
ପଟ୍ଟାମୁଣ୍ଡାଇ ୧୪/୪ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳର ଅଗ୍ରଣୀ ନୃତ୍ୟ ସଂଗୀତ ଅନୁଷ୍ଠାନ କସ୍ତୁରୀ କଳା ନିକେତନର ୩୨ତମ ବାର୍ଷିକ ଉତ୍ସବ ରବିବାର ସଂନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି ।କସ୍ତୁରୀ କଳା ନିକେତନ ସଭାପତି ଶିକ୍ଷାବିତ ସୁରେଶ ଜେନାଙ୍କ ପୌରହିତ୍ୟରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜନଗର ବିଧାୟକ ଧ୍ରୁବ ସାହୁ ଯୋଗଦେଇ ପ୍ରକାଶ କରିଛନ୍ତି ଯେ ସମଗ୍ର ବିଶ୍ୱରେ କଳା, ସାହିତ୍ୟ ଓ ସଂସ୍କୃତିକୁ ରୁଦ୍ଧିମନ୍ତ କରିବାରେ କଳାତୀର୍ଥ ପଟ୍ଟାମୁଣ୍ଡାଇର ବଳିଷ୍ଠ ଅବଦାନ ରହିଛି । ଏହାକୁ ରୁଦ୍ଧିମନ୍ତ କରିବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ସଂସ୍କୃତିପୁରୁଷ ଦିବଂଗତ ଦିବାକର ବିଶ୍ୱାଳ ମାନସ ସନ୍ତାନ କସ୍ତୁରୀ କଳା ନିକେତନ ଏ କ୍ଷେତ୍ରରେ ଅଭିଯାନ ଜାରି ରଖିଥିବାରୁ ଏହି ଅନୁଷ୍ଠାନ ବିକାଶ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ବିଧାୟକ ଘୋଷଣା କରିଥିଲେ । ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ ଓ କାଉନସିଲର ମୃତ୍ୟୁଞ୍ଜୟ ପାଢ଼ୀ ଓ ଲାସ୍ୟମୟୀ ସାହୁ ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ । ସମ୍ପାଦକ କୃପାସିନ୍ଧୁ ନାୟକ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ନବ କିଶୋର ପଣ୍ଡା ସ୍ୱାଗତଭାଷଣ ଓ କାଉନସିଲର ଗୋପୀବଲ୍ଲଭ ନାୟକ ଅତିଥିପରିଚୟ ପ୍ରଦାନ କରିଥିଲେ । ଶିକ୍ଷାବିତ ଗିରିଜାଶଙ୍କର ସାମଲ ଓ କ୍ରିଷ୍ଣା ସ୍ୱାଇଁ ମାନପତ୍ର ପାଠ କରିଥିଲେ । ଏଇ ଅବସରରେ ସଂଗୀତ ଗୁରୁ ଶ୍ୟାମ ସୁନ୍ଦର ସାହୁ ଓ ସମାଜସେବୀ ବିଜୟ ବିଶ୍ୱାଳଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଶରତ ବିଶ୍ୱାଳ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଆଇନଜୀବୀ ପ୍ରମୋଦ ସାହୁ, ଗୋପୀନାଥ ତ୍ରିପାଠୀ, କିଶୋର ଜେନ. ଅନିରୁଦ୍ଧ ଦାସ, ଦେବାଶିଷ ନାୟକ, ଗୋବିନ୍ଦ ସେଠୀ ପ୍ରମୁଖ ପରିଚାଳନା କରିଥିବାବେଳେ ପ୍ରତୀକ୍ଷା ତରାଇ, ପୁଷ୍ପଲତା ବେହୁରା, ଅନନ୍ତ ସାହୁ, ବିଦ୍ୟାଭୂଷଣ ପ୍ରଧାନ, ଶ୍ରୀବତ୍ସ ତରାଇ,ଅମିତ ପ୍ରଧାନ, ସୁଶାନ୍ତ ତରାଇ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।
