ଜିଲ୍ଲା କୋଷାଗାର ତରଫରୁ ସ୍ୱାସ୍ଥ୍ୟ ଶିବିର

blank
କେନ୍ଦ୍ରାପଡା,୧୮ା୨: କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଅନୁରୋଧ କ୍ରମେ ଜିଲ୍ଲା କୋଷାଗାର ତରଫରୁ ପେନ୍‌ସନ୍‌ଭୋଗୀଙ୍କ ନିମନ୍ତେ ଏକ ସ୍ୱାସ୍ଥ୍ୟ ଶିବିର କୋଷାଗାର କାର୍ଯ୍ୟାଳୟ ପରିସରରେ ଆୟୋଜନ କରାଯାଇଥିଲା । ଏହି ସ୍ୱାସ୍ଥ୍ୟ ଶିବିରକୁ ଜିଲ୍ଲା କୋଷାଗାର ଅଧିକାରୀ ପ୍ରମୋଦ କୁମାର ରାଉତ ଉଦ୍‌ଘାଟନ କରିଥିଲେ । କେନ୍ଦ୍ରାପଡା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଅତିରିକ୍ତ ପ୍ରୋଗ୍ରାମ ମ୍ୟାନେଜର ମମତା ଦାସଙ୍କ ତତ୍ତ୍ୱାବଧାନରେ ଡାକ୍ତର ମିର୍ଜା ବାବର ବେଗ୍‌, ଡାକ୍ତର ସନ୍ଦୀପ ମହାନ୍ତି ଓ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟକର୍ମୀ ଏବଂ ଟେକ୍‌ନିସିଆନ୍‌ଙ୍କ ସହଯୋଗରେ ଶତାଧିକ ବରିଷ୍ଠ ନାଗରିକ ତଥା ପେନ୍‌ସନ୍‌ଭୋଗୀଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପରାମର୍ଶ ଦେଇଥିଲେ । ପେନ୍‌ସନ୍‌ଭୋଗୀଙ୍କ ନିମନ୍ତେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିବାରୁ ଜିଲ୍ଲା କୋଷାଗାର ଅଧିକାରୀ ଏବଂ ଡାକ୍ତରମାନଙ୍କୁ ସଂଘ ତରଫରୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଶିବିର ପରିଚାଳନାରେ ସଂଘ ତରଫରୁ ହେମନ୍ତ କୁମାର ଜେନା, ବ୍ରଜକିଶୋର ଜେନା, ରବିନ୍ଦ୍ରନାଥ ରଥ, ତ୍ରୈଲୋକ୍ୟ ଚରଣ ସ୍ୱାଇଁ, ବିଜୟ କୁମାର ଦାସ, ମହମ୍ମଦ ଜାହିଦ୍ ଏବଂ କୋଷାଗାର କାର୍ଯ୍ୟାଳୟ ତରଫରୁ ସତ୍ୟରଞ୍ଜନ ନାୟକ, ସୁକାନ୍ତ କୁମାର ବେହେରା, ଅବିନାଶ ରଥ, ପ୍ରିୟଦର୍ଶିନୀ ସାହୁ, ଅକ୍ଷୟ, ମନୋଜ, ଗୁରୁଚରଣ, ସୌଭାଗ୍ୟ ପ୍ରମୁଖ ସହଯୋଗ କରିଥିଲେ ।

Next Post

ନିଆରା ପରମ୍ପରାରେ ବନ୍ଧୁ ମିଳନ

Tue Feb 18 , 2025
କେନ୍ଦ୍ରାପଡା ୧୮/୨- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ସର୍ବ ପୁରାତନ ଗୁଲନଗର ହାଇସ୍କୁଲର ୧୯୭୩ ମସିହା ମ୍ୟାଟ୍ରିକ ବ୍ୟାଚର ପୁରାତନ ଛାତ୍ର/ଛାତ୍ରୀମାନଙ୍କର ନିଆରା ପରମ୍ପରାରେ ନିରାଡମ୍ବର ଭାବରେ ଆଧ୍ୟାତ୍ମିକ ପରିବେଶ ଭିତରେ ସାଲେପୁରର ଜଗନ୍ନାଥ ମନ୍ଦିର ଓ ସାଇଶ୍ୱରି ମନ୍ଦିର ପରିସରରେ ବଂଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଏହି ଉତ୍ସବରେ ପୁରାତନ ଛାତ୍ର ଲକ୍ଷ୍ମୀଧର ଦାସଙ୍କ ତତ୍ୱାବଧାନରେ ବଂଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଉକ୍ତ ଉତ୍ସବରେ ଭରତ ଚରଣ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading