ଜଳଖିଆ ଦୋକାନକୁ ପଶିଗଲା ଟ୍ରକ , ଦୋକାନୀ ଆହତ, ଦୋକାନ ଛାରଖାର

blank
କେନ୍ଦ୍ରାପଡ଼ା,୨୮ା୪ : କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ନାନକାର ଛକରେ ଥିବା ଏକ ଜଳଖିଆ ଦୋକାନରେ ଏକ ଟ୍ରକ ପଶିଯିବାରୁ ଦୋକାନଟି ଭାଙ୍ଗିରୁଜି ଛାରଖାର ହୋଇଯାଇଛି। ଏଥିରେ ଦୋକାନୀ ନକୁଳି ଚରଣ ବାରିକ ଗୁରୁତ୍ତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ମୁଣ୍ଡ ଫାଟିଯିବା ସହ ଅଣ୍ଟାରେ ଆଘାତ ଲାଗିଛି। ଖବର ପାଇ ସଦର ଥାନା ପୋଲିସ ଟ୍ରକ ଟିକୁ ଜବତ କରିବା ସହ ଆହତ ନକୁଳିଙ୍କୁ ଡାକ୍ତରଖାନା ନେଇଥିଲା। ଘଟଣାସ୍ଥଳରୁ ଟ୍ରକ ଚାଳକ ଫେରାର ହୋଇଯାଇଥିଲେ। ସଂପୃକ୍ତ ଟ୍ରକ ଚାଳକଙ୍କୁ ଗିରଫ କରିବା ସହ ଭାଙ୍ଗିଥିବା ଦୋକାନ ନିର୍ମାଣ ପାଇଁ କ୍ଷତିପୁରଣ ଦେବାକୁ ନକୁଳି ଦାବି କରିଛନ୍ତି।

Next Post

ଉତ୍କଳଗୌରବ ମଧୁବାବୁଙ୍କ ଜନ୍ମଦିବସକୁ ରାଷ୍ଟ୍ର ଦିବସ ରୂପେ ପାଳନ କରାଗଲେ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ -ବରିଷ୍ଠ ନାଗରିକ ମଞ୍ଚ

Mon Apr 28 , 2025
ଉତ୍କଳଗୌରବଙ୍କ ଜନ୍ମଜୟନ୍ତୀ ପାଳନ   ପଟ୍ଟାମୁଣ୍ଡାଇ : ୨୮/୦୪-ପଟ୍ଟାମୁଣ୍ଡାଇ ବରିଷ୍ଠ ନାଗରିକ ମଂଚ ଆନୁକୁଲ୍ୟରେ ସୋମବାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମଦିବସ ପାଳନ କରାଯାଇଅଛି। ମଂଚର କାର୍ଯ୍ୟକାରୀ ସଭାପତି କଣ୍ଡୁରୀ ଚରଣ ସ୍ୱାଇଁଙ୍କ ପୈାରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ପାଦକ ଭରତ ଚନ୍ଦ୍ର ପାତ୍ର, କୋଷାଧ୍ୟକ୍ଷ ଚତୁର୍ଭୁଜ ରାଉଳ, ନାଟ୍ୟକାର ଗୋଲକ ମହାରଣା, ପ୍ର. କୈଳାସ ଚନ୍ଦ୍ର ପାତ୍ର, ବିଜୟ କୁମାର ସାହୁ, କଥାକାର ପ୍ରଦୀପ ନାୟକ, ଶ୍ରୀକାନ୍ତ କୁମାର […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading