିପୁଳ ପରିମାଣର ଚୋରାମଦ ଜବତ, ୫ କୋର୍ଟଚାଲାଣ

blank
କେନ୍ଦ୍ରାପଡ଼ା,୧ା୩: କେନ୍ଦ୍ରାପଡ଼ା ଟାଉନ ଓ ନିକିରାଇ ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର ଚୋରାମଦ ଜବତ କରାଯାଇଛି। ସୂଚନା ଅନୁଯାୟୀ ଚୋରା ମଦ ବିକ୍ରି ହେଉଥିବାର ଏକ ବିଶେଷ ସୁତ୍ରରୁ ଖବର ମିଳିବା ପରେ ଜିଲ୍ଲପାଳଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧିକ୍ଷକ ବିପ୍ରଚରଣ ମଣ୍ଡଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଟିମ ବିଭିନ୍ନ ସ୍ଥାନରେ ଚଢାଉ କରି ୪୭ ଲିଟର ଚୋରା ଦେଶୀ ଓ ରନ୍ଧା ମଦ ଜବତ କରିବା ସହିତ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଉଛନ୍ତି କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ସାନ୍ତସାହି ଗ୍ରାମର ଦେବାଶିଷ ସାହୁ(୪୯) ଓ ମନୋରଞ୍ଜନ ସାହୁ(୪୫), କାକଟ ଗ୍ରାମର ରଘୁନାଥ ନାୟକ(୫୪) ଏବଂ ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗ୍ରାମର ସୁରେଶ ସେଠୀ(୪୨) ଓ ଦୀପକ ସେଠୀ(୩୩)। ଚୋରା ମଦବେପାରୀଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ଚଢାଉରେ ଅବକାରୀ ନିରୀକ୍ଷକ ହିତାଂଶୁ ଶେଖର ମଲିକ, ଅବକାରୀ ଉପନିରୀକ୍ଷକ ଧର୍ମପଦ ଦାସଙ୍କ ସମେତ ଅବକାରୀ ବିଭାଗର ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।

Next Post

ସରକାରୀ ଓଲଢି ଉର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷାର ଶୁଭାରମ୍ଭ

Sat Mar 1 , 2025
କେନ୍ଦ୍ରାପଡ଼ା,୧ା୩: ଡେରାବିଶ ବ୍ଲକ ଅନ୍ତର୍ଗତ ଚାଟରାଚକଡା ପଞ୍ଚାୟତର ରାମଚନ୍ଦ୍ର ନୋଡାଲ ଉଚ୍ଚବିଦ୍ୟାଳୟ କ୍ଲଷ୍ଟରର ସରକାରୀ ଓଲଢି ଉର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷାର ଉଦ୍‌ଘାଟନ ଉତ୍ସବ ପାଳନ ହୋଇଯାଇଛି । ଏହି ଉଦ୍‌ଘାଟନ ଉତ୍ସବରେ ଡେରାବିଶ ଶିକ୍ଷା ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀକାନ୍ତ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଡେରାବିଶ ଶିକ୍ଷା ମଣ୍ଡଳର ମଣ୍ଡଳ ଶିକ୍ଷା ସାଧନ ସଂଯୋଜକ ଦେବଦତ୍ତ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading