
କେନ୍ଦ୍ରାପଡା ୧୨/୮ : ୯୭-କେନ୍ଦ୍ରାପଡ଼ା ବିଧାନସଭା କ୍ଷେତ୍ରରେ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ବିଏଲଏ-୨ (ବୁଥ ଲେବୁଲ ଏଜେଣ୍ଟ-୨) ମାନଙ୍କର ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ନିର୍ବାଚନୀ ପ୍ରକ୍ରିୟାରେ ବିଏଲଏ-୨ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିବାରୁ ଭୋଟର ତାଲିକା ଯାଞ୍ଚ, ସଂଶୋଧନ, ନୂତନ ଭୋଟରଙ୍କ ନାମ ଅନ୍ତର୍ଭୁକ୍ତି ଓ ବୁଥ୍ ସ୍ତରୀୟ ସାଂଗଠନିକ କାର୍ଯ୍ୟ ସମ୍ପର୍କରେ ସେମାନଙ୍କୁ ବିସ୍ତୃତ ପ୍ରଶିକ୍ଷଣ ଓ ମାର୍ଗଦର୍ଶନ ଦିଆଯାଇଥିଲା। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସାଧାରଣ ସମ୍ପାଦକ ତଥା ବିଏଲଏ-୨ ନିରିକ୍ଷକ ବିଶ୍ୱଜିତ ଦାସ, ପୂର୍ବତନ ବିଧାୟିକା ତଥା କେନ୍ଦ୍ରାପଡା ନିବାଚନ ମଣ୍ଡଳୀ ବିଏଲଏ ୧ ଡଃ ସିପ୍ରା ମଲ୍ଲିକ, ଜିଲ୍ଲା କଂଗ୍ରେସର ପୂର୍ବତନ ସଂଯୋଜକ ତଥା ମହାକାଳପଡ଼ା ନିର୍ବାଚନମଣ୍ଡଳୀର ବିଏଲଏ-୧ ପ୍ରଫୁଲ୍ଲ ଦାସ ଏବଂ ଜିଲ୍ଲା କଂଗ୍ରେସ କମିଟିର ସାଂଗଠନିକ ଉପସଭାପତି ତଥା ରାଜନଗର ନିର୍ବାଚନମଣ୍ଡଳୀର ବିଏଲଏ-୧ ସତ୍ୟପ୍ରିୟ ସାମଲ ଉପସ୍ଥିତ ରହି ବିଏଲଏ-୨ ମାନଙ୍କୁ ଆବଶ୍ୟକ ପ୍ରଶିକ୍ଷଣ ଓ ମାର୍ଗଦର୍ଶନ ପ୍ରଦାନ କରିଥିଲେ। ଏଥିରେ କେନ୍ଦ୍ରାପଡା ବ୍ଲକ ସଭାପତି ହରିଶ ପଟ୍ଟନାୟକ, କେନ୍ଦ୍ରାପଡା ସୋସିଆଲ ମିଡିଆ ଅଧ୍ୟକ୍ଷ ହିମାଂଶୁ ଭୂଷଣ ନନ୍ଦ, ବିପ୍ଳବ ମହାନ୍ତି, ସନ୍ତୋଷ ବେହେରାଙ୍କ ସମେତ ବହୁ କଂଗ୍ରେସ କର୍ମକର୍ତ୍ତା ଓ ସମସ୍ତ ବିଏଲଏ-୨ ଯୋଗଦେଇଥିଲେ। ପ୍ରଶିକ୍ଷଣରେ ଭୋଟର ତାଲିକା ସମ୍ବନ୍ଧୀୟ କାର୍ଯ୍ୟକୁ ସଠିକ୍ ଓ ଫଳପ୍ରଦ ଭାବେ ସମ୍ପାଦନ କରିବା, ବୁଥ୍ ସ୍ତରରେ କଂଗ୍ରେସ ସଂଗଠନକୁ ଅଧିକ ସୁଦୃଢ଼ କରିବା ଏବଂ ଆଗାମୀ ନିର୍ବାଚନୀ ପ୍ରକ୍ରିୟାରେ ଦଳୀୟ କର୍ମକର୍ତ୍ତାମାନଙ୍କୁ ଅଧିକ ସକ୍ରିୟ ଓ ଦାୟିତ୍ୱବାନ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବୁଥ୍ ସ୍ତରରେ ସଂଗଠନକୁ ମଜବୁତ କରିବା ସହ ଭୋଟରଙ୍କ ସମ୍ପର୍କିତ ତଥ୍ୟ ଓ ନିର୍ବାଚନୀ ପ୍ରକ୍ରିୟାରେ ବିଏଲଏ-୨ ମାନଙ୍କ ଦାୟିତ୍ୱକୁ ସଠିକ୍ ଭାବେ ପାଳନ କରାଇବା ହିଁ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
