ନୂତନ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ଯୋଗଦାନ

blank
କେନ୍ଦ୍ରାପଡ଼ା,୫ା୫: କେନ୍ଦ୍ରାପଡ଼ାରେ ନୂତନ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଫକିର ମୋହନ ମାଝି ସୋମବାର ପୂର୍ବାହ୍ନରେ ଯୋଗଦେଇଛନ୍ତି। ସେ ଏହା ପୂର୍ବରୁ ଭଞ୍ଜନଗର ଓ ରେଢାଖୋଲରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଏବଂ ସମ୍ବଲପୁରରେ ଦୀର୍ଘ ୩ ବର୍ଷ ଧରି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଦକ୍ଷତାର ସହ କାର୍ଯ୍ୟ ସମ୍ପାଦନ କରି ପ୍ରଶଂସିତ ହୋଇଛନ୍ତି। ରାଜ୍ୟ ସରକାରଙ୍କ ଜନମଙ୍ଗଳକାରୀ କାର୍ଯ୍ୟକ୍ରମ ଗୁଡିକ ତୃଣମୂଳସ୍ତରେ ସମ୍ବାଦ ପତ୍ର ମାଧ୍ୟମରେ କିପରି ପହଞ୍ଚି ପାରିବ ସେଥିନିମନ୍ତେ ପ୍ରଚେଷ୍ଠା କରିବା ସହ ସାମ୍ବାଦିକ ବନ୍ଧୁମାନଙ୍କ ଏ ଦିଗରେ ସାହାଯ୍ୟ କାମନା କରିଛନ୍ତି ଶ୍ରୀ ମାଝି।

Next Post

କେନ୍ଦ୍ରାପଡାରେ ମିଳିତ ଅଭିଯୋଗ ଶୁଣାଣି ଶିବିର

Mon May 5 , 2025
କେନ୍ଦ୍ରାପଡା,୫ା୫: କେନ୍ଦ୍ରାପଡ଼ା ସଦର ମହକୁମାରେ ଆଜି ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ଣ ୭ ଘଟିକାଠାରୁ ୧୦ ଘଟିକା ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ମୁନିସିପାଲିଟି ଟାଉନ୍‌ହଲ୍‌ଠାରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଅଜାମ୍ବର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁଧାକର ସାହୁ, ଉପ ଜିଲ୍ଲାପାଳ ଅରୁଣ କୁମାର ନାୟକ, କେନ୍ଦ୍ରାପଡା ବିଡିଓ ଅଭିଷେକ ସ୍ୱାଇଁ, […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading