ଶିକ୍ଷାବିତ ଅଶୋକ ରାଉତଙ୍କ ଶ୍ରଦ୍ଧାଞ୍ଜଳି ସଭା

ପଟ୍ଟାମୁଣ୍ଡାଇ ୧୩/୫ – ଶିକ୍ଷକଙ୍କ ସମସ୍ୟା ସମାଧାନରେ ଦିବଂଗତ ବିପ୍ଲବୀ ଶିକ୍ଷକନେତା ଶିକ୍ଷାବିତ ଅଶୋକ ରାଉତଙ୍କ ଅବଦାନ ଅତୁଳନୀୟ ବୋଲି ତାଙ୍କ ଏକାଦଶାହ ଅବସରରେ ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ତନୁପୁର ଠାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ବିଶିଷ୍ଟ ବ୍ୟକ୍ତିମାନେ ପ୍ରକାଶ କରିଛନ୍ତି । ଶିକ୍ଷକନେତା ପ୍ରମୋଦ ନାୟକଙ୍କ ପୌରହିତ୍ୟ ଓ ଇଂ ଚିନ୍ମୟୀ ରାଉତଙ୍କ ସଂଯୋଜନାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ କେନ୍ଦ୍ରାପଡ଼ା ପୂର୍ବତନ ବିଧାୟକ କିଶୋର ତରାଇ, ଆଳି ବ୍ଲକ ସହକାରୀ ଶିକ୍ଷାଧିକାରୀ ଉଦକର ସାମଲ,ପଟ୍ଟାମୁଣ୍ଡାଇ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ବଳଭଦ୍ର ପ୍ରସାଦ ରାଉତ, ପୂର୍ବତନ ସଭାପତି ବିଜୟ କୁମାର ସାହୁ,ପତ୍ରପୁର ହାଇସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ଆରାଧନା ଦାଶ, ଶିକ୍ଷକ ନେତା ରାଜେନ୍ଦ୍ର ପ୍ରସାଦ ସିଂ, କେନ୍ଦ୍ରାପଡ଼ା ଜିଲ୍ଲା ନିମ୍ନମାଧ୍ୟମିକ ଶିକ୍ଷକ ସଂଘ ସଭାପତି କରୁଣାକର ଭଳ, ପୂର୍ବତନ ସଭାପତି ସୁନାମଣି ଦାଶ, ପୂର୍ବତନ ଗରଦପୁର ବ୍ଲକ ଏବିଇଓ ସୁଷମା ନାୟକ,ସି ଆରସିସି ଲଷ୍ମଣ ସେଠୀ, ପୂର୍ବତନ ପ୍ରଧାନଶିକ୍ଷକ ଗଗନ ବିହାରୀ ପାତ୍ର, ଶିକ୍ଷକନେତ୍ରୀ କ୍ରିଷ୍ଣା ସ୍ୱାଇଁ ଓ ଶଶୀକଳା ପଣ୍ଡା, ଶିକ୍ଷକ ନେତା ନିରୋଦ ଦାଶ, ଆରତ ନାୟକ ଓ ଗୋଦାବରୀଶ ମିଶ୍ର ପ୍ରମୁଖ ଭାଷଣ ଦେଇ ଦିବଂଗତ ଶିକ୍ଷକ ନେତା ଅଶୋକ ରାଉତଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିବା ସହିତ ତାଙ୍କ ଅମ୍ଲାନ ସ୍ମୃତି ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଶେଷରେ ଇଂ ଚିନ୍ମୟୀ ରାଉତ ଧନ୍ୟବାଦ ଦେଇଥିଲେ ।
