ପଟ୍ଟାମୁଣ୍ଡାଇ ରାଧାରମଣ ମଠରେ ଗୁରୁ ପୂର୍ଣ୍ଣିମା ପାଳିତ

blank
ପଟ୍ଟାମୁଣ୍ଡାଇ ତା ୨୯/୭- ପଟ୍ଟାମୁଣ୍ଡାଇ ଅଂଚଳର ପ୍ରମୁଖ ଆଧ୍ୟାତ୍ମିକ ପୀଠ ରାଧାରମଣ ମଠରେ ପବିତ୍ର ଗୁରୁ ପୂର୍ଣ୍ଣିମା ସମାରୋହରେ ପାଳିତ ହୋଇଯାଇଛି I ଏଥି ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା I ପୁରୀ ଗୋବର୍ଧନ ପୀଠ ସନ୍ଥ ସଂରକ୍ଷକ ରାଧାରମଣ ମଠ ମହନ୍ତ ସ୍ୱାମୀ ଅସୀମାନନ୍ଦ ଦାସ ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରତ୍ୟୁଷରୁ ପ୍ରଭୁ ରାଧାରମଣ ଦେବ, ପ୍ରଭୁ ଶ୍ରୀ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ମା ସୁଭଦ୍ରା, ଗୋପେଶ୍ୱର ମହାଦେବ ଓ ପ୍ରଭୁ ହନୁମାନଜୀଉଙ୍କ ଯଥାଵିଧି ପୂଜାର୍ଚନା ସହ ଦିବାରାତ୍ର ନାମ ସଂକୀର୍ତନ କରାଯାଇଥିଲା I ମଠ ମହନ୍ତ ସ୍ୱାମୀ ଅସୀମାନନ୍ଦଜୀଙ୍କୁ ଶିଷ୍ୟମାନେ ଫୁଲ ଚନ୍ଦନ, ଧୂପ ଦୀପ ଓ ଅର୍ଘ୍ୟ ପ୍ରଦାନ କରି ପୂଜାର୍ଚନା କରିଥିଲେ I ଗୁରୁ ଅସୀମାନନ୍ଦ ଏଇ ଅବସରରେ ଶିଷ୍ୟମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ I ଗୁରୁ ପୂର୍ଣ୍ଣିମା କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇ ଆଇ ସି ବନ୍ଦନା ପାତ୍ର, ପୂର୍ତ୍ତ ବିଭାଗ ସହନିର୍ବାହୀ ଯନ୍ତ୍ରୀ ସତ୍ୟ ବ୍ରତ ପଣ୍ଡା,ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ଅଜିତ ବାରିକ ସରକାରୀ ବାଳିକା ହାଇସ୍କୁଲ ପ୍ରଧାନଶିକ୍ଷୟତ୍ରୀ ଉର୍ମିଳା ଜେନା ସାଧନାର ସ୍ୱରୂପ ସମ୍ପାଦକ ଦେବବ୍ରତ ଦେବତା, ପଟ୍ଟାମୁଣ୍ଡାଇ ବିଶ୍ୱହିନ୍ଦୁ ପରିଷଦ ସଭାପତି ଦେବାଶିଷ ପଣ୍ଡା,ସମାଜସେବୀ ମିଟୁ ମନୋଜ ନାୟକ, ଯୁବ ନେତା ସୁମନ୍ତ ରାଉତ, ଟୁଟୁ ମିଶ୍ର ସୁକାନ୍ତ ରାଉତ ଶ୍ୟାମ ପ୍ରସାଦ ନନ୍ଦ,ସମାଜସେବୀ ପୁରୁଷୋତ୍ତମ ବେହେରା ଲଷ୍ମୀପ୍ରିୟା ପାଢ଼ୀ ପ୍ରସନ୍ନ ତ୍ରିପାଠୀ,ସରସ୍ବତୀ ଶିଶୁ ଶିକ୍ଷା ମନ୍ଦିର ଅଧକ୍ଷ ପ୍ରଭୁଦତ୍ତ ଦାଶ, ବାବାଜୀ ବିଜୟ ଦାସ ନବୀନ ଦାସ, ପ୍ରେମସ୍ୱରୂପ ଦାସ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବୁଦ୍ଧିଜୀବୀ ଓ ମଠର ଶିଷ୍ୟମାନେ ଯୋଗ ଦେଇଥିଲେ I ଏଇ ଅବସରରେ ସନ୍ଧ୍ୟାରେ ଭଜନଜଣାଣ କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହିତ ଶ୍ରଦ୍ଧାଳୁ ଭକ୍ତ ଓ ଶିଷ୍ୟମାନଙ୍କ ମଧ୍ୟରେ ପୁରୀ ମହାପ୍ରସାଦ ବଣ୍ଟନ କରାଯାଇଥିଲା I ଏହି କାର୍ଯ୍ୟକ୍ରମକୁ ନିରାକାର ପଣ୍ଡା,ଅମ୍ଭୁଜଭୂଷଣ ନାୟକ, ମୃତ୍ୟୁଞ୍ଜୟ ସୂତାର, ରତ୍ନେଶ ସାହୁ,ରାଧାରମଣ ପ୍ରସାଦ ପ୍ରମୁଖ ପରିଚାଳନା କରିଥିଲେ I

Leave a Reply

Next Post

ନାଗରିକ ମଞ୍ଚ ପକ୍ଷରୁ କୃତୀ ଛାତ୍ର ଓ ଅବସରପ୍ରାପ୍ତ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା

Wed Jul 29 , 2026
ପଟ୍ଟାମୁଣ୍ଡାଇ, ତା ୨୯/୭- ମାଳିବସା-ଅରଡ଼ପଲ୍ଲୀ ଆଞ୍ଚଳିକ ନାଗରିକ ମଞ୍ଚ ପକ୍ଷରୁ କୃତି ଛାତ୍ର ଓ ଅବସରପ୍ରାପ୍ତ କର୍ମଚାରୀ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି I ଏହି ଉପଲକ୍ଷେ ପ୍ରାକ୍ତନ ସ୍କୁଲ ଏସ ଆଇ ବିଜୟ କୁମାର ଜେନାଙ୍କ ପୌରହିତ୍ୟରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଶିକ୍ଷାବିତ ବିଜୟ କୁମାର ବେହେରା, ପୂର୍ବତନ ଆଳି ବ୍ଲକ ଏ ବି ଇ ଓ ଉଦକର ସାମଲ ବରିଷ୍ଠ ନେତା ସୁନାକାର ବେହେରା ପଟ୍ଟାମୁଣ୍ଡାଇ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading