ବଧୂହତ୍ୟା ଅଭିଯୋଗ ! ପୋଲିସ ତଦନ୍ତ ଆରମ୍ଭ

blank
ପଟ୍ଟାମୁଣ୍ଡାଇ ୧୯/୭ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅଧୀନ ବଡପଡା ପଂଚାୟତ କାଠିଆପଡା ଗ୍ରାମର କାବେରୀ ପାଢ଼ୀ ନାମକ ଜଣେ ମହିଳାଙ୍କୁ ଶାଶୁଘର ଲୋକେ ମାରିଦେଇଥିବା ନେଇ ପଟ୍ଟାମୁଣ୍ଡାଇ ଗ୍ରାମଂଚଳ ଥାନାରେ ଅଭିଯୋଗ ହୋଇଛି। ଏନେଇ ପୋଲିସ ଏକ ମାମଲା(ନଂ ୨୬୮ /୨୫) ରୁଜୁକରି ତଦନ୍ତ ଚଳାଇଛି।

ଅଭିଯୋଗ ଅନୁଯାୟୀ କାଠିଆପଡା ଗ୍ରାମର ବିକ୍ରମ ପାଢ଼ୀଙ୍କ ପୁତ୍ର ଶିବପ୍ରସାଦ ପାଢ଼ୀ ଗତ ୬ ମାସ ତଳେ ରାଜନଗର ଅଂଚଳର ଜୟଦେବ ପାଢ଼ୀଙ୍କ ଝିଅ କାବେରୀ ପାଢ଼ୀକୁ ବୈଦିକ ରୀତିରେ ବିବାହ କରିଥିଲେ । ବିବାହର ୨ମାସ ପରେ ନବବଧୂ କାବେରୀଙ୍କୁ ଅଧିକ ଯୌତୁକ ପାଇଁ ଶାଶୁ ଘର ଲୋକମାନେ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ । ଏ ନେଇ କାବେରୀ ତାଙ୍କ ଭଉଣୀ ଓ ପରିବାରଙ୍କୁ ବାରମ୍ବାର ଫୋନ ଯୋଗେ ଜଣାଇ ଆସୁଥିଲେ ! ଗତକାଲି ରାତିରେ କାବେରୀ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଛି । ତେବେ ଆଜି ଶାଶୂଘର ଲୋକେ କାବେରୀକୁ ପଟ୍ଟାମୁଣ୍ଡାଇ ମେଡିକାଲରେ ଛାଡି ଦେଇ ଫେରାର ହେଇଯାଇଛନ୍ତି । ଅନ୍ୟ ପକ୍ଷରେ କାବେରୀଙ୍କ ଭଉଣୀ ଓ ପରିବାର ଲୋକମାନେ ମେଡିକାଲରେ ପହଂଚିବା ପରେ ମେଡିକାଲ ପରିସରରେ ଉତେଜନା ଦେଖା ଦେଇଥିଲା । ଖବର ପାଇ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ଶବ ବ୍ୟବଛେଦ ପାଇଁ ଉଦ୍ୟମ କରିବା ବେଳେ ଲୋକମାନେ ଶବକୁ ଛାଡି ନଥିଲେ । ଏଥି ପାଇଁ ପୋଲିସକୁ ନାକେଦମ ହେବାକୁ ପଡିଥିଲା । ସ୍ଥାନୀୟ ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଥିବା ବେଳେ ଶାଶୁଘର ଲୋକେ ଫେରାର ଅଛନ୍ତି ।

Next Post

ପଟ୍ଟାମୁଣ୍ଡାଇ ବନ୍ୟାଞ୍ଚଳକୁ ଗୋଖାଦ୍ୟ ମଂଜୁର

Sat Jul 19 , 2025
ପଟ୍ଟାମୁଣ୍ଡାଇ ତା ୧୯/୭- ଚଳିତ ପ୍ରଳୟଙ୍କରୀ ବନ୍ୟାରେ ପଟ୍ଟାମୁଣ୍ଡାଇ ବ୍ଲକର ୧୪ଟି ପଂଚାୟତ ଓ ପୌରାଞ୍ଚଳର ୯ଟି ୱାର୍ଡ ବିଶେଷ ଭାବେ କ୍ଷତିଗସ୍ତ ହୋଇଛି । ବନ୍ୟାର ଭୟାବହତା ଓ ପ୍ରକୃତ ସ୍ଥିତି ଅନୁଧ୍ୟାନ କରିବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ନିର୍ଦେଶରେ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଅଜାମ୍ବର ମହାନ୍ତି ବନ୍ୟା ବିପନ୍ନ ଧୋୟା ଞ୍ଚଳର ବିଭିନ୍ନ ପଂଚାୟତ ଗସ୍ତ କରି ସ୍ଥିତି ଆକଳନ କରିବା ସହିତ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading