
ପଟାମୁଣ୍ଡାଇ ୩/୮ – ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ କେନ୍ଦ୍ରାପଡ଼ା ଶାଖା ସଭାପତି ପଣ୍ଡିତ ପ୍ରମୋଦ ତ୍ରିପାଠୀଙ୍କ ପୌରହିତ୍ୟରେ କଷଣଅଂଟା ପଂଚାୟତ ହାଇସ୍କୁଲ ଠାରେ ମହାସଂଘ ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ରାପଡ଼ା ଜିଲାର ୯ଟି ମଣ୍ଡଳରୁ ଆସିଥିବା କର୍ମକର୍ତା ଯୋଗ ଦେଇ ଗତ ବର୍ଷ ପାଳିତ ହୋଇଥିବା ସଂସ୍କୃତ ଦିବସର ସମୀକ୍ଷା କରିବା ସହିତ ଆୟବ୍ୟୟ ତାଲିକା ସଂପାଦକ ପଣ୍ଡିତ ଭଗବାନ ସାହୁ ଉପସ୍ଥାପନ କରିବା ପରେ ସମସ୍ତଙ୍କ ସହମତିରେ ଗୃହୀତ ହୋଇଥିଲା।ଆଗାମୀ ଦିନରେ ମଣ୍ଡଳସ୍ତରୀୟ ବୈଠକ କରାଯାଇ ସଂଗଠନକୁ ସୁଦୃଢ କରିବାକୁ ସଭାପତି ମତ ଦେବା ସହିତ ବକେୟା ସଭ୍୍ୟ ଚାନ୍ଦା ଗ୍ରହଣ କରିବାକୁ ପତ୍ୟକ ମଣ୍ଡଳ ସମ୍ପାଦକଙ୍କୁ ପରାମର୍ଶ ଦେଇଥିଲେ । ଆଗାମୀ ସଂସ୍କୃତ ଦିବସ ପାଳନକୁ ସଫଳତାର ସହ ଆୟୋଜନ ପାଇଁ ଚଳିତ ବର୍ଷ ନୂତନ କର୍ମକର୍ତା ଚୟନ ପାଇଁ ସ୍ଥିର କରାଯାଇଥିଲା । ଏହି ବୈଠକରେ ଜୟନ୍ତ ପଣ୍ଡା ,ପ୍ୟାରୀମୋହନ ସ୍ୱାଇଁ, ଶିବ ପ୍ରସାଦ ରଥ, ଶ୍ରୀବାସ ତ୍ରିପାଠୀ, ଅମୀୟ କର, ସରୋଜ ସାହୁ ରଞ୍ଜନ ଜେନା, ସରୋଜ ଦାଶ ପ୍ରମୁଖ ବହୁ ସଂସ୍କୃତ ଶିକ୍ଷିକା/ଶିକ୍ଷକ ଯୋଗ ଦେଇ ଥିଲେ । ପଣ୍ଡିତ ଶ୍ରୀନାଥ ମିଶ୍ର ବେଦ ପାଠ କରିଥିଲେ । ଶେଷରେ ହାଡିବନ୍ଧୁ ଭୂୟାଁ ଧନ୍ୟବାଦ ଦେଇଥିଲେ ।
