ଉତିକଣ ବ୍ଲକ ମାନ୍ୟତା ଦାବି ; ଚାଷୀ ମୂଲିଆ ସଂଘର ଆନ୍ଦୋଳନ ଚେତାବନୀ

blank
ପଟ୍ଟାମୁଣ୍ଡାଇ ୫/୨ -କେନ୍ଦ୍ରାପଡା ଜିଲାର ଭାତହାଣ୍ଡି କୁହାଯାଇଥିବା ଉତିକଣ ଅଂଚଳକୁ ନୂତନ ବ୍ଲକ ମାନ୍ୟତା ପ୍ରଦାନ ପାଇଁ ଦାବି କରିଛି ଉତିକଣ ଚାଷୀ ମୂଲିଆ ସଂଘ । ଏ ନେଇ ମଦନପୁର ପୂର୍ଣ୍ଣତୋୟା ବିଦ୍ୟାଳୟ ପରିସରରେ ଉତିକଣ ଚାଷୀ ମୂଲିଆ ସଂଘ ଆବାହକ ଭାସ୍କର ରାଉତରାୟଙ୍କ ସଭାପତିତ୍ୱରେ ଗୁରୁବାର ଏକ ବୈଠକ ବସିଥିଲା। ପ୍ରବୀତ୍ର ବିଶ୍ୱ ଶ୍ରମୀକ ଦିବସ ଅବସରରେ ଅନୁଷ୍ଠିତ ବୈଠକରେ ଉତିକଣ ଅଂଚଳର ପ୍ରାୟ ୧୨ ପଂଚାୟତର ଜନପ୍ରତିନିଧି ଓ ବୁଦ୍ଧିଜୀବୀ ମାନେ ଏକତ୍ରିତ ହୋଇ ଉତିକଣବ୍ଲକ ପୁନର୍ଗଠନ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ସରକାରୀ ସ୍ତରରେ ପଦକ୍ଷେପ ନେବାକୁ ଦାବି କରାଯାଇଥିଲା।

ପଟ୍ଟାମୁଣ୍ଡାଇ ବ୍ଲକ ଉତିକଣ ଅଂଚଳରେ ଥିବା ସଂସାରଫଳ, ଓଉପଦା, ଖଣତା, ବଳଭଦ୍ରପୁର, ଡାମରପୁର, ଶ୍ରୀରାମପୁର, ଦୋଷିଆ, ବିଲିକଣା, ଚନ୍ଦନନଗର, ବଡପଡା,ଦିହୁଦୁପୁର, ବଡମହନପୁର ପ୍ରଭୁତି ପଂଚାୟତଗୁଡିକ ଉଭୟ ସରକାରୀ ଏବଂ ପ୍ରଶାସନିକ ସ୍ତରରେ ଅବହେଳିତ ହୋଇ ରହିଛି। ବିଭିନ୍ନ ପଂଚାୟତ ଏବଂ ଗ୍ରାମ ବ୍ଲକ ସଦରମହକୁମାଠାରୁ ପ୍ରାୟ ୧୫ ରୁ ୨୦ କିମି ଦୂରରେ ରହୁଥିବାରୁ ଗମନାଗମନ ଓ ଅନ୍ୟାନ କ୍ଷେତ୍ରରେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ଉତିକଣ ଅଂଚଳର ୧୨ଟି ପଂଚାୟତ ସମେତ ରଜନଗର ବ୍ଲକର ୫ଟି ପଂଚୟତକୁ ମିଶ୍ରଣ କରି ଏକ ନୂତନ ବ୍ଲକ ଗଠନ କରିବା ପାଇଁ ବୈଠକରେ ଦାବି କରାଯାଇଥିଲା। ଏ ନେଇ ରାଜ୍ୟ ସରକାରଙ୍କ ଠାରେ ଦାବିପତ୍ର ପ୍ରଦାନ କରାଯିବ ବୋଲି ବୈଠକରେ ନିଷ୍ପତି ହୋଇଥିଲା।ଏହି ବୈଠକରେ ସମବାୟବିତ ସୁବାଷ ଦାଶ, ପୂର୍ବତନ ସରପଂଚ ପ୍ରଭାତ ପ୍ରଧାନ, ମିନତି ପାତ୍ର, ସୁବାଷ ଖଟୁଆ, ଆରତୀ ପ୍ରଧାନ, ଦୀବାକର ସେଠୀ, ସୁଜୀତ ପ୍ରଧାନ, ସରପଂଚ ଅନିଲ ଲେଙ୍କାଙ୍କ ସମେତ ୧୨ଟିପଂଚାୟତର ଜନପ୍ରତିନିଧି ବୁଦ୍ଧିଜୀବୀ ଯୋଗ ଦେଇଥିଲେ।  ସରକାର ଏ ଦିଗରେ ବିହିତ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଉତିକଣ ଚାଷୀ ମୂଲିଆ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

Next Post

ଫିଟୁଛି ବଡପଡା ସମବାୟ ସମିତି ଦୁର୍ନୀତି ଗୁମର ; ସମ୍ପାଦକ ସଭାପତିଙ୍କ ମଧ୍ୟରେ ଶିତଳ ଯୁଦ୍ଧ

Fri May 2 , 2025
ପଟ୍ଟାମୁଣ୍ଡାଇ ୨୯/୪– କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ବଡପଡା ସେବା ସମବାୟ ସମିତିରେ ବହୁ ଦିନରୁ ଲାଗିରହିଥିବା ପ୍ରିୟାପ୍ରିତି ତୋଷଣ ଓ ବେଆଇନ କାର୍ଯ୍ୟକଳାପର ଗୁମର ଧିରେଧିରେ ପଦାକୁ ଆସିବାରେ ଲାଗିଛି । ସଭାପତି ଓ ସମ୍ପାଦଙ୍କ ମଧ୍ୟରେ ତୁ ତୁ ମେ ମେ ଛାଲିଛି । ବର୍ତମାନର ସଭାପତି ବିଭିନ୍ନ ସମସ୍ୟାକୁ ନେଇ କାରଣଦର୍ଶାଅ ନୋଟିସ ସମ୍ପାଦକଙ୍କୁ ଦେଇଥିବା ପ୍ରତିବାଦର ଉତର ବଦଳରେ ସମ୍ପାଦକ ମଧ୍ୟ ଏକ ନୋଟିସ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading