ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ ଓ ପଶୁ ସମ୍ପଦ ସୁରକ୍ଷା

blank
କେନ୍ଦ୍ରାପଡ଼ା,୨ା୮:ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ରିଲିଫ୍ ଓ ପୁନର୍ବାସ କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରାଯାଇଛି। ପ୍ରଭାବିତ ଲୋକମାନଙ୍କ ନିକଟରେ ଆବଶ୍ୟକୀୟ ସହାୟତା ପହଞ୍ଚାଇବା ପାଇଁ ପ୍ରଶାସନ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛି।ବରାକାନ୍ଧ ଗ୍ରାମ ପଞ୍ଚାୟତରେ ବନ୍ୟା ଘେରରେ ବିଚ୍ଛିନ୍ନ ହୋଇ ରହିଥିବା ୩ଟି ପରିବାରକୁ ବିଶୁଦ୍ଧ ପାନୀୟ ଜଳ ବୋତଲ ବଣ୍ଟନ କରାଯାଇଛି।ଗଡରୋମିତ ଗ୍ରାମ ପଞ୍ଚାୟତରେ ବନ୍ୟା ପ୍ରଭାବିତ ପରିବାରମାନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇ ସେମାନଙ୍କର ତତ୍କାଳୀନ ଖାଦ୍ୟ ଆବଶ୍ୟକତା ପୂରଣ କରାଯାଇଛି।ଗ୍ରାମାଞ୍ଚଳରେ ପଶୁସମ୍ପଦର ସୁରକ୍ଷାକୁ ଗୁରୁତ୍ୱ ଦେଇ ଗରଦପୁର ବ୍ଲକର ସାନନୟନପୁର ଗ୍ରାମରେ ପଶୁମାନଙ୍କ ପାଇଁ ସବୁଜ ପଶୁଖାଦ୍ୟ (ଗ୍ରୀନ୍ ଫୁଡ)ର୍ ବଣ୍ଟନ କରାଯାଇଛି।ସେହିପରି ମହାକାଳପଡ଼ା ବ୍ଲକର ବନ୍ୟା ପ୍ରଭାବିତ ବିଭିନ୍ନ ଅଞ୍ଚଳରେ ପଶୁ ଚିକିତ୍ସା ଶିବିର, ସ୍ୱାସ୍ଥ୍ୟ ପରୀକ୍ଷା ଓ ଗଣ ଟିକାକରଣ କାର୍ଯ୍ୟକ୍ରମ ଚାଲୁ ରହିଛି। ପଶୁମାନଙ୍କୁ ବନ୍ୟା ପରବର୍ତ୍ତୀ ସଂକ୍ରାମକ ରୋଗରୁ ସୁରକ୍ଷା ଦେବା ସହିତ ଆବଶ୍ୟକ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି।ବନ୍ୟା ପ୍ରଭାବିତ ଲୋକମାନଙ୍କୁ ନିୟମିତ ରନ୍ଧା ଖାଦ୍ୟ ଯୋଗାଇବା ପାଇଁ ବାଟିରା ଗ୍ରାମ ପଞ୍ଚାୟତ ଏବଂ ମାର୍ଶାଘାଇ ବ୍ଲକ ସମେତ ବିଭିନ୍ନ ସ୍ଥାନରେ ମାଗଣା ରୋଷେଇ କେନ୍ଦ୍ର (ଫ୍ରି କିଚେନ୍‌) ନିରନ୍ତର ଚାଲୁ ରହିଛି। ଜିଲ୍ଲା ପ୍ରଶାସନ ବନ୍ୟା ପ୍ରଭାବିତ ପ୍ରତ୍ୟେକ ପରିବାରଙ୍କୁ ପାନୀୟ ଜଳ, ଖାଦ୍ୟ, ପଶୁସମ୍ପଦ ସୁରକ୍ଷା, ସ୍ୱାସ୍ଥ୍ୟସେବା ଓ ଅନ୍ୟାନ୍ୟ ଆବଶ୍ୟକ ସହାୟତା ସମୟୋପଯୋଗୀ ଭାବେ ପହଞ୍ଚାଇବା ପାଇଁ ସମ୍ପୂର୍ଣ୍ଣ ତତ୍ପରତାର ସହ କାର୍ଯ୍ୟ କରୁଛି।

Leave a Reply

Next Post

ବୋଲବମ ଯାତ୍ରାରେ ବାହାରି ହସ୍ପିଟାଲ ଗଲେ ମହିଳା

Sun Aug 2 , 2026
ପଟ୍ଟାମୁଣ୍ଡାଇ ତା ୨/୮- ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନନଗର ପଂଚାୟତ ତେତେଲଙ୍ଗା ଗ୍ରାମର ରମେଶ ମଲିକଙ୍କ ପତ୍ନୀ ଝୁନା ମଲିକ (୪୫) ନିଜର ମାନସିକ ପୂରଣ ପାଇଁ ନିଜ ଗାଁରୁ ୨୦ଜଣ ବୋଲବମ ଭକ୍ତଙ୍କ ସହିତ ପାଣି ଭାର ନେଇ ବାହାରି ଥିଲେ I କଖାରୁଣୀ ପୋଲ ନିକଟରେ ପହଂଚିବା ପରେ ଝୁନା ହଠାତ ଅସୁସ୍ଥ ହୋଇପଡିବା ସହିତ ଚେତାଶୂନ୍ୟ ହୋଇଥିଲେ । ଏହା ଦେଖି ସାଥିରେ ଥିବା ଅନ୍ୟ ବୋଲବମ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading