ଶୌଚ ପାଇଁ ଯାଇଥିବା ମହିଳାଙ୍କୁ କୁମ୍ଭୀର ଟାଣି ନେଇଥିବା ସନ୍ଦେହ


ପଟ୍ଟାମୁଣ୍ଡାଇ ୩/୮ ପଟ୍ଟାମୁଣ୍ଡାଇ ବ୍ଲକ୍ ଅଳପୁଆ ପଞ୍ଚାୟତ ଦାମୋଦରପାଟଣା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ଜନୈକା ମହିଳା ସୁଚିତ୍ରା ଦାସ ଶୌଚ ପାଇଁ ନଦୀକୂଳକୁ ଯାଇଥିବା ବେଳେ ତାଙ୍କୁ କୁମ୍ଭୀର ଟାଣି ନେଇଥିବା ସନ୍ଦେହ କରାଯାଉଛି।
ସୂଚନା ଅନୁସାରେ, ବନ୍ୟା ଜଳ ହ୍ରାସ ପାଇବା ପରେ ନଦୀଗୁଡ଼ିକରେ କୁମ୍ଭୀରଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇଛି। ସୁଚିତ୍ରା ସକାଳେ ନିକଟସ୍ଥ ନଦୀକୂଳକୁ ଶୌଚ ପାଇଁ ଯାଇଥିଲେ। ମାତ୍ର ବହୁ ସମୟ ଧରି ସେ ଘରକୁ ନଫେରିବାରୁ ପରିବାର ଲୋକେ ଓ ଗ୍ରାମବାସୀ ଖୋଜାଖୋଜି ଆରମ୍ଭ କରିଥିଲେ। ନଦୀକୂଳରେ ତାଙ୍କର ବାଲଟି, ଚପଲ, ବ୍ରସ ପଡ଼ିଥିବା ଦେଖିବାକୁ ମିଳିଥିଲା । ତାଙ୍କୁ କୁମ୍ଭୀର ଆକ୍ରମଣ କରି ନଦୀ ଭିତରକୁ ଟାଣି ନେଇଥିବା ସ୍ଥାନୀୟ ଲୋକେ ସନ୍ଦେହ କରିଥିଲେ।ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ତୀବ୍ର ଆତଙ୍କ ସୃଷ୍ଟି ହୋଇଛି। ଖବର ପାଇ ବନ ବିଭାଗ, ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନଦୀରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
ବ୍ରାହ୍ମଣୀରେ ବନ୍ୟା ଆସିଛି। ବନ୍ୟା ଆସିବା ଦ୍ୱାରା ଭିତରକନିକା ନଦୀରୁ ବହୁ ସଂଖ୍ୟାରେ କୁମ୍ଭୀର ଭାସିଆସି ଆତଙ୍କ ସୃଷ୍ଟି କରୁଛନ୍ତି। ବନ୍ୟା ଛାଡ଼ିବା ପରେ ନଦୀର ଜଳସ୍ତର କମୁଥିବାରୁ କୁମ୍ଭୀରମାନେ ଗ୍ରାମାଞ୍ଚଳ ନିକଟବର୍ତ୍ତୀ ନଦୀକୂଳରେ ବୁଲାବୁଲି କରୁଛନ୍ତି। ଏଣୁ ଏହି ସମୟରେ ନଦୀକୂଳକୁ ନଯିବା ପାଇଁ ଏବଂ ଶୌଚ କିମ୍ବା ଅନ୍ୟ କୌଣସି କାର୍ଯ୍ୟ ପାଇଁ ନଦୀ ପାଣି ବ୍ୟବହାର ନକରିବାକୁ ବନ ବିଭାଗ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସଚେତନ କରାଯାଇଛି।

Next Post

ପଦାରେ ପଡ଼ିଲା ଆବାସ ଯୋଜନାର ଅସଲ ଚେହେରା

Mon Aug 3 , 2026
ପିଏମଏଓାଇ ଯୋଜନାର ତ୍ରୁଟିପୂର୍ଣ୍ଣ କାର୍ଯ୍ୟକାରିତା ବନ୍ୟା ଉଜାଡ଼ିଦେଲା ଗରୀବଙ୍କ ଚାଳଛପର ବାସହୀନ ହୋଇ ପଡିଛନ୍ତି ବହୁ ଖଟିଖିଆ ପଟ୍ଟମୁଣ୍ଡାଇ ୩/୮ନରେନ୍ଦ୍ର ଧଳ- ସାମ୍ପ୍ରତିକ ବନ୍ୟା ପଟ୍ଟମୁଣ୍ଡାଇ ଅଂଚଳରେ ତାଣ୍ଡବ ରଚିଥିବା ବେଳେ ସରକାରଙ୍କ ବହୁପ୍ରଚାରିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପ୍ରକୃତ ଚେହେରାକୁ ପଦାରେ ପକାଇଦେଇଛି। ଲଗାଣ ବର୍ଷା ଓ ସାଂଘାତିକ ବନ୍ୟା ପରିସ୍ଥିତି ଯୋଗୁଁ ଧୋୟାଂଚଳର ଶହ ଶହ ଗରିବ ପରିବାରର ମାଟି ଓ ଚାଳଛପର ଘର ଗୁଡ଼ିକର ନଷ୍ଟ […]

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata

Subscribe now to keep reading and get access to the full archive.

Continue reading