ଓ.ସି.ଏସ ସ୍ୱାତିସ୍ମିତା ବେହେରାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ମହାକାଳପଡା ବିକାଶ ମଞ୍ଚ ଓ ନୀଳମାଧବ ଉ:ପ୍ରା ବିଦ୍ୟାଳୟ ପକ୍ଷରୁ

blank
କେନ୍ଦ୍ରାପଡା,୨ା୬: କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ବିଜୟନଗର ଗ୍ରାମର ଶାନ୍ତିଲତା ବେହେରା ଓ ନରେନ୍ଦ୍ର ବେହେରାଙ୍କ ଝିଅ ଚଳିତ ବର୍ଷ ଓ.ସି.ଏସ୍ ପରୀକ୍ଷାରେ ୪୫ତମ ସ୍ଥାନ ଅଧିକାର କରି ମହାକାଳପଡା ବ୍ଲକ ପାଇଁ ଗର୍ବ ଓ ଗୈାରବ ଆଣିଛନ୍ତି । ତାଙ୍କର ସଫଳତା ପାଇଁ ମହାକାଳପଡା ବିକାଶ ମଞ୍ଚ ଓ ନୀଳମାଧବ ଉ:ପ୍ରା ବିଦ୍ୟାଳୟ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଅଛି । ଏହି ସମ୍ବର୍ଦ୍ଧନା ଉତ୍ସବରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ତଥା ମଞ୍ଚର ସଂପାଦକ ଭାଗିରଥୀ ନନ୍ଦ ସଭାପତିତ୍ୱ କରିଥିଲେ । ସଭାପ୍ରାରମ୍ଭରୁ ସୁଶ୍ରୀ ସ୍ୱାତିସ୍ମିତାଙ୍କ ଦ୍ୱାରା ଜଗନ୍ନାଥଙ୍କ ତୈଳ ଫଟୋ ଚିତ୍ରରେ ଧୂପଦୀପ ଫୁଲ ଦେଇ ପୂଜା ଅର୍ଚ୍ଚନା କରାଯାଇଥିଲା । ଏହି ଉତ୍ସବରେ ବିକାଶ ମଞ୍ଚର ସଭାପତି ବିଶିଷ୍ଟ ପରିବେଶବିତ୍ ଶିକ୍ଷାବିତ୍ କାଶୀନାଥ ରାଉତରାୟ, ଉପସଭାପତି ଇଶ୍ୱର ଚନ୍ଦ୍ର ବେହେରା, ଶିକ୍ଷାଗୁରୁ ଦିବାକର ନାଥଶର୍ମା, ଶିକ୍ଷକ ନେତା ତଥା ପ୍ରାକ୍ତନ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାହାଣୀ, ପ୍ରଧାନ ଶିକ୍ଷକ ବିଦ୍ୟାଳୟର ଗୈାରାଙ୍ଗ ନାୟକ, ଶିକ୍ଷୟିତ୍ରୀ ସ୍ୱାଗତିକା ସାହୁ, ବନ୍ଦନା ସ୍ୱାଗତିକା, ସି.ଆର୍‌.ସି. ସୁଜିତ୍ କୁମାର ସେଠୀ, ଇଂ ସତ୍ୟସାରଥୀ ରାଉତରାୟ, ସ୍ୱାତିସ୍ମିତାର ବଡବାପା ସୁରେନ୍ଦ୍ର କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି, ଉତ୍ତରୀୟ, ପୁଷ୍ପଗୁଚ୍ଛ ପ୍ରଦାନ ସହ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । ସମ୍ବର୍ଦ୍ଧନା ଉତ୍ସବରେ ସୁଶ୍ରୀ ବେହେରା ଜଣେ କର୍ତ୍ତବ୍ୟନିଷ୍ଟା ନିତିନିଷ୍ଠ ପ୍ରଶାସନିକ ସେବା ଅଧିକାରୀ ଭାବେ କାର୍ଯ୍ୟକରି ମହାକାଳପଡା ମାଟିର ସ୍ୱାଭିମାନଙ୍କୁ ଓଡିଶା ମାଟିରେ ବଜୟୀ ରଖିବା ସହ ଦଳିତ ନିପ୍ପେଷିତ ଅବହେଳିତ ସାଧାରଣ ଜନତାଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଅଙ୍ଗିକାର ବଦ୍ଧତା ପ୍ରକଟ କରିଥିଲେ ।

Next Post

ସତ୍ୟପ୍ରିୟ ସାମଲ ଜିଲା କଂଗ୍ରେସ ସଙ୍ଗଠନ ଉପସଭାପତି

Tue Jun 2 , 2026
ପଟ୍ଟାମୁଣ୍ଡାଇ ୨/୬- କେନ୍ଦ୍ରାପଡ଼ା ଜିଲା କଂଗ୍ରେସ ସାଂଗଠନିକ ଉପସଭାପତି ଭାବେ ସତ୍ୟପ୍ରୀୟ ସାମଲଙ୍କୁ ମଙ୍ଗଳବାର ପିସିସି ସଭାପତି ଭକ୍ତ ଚରଣ ଦାସ ମନୋନୀତ କରିଛନ୍ତି। ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରି ଜିଲା ଯୁବ କଂଗ୍ରେସ ସଭାପତି ଭାବେ ଦାୟିତ୍ୱ ସୂଚାରୁରୂପେ ତୁଲାଇ ଥିଲେ। ଜିଲା ସାଂଗଠନିକ ଉପସଭାପତି ଭାବେ ମନୋନୀତ ହେବା ପରେ ସେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ, ପ୍ରଦେଶ କଂଗ୍ରେସ କମିଟିର […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading