ଏକକାଳୀନ ଗଡମେକର ୧୨ ଜଣ ଶିଳ୍ପୀଙ୍କୁ ଆକାଶବାଣୀ ମାନ୍ୟତା,୩୯ ବର୍ଷର କଳା ସାଧନାରେ ସ୍ୱୀକୃତିପ୍ରାପ୍ତ ଶିଳ୍ପୀ ସଂଖ୍ୟା ୧୨୫କୁ ଛୁଇଁଲା

blank

ପଟ୍ଟାମୁଣ୍ଡାଇ ୨୯/୭ -ନିଷ୍ଠା, ସାଧନା ଏବଂ ସଙ୍ଗୀତ ପ୍ରତି ଅଶେଷ ଭାଲପାଇବା ଥିଲେ ଗ୍ରାମାଂଚଳର ପ୍ରତିଭା ବି ଆକାଶର ଉଚ୍ଚତାକୁ ଛୁଇଁପାରେ ।ଏହାକୁ ପ୍ରମାଣିତ କରିଦେଖାଇଛି କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ନଶିପୁରସ୍ଥିତ ଗୋପାଳ ଦାଶ ସ୍ମାରକୀ କଳା ମନ୍ଦିର ଗଡମେକର ପ୍ରତିଭାବାନ୍ ଶିଳ୍ପୀମାନେ। ଗ୍ରାମୀଣ ମାଟିରୁ ଶାସ୍ତ୍ରୀୟ ତଥା ଲୋକସଙ୍ଗୀତର ବାସ୍ନା ବଂଟୁୁଥିବା ଏହି ଅନୁଷ୍ଠାନର ଆଉ ୧୨ ଜଣ ଉଦୀୟମାନ ଶିଳ୍ପୀ ପ୍ରସାର ଭାରତୀ ଆକାଶବାଣୀ ଦ୍ୱାରା ଅନୁମୋଦିତ ଶିଳ୍ପୀର ମାନ୍ୟତା ହାସଲ କରି ସମଗ୍ର ଜିଲା ପାଇଁ ଗୌରବ ଆଣିଦେଇଛନ୍ତି। ବିଗତ ୩୯ ବର୍ଷର ନିରବଚ୍ଛିନ୍ନ ସାଧନା, କଠୋର ଶୃଙ୍ଖଳା ଏବଂ ଗୁରୁମାନଙ୍କ ଅସୀମ ଆଶୀର୍ବାଦ ବଳରେ ଏହି ଅନୁଷ୍ଠାନରୁ ସ୍ୱୀକୃତି ପାଇଥିବା ଆକାଶବାଣୀ ଓ ଦୂରଦର୍ଶନ ଶିଳ୍ପୀଙ୍କ ସଂଖ୍ୟା ଏବେ ୧୨୫ରେ ପହଁଚିଛି । ଯାହା ସଙ୍ଗୀତପ୍ରେମୀଙ୍କ ପାଇଁ ଅତ୍ୟନ୍ତ ଗୌରବର ବିଷୟ ପାଲଟଛି ।

ଡ଼ିଶାର ସଂସ୍କୃତି, ସଙ୍ଗୀତ ଓ କଳା ଜଗତରେ ଏକ ଅନନ୍ୟ ଅନୁଷ୍ଠାନ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଗୋପାଳ ଦାଶ ସ୍ମାରକୀ କଳା ମନ୍ଦିର ଗଡମେକର ବିଗତ ୧୧ ବର୍ଷ ଧରି ଓଡ଼ିଶାର ସର୍ବବୃହତ ପଂଚକଳା ପ୍ରତିଷ୍ଠାନ ରୂପେ ନିଜର ସରକାରୀ ମାନ୍ୟତାରେ ଜାଜ୍ୱଲ୍ୟମାନ ସୁକୀର୍ତି ସଂସ୍ଥାପିତ କରିଚାଲିଛି। ଏହି ଅସାଧାରଣ ସଫଳତା ପଛରେ ରହିଛି ଅନୁଷ୍ଠାନର ପ୍ରତିଷ୍ଠାତା-ନିର୍ଦ୍ଦେଶକ, ବିଶିଷ୍ଟ ଗୀତିକବି ତଥା ସଙ୍ଗୀତଜ୍ଞ ଗୁରୁଶ୍ରୀ ସୁଶାନ୍ତ ପାଣି ଏବଂ ପ୍ରସିଦ୍ଧ ତବଲା ଗୁରୁ ସୁମୀରଞ୍ଜନ ଦାସଙ୍କ ନିରବଚ୍ଛିନ୍ନ ନିଷ୍ଠାପର ଉଦ୍ୟମ ଓ ମାର୍ଗଦର୍ଶନ। ଗୁରୁ ପାଣିଙ୍କର ଭାବପୂର୍ଣ୍ଣ ଗୀତିକବିତା, ସୁର ସଂଯୋଜନା ଏବଂ ସାଧନାସୂଚକ ମାର୍ଗଦର୍ଶନ ସହିତ ତବଲା ଗୁରୁ ଦାସଙ୍କର ତାଳ ଓ ଲୟର ସୂକ୍ଷ୍ମ ପ୍ରଶିକ୍ଷଣ ଶିଷ୍ୟମାନଙ୍କୁ ଶାଣିତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି। ଉଭୟ ଗୁରୁଙ୍କର ସୁଚିନ୍ତିତ ଶିକ୍ଷାଦାନ ଓ କଠୋର ଅଭ୍ୟାସ ବଳରେ ଗ୍ରାମାଂଚଳର କଳାକାରମାନେ ଆଜି ଜାତୀୟ ସ୍ତରର ମଂଚରେ ନିଜର ପ୍ରତିଭା ଦେଖାଇପାରୁଛନ୍ତି ବୋଲି ଅଂଚଳବାସୀ ପ୍ରବଳ ଆନନ୍ଦ ଓ ଉତ୍ସାହ ପ୍ରକାଶ ପାଇଛି ।ଆକାଶବାଣୀ ଦ୍ୱାରା ଅନୁମୋଦିତ ୧୨ ଜଣ ଶିଳ୍ପୀଙ୍କ ମଧ୍ୟରୁ ସଙ୍ଗୀତରେ ୯ଜଣ ଓ ତବଲାରେ ୩ଜଣ ଅଛନ୍ତି । ସେମାନେ ହେଲେ ଅରୁଆ ଉଚ୍ଚଶିକ୍ଷାଶ୍ରମର ଅରୁଆ ଗ୍ରାମର ୧୦ମ ଶ୍ରେଣୀ ଛାତ୍ରୀ ସୁପ୍ରିୟା ସେନ୍‌, କଦଳୀବଣର ୯ମ ଶ୍ରେଣୀ ଛାତ୍ରୀ ସୁଶ୍ରୀ ସମନ୍ୱିତା ଦାଶ ୬ଷ୍ଠ ଶ୍ରେଣୀଛାତ୍ରୀ ତନୁଜା ଦାଶ ଗୋଗୁଆ ପଂଚୟତ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର ପ୍ରମୋଦ ସାହୁ, ନପଙ୍ଗ ନିବାସୀ ସରୋଜ କୁମାର ପଣ୍ଡା, ପିଏମଶ୍ରୀ ନିମପୁର ଶାସନ ବିଦ୍ୟାଳୟର ୭ମ ଶ୍ରେଣୀ ଛାତ୍ରୀ ଭାଗ୍ୟଲକ୍ଷ୍ମୀ ବାରିକ, ପଟ୍ଟାମୁଣ୍ଡାଇ ଏମ୍ ଏନ୍ ହାଇସ୍କୁଲର ୯ମ ଶ୍ରେଣୀ ଛାତ୍ରୀ କଖାରୁଣୀ ଗ୍ରାମର ଗାୟତ୍ରୀ ମଲିକ, ପଟ୍ଟାମୁଣ୍ଡାଇ ସରସ୍ୱତୀ ଶିଶୁ-ବିଦ୍ୟା ମନ୍ଦିରର ସେକପୁର ଗ୍ରାମର ୧୦ମ ଶ୍ରେଣୀ ଛାତ୍ର ଋତୁରାଜ ନାୟକ, ୮ମ ଶ୍ରେଣୀ ଛାତ୍ରୀ କଦଳୀବଣ ଗ୍ରାମର ଆଦ୍ୟାଶା ଦାସ, ତ୍ରିଲୋଚନପୁର ସରସ୍ୱତୀ ଶିଶୁ-ବିଦ୍ୟା ମନ୍ଦିରର ୭ମ ଶ୍ରେଣୀ ଛାତ୍ରୀ ଭରସିଂ ସ୍ୱୟଂଶ୍ରୀ ରାଉତ, ବଡପଡା ପ୍ରାଥମିକ ବିଦ୍ୟାଳୟର ୬ଷ୍ଠ ଶ୍ରେଣୀ ଛାତ୍ରୀ ତିଗିରିଆ ମୋନାଲିସା ସୂତାର ଏବଂ ଗଙ୍ଗାରାମପୁର ପଂଚାୟତ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର ସାହୁପଡା ସୌମ୍ୟରଞ୍ଜନ ସୂତାର ଆକାଶବାଣୀ ଦ୍ୱାରା ଅନୁମୋଦିତ ହୋଇଛନ୍ତି । ସମସ୍ତ ସ୍ୱୀକୃତିପ୍ରାପ୍ତ ଶିଳ୍ପୀଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୋତ ଛୁଟିବାରେ ଲାଗିଛି। ଗଡମେକର୍ ସଫଳତାର ଏହି ବିରଳ କୃତିତ୍ୱ ପାଇଁ ଓଡ଼ିଶାର କୋଣ-ଅନୁକୋଣରୁ ପ୍ରଶଂସା କରାଯାଉଛି ।

Leave a Reply

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading