
କେନ୍ଦ୍ରାପଡ଼ା. ୩/୭ – ପ୍ରତିବର୍ଷପରି ଚଳିତବର୍ଷ କେନ୍ଦ୍ରାପଡ଼ା ରଥଯାତ୍ରାରେ ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ (ନୁପୁର ଡ୍ୟାନ୍ସ ଏକାଡେମୀ)ତରଫରୁ ସନ୍ଧ୍ୟାରେ ସ୍ଥାନୀୟ ମାଉସୀ ମାଆ ମନ୍ଦିରଠାରେ ଚିତାକର୍ଷକ ଓଡିଶୀ, ସମ୍ବଲପୁରୀ,ଶାସ୍ତ୍ରୀୟନୃତ୍ୟ ଗୁରୁ ନିର୍ଲିପ୍ତା ବେହେରା ଓ କୁନି ନୃତ୍ୟଶିଳ୍ପୀମାନଙ୍କଦ୍ୱାରା ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ପରିବେଷଣ କରାଯାଇଥିଲା । ଉପସ୍ଥିତ ହୋଇଥିବା ସଂଖ୍ୟାଧିକ ଦର୍ଶକ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଉକ୍ତ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । କାର୍ଯ୍ୟକ୍ରମରେ ପରିବେଶିତ ପୁରାତନ କବି ଜୟଦେବଙ୍କ ରଚିତ “ଗୀତ ଗୋବିନ୍ଦ ” ଉପରେ ଆଧାରିତ ଭଜନ (ଶ୍ରିତକମଳ କୁଚ ମଣ୍ଡଳ, ଚିତ୍ତକୁଣ୍ଡଲ, ଲଳିତ ଲଳିତ ବନମାଳ, ଜୟ ଜୟ ଦେବ ହରେ) ଗୀତଟି ଉପରେ ପର୍ଯ୍ୟବେଶିତ ନୃତ୍ୟଟି ଶ୍ରୋତାଙ୍କ ମନରଞ୍ଜନ କରିଥିଲା । କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା ପ୍ରଶାସନ ତରଫରୁ ବିଭାଗୀୟ ଅଧିକାରୀ ତ୍ରିଭୁବନ ଜୟସିଂହ, ରାଜକିଶୋର ଦାସଙ୍କ ଦ୍ୱାରା ଅନୁଷ୍ଠାନର ସମସ୍ତ କଳାକାରମାନଙ୍କୁ ମାନପତ୍ର, ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥିଲା । ଉପଦେଷ୍ଟା କବି ଅଶୋକ କୁମାର ସାହୁ ସଂଯୋଜନା ଓ ପରିଚାଳନାରେ କରିଥିବା ବେଳେ ସମ୍ପାଦକ ମାନସ ବେହେରା, ନୃତ୍ୟଗୁରୁ ହିମାଂଶୁ ଦାସ ସହଯୋଗ କରିଥିଲେ ।
