ପୁନର୍ବାସ ପକ୍ଷରୁ ଗ୍ରାମୀଣ ସଘନ ଥେରାପି ସେବାର ଶୁଭାରମ୍ଭ

blank
କେନ୍ଦ୍ରାପଡା ୩/୮: କେନ୍ଦ୍ରାପଡା ଜିଲ୍ଲାରେ ଦେଢ଼ ଦଶନ୍ଧି ଧରି ଭିନ୍ନକ୍ଷମଙ୍କ ନିମନ୍ତେ କାର୍ଯ୍ୟରତ ଅନୁଷ୍ଠାନ ପୁନର୍ବାସ ପକ୍ଷରୁ ଦିବ୍ୟାଙ୍ଗଶିଶୁଙ୍କ ପାଇଁ ସଘନ ଥେରାପି ସେବା ଆରମ୍ଭ କରାଯାଇଛି । ଏଥି ନିମନ୍ତେ ମାଧପୁର ଅମରଉଦ୍ୟାନ ପରିସରସ୍ଥ ପୁନର୍ବାସ ଶିଶୁ ଥେରାପି କେନ୍ଦ୍ରରୁ ଏହି ସଘନ ଥେରାପିଯାନକୁ ସବୁଜ ପତାକା ଦେଖାଇ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କେଶରୀ ବେଉରା ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଉପସ୍ଥିତ ଅନୁଷ୍ଠାନର ସମ୍ପାଦିକା ବନସ୍ମିତା ନାୟକ ସହର ନିକଟ ଦୂରବର୍ତ୍ତୀ ଗ୍ରାମାଞ୍ଚଳରେ ରହିଥିବା ଦିବ୍ୟାଙ୍ଗ ଶିଶୁ ହିତାଧିକାରୀଙ୍କୁ ଏହି ଭ୍ରାମ୍ୟମାଣ ସେବା ପ୍ରଦାନ କରାଯିବ ବୋଲି ପ୍ରକାଶ କରିଛନ୍ତି । ଏହାଦ୍ୱାରା ଅଭିଜ୍ଞ ଓ ତାଲିମ୍‌?ପ୍ରାପ୍ତ ଥେରାପିଷ୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗ୍ରାମାଞ୍ଚଳର ଦିବ୍ୟାଙ୍ଗ ଶିଶୁ ଥେରାପି ପ୍ରାପ୍ତ ହେବେ। ଅଧିକନ୍ତୁ ଦିବ୍ୟାଙ୍ଗ ଶିଶୁଟିର ଶାରୀରିକ ସ୍ୱାସ୍ଥ୍ୟ ସମ୍ପର୍କିତ ଭାବ ବିନିମୟ ଉଭୟ ଥେରାପିଷ୍ଟ ଏବଂ ସମ୍ପୃକ୍ତ ହିତାଧିକାରୀଙ୍କ ଅବିଭାବକଙ୍କ ସହ ସ୍ଥାପନ ହୋଇ ପାରିବ । ତାଲିମ୍ ପ୍ରାପ୍ତ ଫିଜିଓଥେରାପିଷ୍ଟ, ଅକ୍ୟୁପେଶନାଲ ଥେରାପିଷ୍ଟ, ସ୍ପିଚ୍ ଥେରାପିଷ୍ଟ ଓ ସ୍ପେଶାଲ ଏଜୁକେଟରଙ୍କ ଦ୍ୱାରା ବିଶେଷ କରି କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଦିବ୍ୟାଙ୍ଗ ଶିଶୁ ହିତାଧିକାରୀମାନଙ୍କୁ ଆବଶ୍ୟକ ମତେ ସ୍ୱଗୃହେ ଥେରାପି ପ୍ରଦାନ କରାଯିବ ବୋଲି ବରିଷ୍ଠ ପ୍ରୋଜେକ୍ଟ କର୍ମୀ କେଦାରନାଥ ବାରିକ ପ୍ରକାଶ କରିଛନ୍ତି। ଏହି ଅବସରରେ ଅନୁଷ୍ଠାନର ସହ ସମ୍ପାଦକ ବଂଶୀଧର ମହାନ୍ତି, ସଭ୍ୟ ସଂଗ୍ରାମ ଚୌଧୁରୀ, ମହମ୍ମଦ ଜାହିଦ୍ ଖାନ୍‌, ଥେରାପିଷ୍ଟ କିର୍ତ୍ତୀ ଦାଶ,ତପସ୍ୱିନୀ ରଥ, ସାଇଶ୍ରିତା ମେକାପ୍‌, ନିତୁରାଣୀ ବାରିକଙ୍କ ସହିତ ସିବିଆର୍ କର୍ମୀ ଅଭିଷେକ ଜେନା, ଧରଣୀଧର ସେଠୀ ଓ ଅମିଷା ବାରିକ ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave a Reply

Next Post

ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ ସଂସ୍କୃତ ଦିବସ ସମୀକ୍ଷା ବୈଠକ

Mon Aug 3 , 2026
ପଟାମୁଣ୍ଡାଇ ୩/୮ – ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ କେନ୍ଦ୍ରାପଡ଼ା ଶାଖା ସଭାପତି ପଣ୍ଡିତ ପ୍ରମୋଦ ତ୍ରିପାଠୀଙ୍କ ପୌରହିତ୍ୟରେ କଷଣଅଂଟା ପଂଚାୟତ ହାଇସ୍କୁଲ ଠାରେ ମହାସଂଘ ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ରାପଡ଼ା ଜିଲାର ୯ଟି ମଣ୍ଡଳରୁ ଆସିଥିବା କର୍ମକର୍ତା ଯୋଗ ଦେଇ ଗତ ବର୍ଷ ପାଳିତ ହୋଇଥିବା ସଂସ୍କୃତ ଦିବସର ସମୀକ୍ଷା କରିବା ସହିତ ଆୟବ୍ୟୟ ତାଲିକା ସଂପାଦକ ପଣ୍ଡିତ ଭଗବାନ ସାହୁ ଉପସ୍ଥାପନ କରିବା […]
blank

ଲୋକମତ

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading