ପଟ୍ଟାମୁଣ୍ଡାଇ୪/୮ – ଲଘୁଚାପଜନିତ ଲଗାଣ ବର୍ଷା ସହ ବ୍ରାହ୍ମଣୀ କାଣୀ ନଦୀର ବନ୍ୟା ଆସି ପଟ୍ଟାମୁଣ୍ଡାଇ ବ୍ଲକର ୧୪ ପଂଚାୟତ ସମେତ ପୌରାଂଚଳର ୧୧ ଟି ଓାର୍ଡରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବନ୍ୟାରେ ହଜାର ହଜାର ଏକର ଫସଲହାନି ଘଟିବା ସହ ରାସ୍ତାଘାଟ ଧୋଇଯାଇଛି । ବନ୍ୟା ପାଣି ପଶି ବହୁ କଚା ଘର ଭାଙ୍ଗି ଯାଇ ଥିବାରୁ ଗରିବ ଶ୍ରେଣୀର ଲୋକ ମାନଙ୍କ ଘରେ ଚୁଲି ଜଳୁନି । […]

ପଟାମୁଣ୍ଡାଇ ୩/୮ – ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ କେନ୍ଦ୍ରାପଡ଼ା ଶାଖା ସଭାପତି ପଣ୍ଡିତ ପ୍ରମୋଦ ତ୍ରିପାଠୀଙ୍କ ପୌରହିତ୍ୟରେ କଷଣଅଂଟା ପଂଚାୟତ ହାଇସ୍କୁଲ ଠାରେ ମହାସଂଘ ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ରାପଡ଼ା ଜିଲାର ୯ଟି ମଣ୍ଡଳରୁ ଆସିଥିବା କର୍ମକର୍ତା ଯୋଗ ଦେଇ ଗତ ବର୍ଷ ପାଳିତ ହୋଇଥିବା ସଂସ୍କୃତ ଦିବସର ସମୀକ୍ଷା କରିବା ସହିତ ଆୟବ୍ୟୟ ତାଲିକା ସଂପାଦକ ପଣ୍ଡିତ ଭଗବାନ ସାହୁ ଉପସ୍ଥାପନ କରିବା […]

କେନ୍ଦ୍ରାପଡା ୩/୮: କେନ୍ଦ୍ରାପଡା ଜିଲ୍ଲାରେ ଦେଢ଼ ଦଶନ୍ଧି ଧରି ଭିନ୍ନକ୍ଷମଙ୍କ ନିମନ୍ତେ କାର୍ଯ୍ୟରତ ଅନୁଷ୍ଠାନ ପୁନର୍ବାସ ପକ୍ଷରୁ ଦିବ୍ୟାଙ୍ଗଶିଶୁଙ୍କ ପାଇଁ ସଘନ ଥେରାପି ସେବା ଆରମ୍ଭ କରାଯାଇଛି । ଏଥି ନିମନ୍ତେ ମାଧପୁର ଅମରଉଦ୍ୟାନ ପରିସରସ୍ଥ ପୁନର୍ବାସ ଶିଶୁ ଥେରାପି କେନ୍ଦ୍ରରୁ ଏହି ସଘନ ଥେରାପିଯାନକୁ ସବୁଜ ପତାକା ଦେଖାଇ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କେଶରୀ ବେଉରା ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଉପସ୍ଥିତ ଅନୁଷ୍ଠାନର […]

କେନ୍ଦ୍ରାପଡ଼ା,୩ା୮: କେନ୍ଦ୍ରାପଡ଼ା ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ଗୁଡ଼ିକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର, ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି। ଆଜି ଅପରାହ୍ନ ସୁଦ୍ଧା ପ୍ରକାଶିତ ବନ୍ୟା ପରିସ୍ଥିତି ରିପୋର୍ଟ ଅନୁଯାୟୀ ଜିଲ୍ଲାର ରାଜକନିକା, ପଟ୍ଟାମୁଣ୍ଡାଇ, ଆଳି, ଗରଦପୁର, ରାଜନଗର, କେନ୍ଦ୍ରାପଡ଼ା, ମାର୍ଶାଘାଇ, ମହାକାଳପଡ଼ା ଓ ଡେରାବିଶ ସମେତ ୯ଟି ବ୍ଲକ ବନ୍ୟା ପ୍ରଭାବିତ ହୋଇଛି। ମୋଟ ୮୧ଟି ଗ୍ରାମ ପଞ୍ଚାୟତ, ୧୪୧ଟି ଗ୍ରାମ […]

ପିଏମଏଓାଇ ଯୋଜନାର ତ୍ରୁଟିପୂର୍ଣ୍ଣ କାର୍ଯ୍ୟକାରିତା ବନ୍ୟା ଉଜାଡ଼ିଦେଲା ଗରୀବଙ୍କ ଚାଳଛପର ବାସହୀନ ହୋଇ ପଡିଛନ୍ତି ବହୁ ଖଟିଖିଆ ପଟ୍ଟମୁଣ୍ଡାଇ ୩/୮ନରେନ୍ଦ୍ର ଧଳ- ସାମ୍ପ୍ରତିକ ବନ୍ୟା ପଟ୍ଟମୁଣ୍ଡାଇ ଅଂଚଳରେ ତାଣ୍ଡବ ରଚିଥିବା ବେଳେ ସରକାରଙ୍କ ବହୁପ୍ରଚାରିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପ୍ରକୃତ ଚେହେରାକୁ ପଦାରେ ପକାଇଦେଇଛି। ଲଗାଣ ବର୍ଷା ଓ ସାଂଘାତିକ ବନ୍ୟା ପରିସ୍ଥିତି ଯୋଗୁଁ ଧୋୟାଂଚଳର ଶହ ଶହ ଗରିବ ପରିବାରର ମାଟି ଓ ଚାଳଛପର ଘର ଗୁଡ଼ିକର ନଷ୍ଟ […]

ପଟ୍ଟାମୁଣ୍ଡାଇ ୩/୮ ପଟ୍ଟାମୁଣ୍ଡାଇ ବ୍ଲକ୍ ଅଳପୁଆ ପଞ୍ଚାୟତ ଦାମୋଦରପାଟଣା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ଜନୈକା ମହିଳା ସୁଚିତ୍ରା ଦାସ ଶୌଚ ପାଇଁ ନଦୀକୂଳକୁ ଯାଇଥିବା ବେଳେ ତାଙ୍କୁ କୁମ୍ଭୀର ଟାଣି ନେଇଥିବା ସନ୍ଦେହ କରାଯାଉଛି। ସୂଚନା ଅନୁସାରେ, ବନ୍ୟା ଜଳ ହ୍ରାସ ପାଇବା ପରେ ନଦୀଗୁଡ଼ିକରେ କୁମ୍ଭୀରଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇଛି। ସୁଚିତ୍ରା ସକାଳେ ନିକଟସ୍ଥ ନଦୀକୂଳକୁ ଶୌଚ ପାଇଁ ଯାଇଥିଲେ। ମାତ୍ର ବହୁ ସମୟ […]

ପଟ୍ଟାମୁଣ୍ଡାଇ ତା ୨/୮- ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନନଗର ପଂଚାୟତ ତେତେଲଙ୍ଗା ଗ୍ରାମର ରମେଶ ମଲିକଙ୍କ ପତ୍ନୀ ଝୁନା ମଲିକ (୪୫) ନିଜର ମାନସିକ ପୂରଣ ପାଇଁ ନିଜ ଗାଁରୁ ୨୦ଜଣ ବୋଲବମ ଭକ୍ତଙ୍କ ସହିତ ପାଣି ଭାର ନେଇ ବାହାରି ଥିଲେ I କଖାରୁଣୀ ପୋଲ ନିକଟରେ ପହଂଚିବା ପରେ ଝୁନା ହଠାତ ଅସୁସ୍ଥ ହୋଇପଡିବା ସହିତ ଚେତାଶୂନ୍ୟ ହୋଇଥିଲେ । ଏହା ଦେଖି ସାଥିରେ ଥିବା ଅନ୍ୟ ବୋଲବମ […]

କେନ୍ଦ୍ରାପଡ଼ା,୨ା୮:ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ରିଲିଫ୍ ଓ ପୁନର୍ବାସ କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରାଯାଇଛି। ପ୍ରଭାବିତ ଲୋକମାନଙ୍କ ନିକଟରେ ଆବଶ୍ୟକୀୟ ସହାୟତା ପହଞ୍ଚାଇବା ପାଇଁ ପ୍ରଶାସନ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛି।ବରାକାନ୍ଧ ଗ୍ରାମ ପଞ୍ଚାୟତରେ ବନ୍ୟା ଘେରରେ ବିଚ୍ଛିନ୍ନ ହୋଇ ରହିଥିବା ୩ଟି ପରିବାରକୁ ବିଶୁଦ୍ଧ ପାନୀୟ ଜଳ ବୋତଲ ବଣ୍ଟନ କରାଯାଇଛି।ଗଡରୋମିତ ଗ୍ରାମ ପଞ୍ଚାୟତରେ ବନ୍ୟା ପ୍ରଭାବିତ ପରିବାରମାନଙ୍କୁ ଶୁଖିଲା […]

କେନ୍ଦ୍ରାପଡ଼ା,୨ା୮:ଆସନ୍ତା ୨୦୨୭ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଓଡ଼ିଶା ଜନତା କଂଗ୍ରେସ ପାର୍ଟି(ଓଜେସିପି) ରେକର୍ଡ ସଂଖ୍ୟକ ସିଟରେ ବିଜୟୀ ହେବ। ଓଜେସିପି ସମର୍ଥନରେ କେନ୍ଦ୍ରାପଡା ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତରେ ପ୍ରାର୍ଥୀ ଦିଆଯିବ। ଫଳରେ ଓଡ଼ିଶା ରାଜନୀତିରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିବ ବୋଲି ଓଜେସିପିର କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଅଶୋକ ପ୍ରତିହାରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଗୋପଛକ ସ୍ଥିତ ଏକ ଘରୋଇ ମଣ୍ଡପରେ ଦଳର ସଭ୍ୟ ସଂଗ୍ରହ ଅଭିଯାନରେ […]

କେନ୍ଦ୍ରାପଡ଼ା,୨ା୮:କେନ୍ଦ୍ରାପଡା ଜିଲ୍ଲାରେ ବନ୍ୟା ପରିସ୍ଥିତିକୁ ସାମ୍ନା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର, ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ଜିଲ୍ଲାର ୯ଟି ବ୍ଲକ୍‌- ରାଜକନିକା, ପଟ୍ଟାମୁଣ୍ଡାଇ, ଆଳି, ଗରଦପୁର, ରାଜନଗର, କେନ୍ଦ୍ରାପଡା, ମାର୍ଶାଘାଇ, ମହାକାଳପଡା ଓ ଡେରାବିଶର ୮୫ଟି ଗ୍ରାମ ପଞ୍ଚାୟତର ୧୭୦ଟି ଗ୍ରାମ ବନ୍ୟା ପ୍ରଭାବିତ ହୋଇଛି। ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ୧୧ଟି ୱାର୍ଡ ମଧ୍ୟ ବନ୍ୟା ପ୍ରଭାବରେ ରହିଛି।ଜିଲ୍ଲାରେ ମୋଟ ୮୮,୭୯୩ […]

Breaking News