ପତିତପାବନଜୀଉଙ୍କ ସୁନାବଶେ ଦେଖିବାକୁ ଭକ୍ତଙ୍କ ସମାବେଶ

blank
ପଟ୍ଟାମୁଣ୍ଡାଇ ୬/୭ -ପଟ୍ଟାମୁଣ୍ଡାଇ ପୋଖରୀଆପଡା ସ୍ଥିତ ପତିତପାବନଜୀଉଙ୍କ ରଥଯାତ୍ରାର ବାହୁଡ଼ା ପର୍ବ ଶନିବାର ଶେଷ ହୋଇଥିବା ବେଳେ ବଡ଼ ଏକାଦଶୀ ତିଥି ରବିବାରରେ ଚତୁର୍ଦ୍ଧାମୂର୍ତି ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଇଛନ୍ତି। ମଧ୍ୟାହ୍ନ ଧୂପ ପରେ ସ୍ୱତନ୍ତ୍ର ନୀତି ନିର୍ଘଂଟରେ ବଡ଼ଠାକୁର ବଳଭଦ୍ର, ଜଗତରନ୍ନାଥ ଜଗନ୍ନାଥ, ଭଉଣୀ ସୁଭଦ୍ରା ଓ ସୁଦର୍ଶନଙ୍କୁ ସୁନାବେଶରେ ସଜାଯାଇଛି। ଖରିଆପଡା ପତିତପାବନ ମନ୍ଦିର ସମ୍ମୁଖରେ ଚତୁର୍ଦ୍ଧାମୂର୍ତିଙ୍କ ସୁନାବେଶ ଦେଖିବା ପାଇଁ ଶହଶହ ଭକ୍ତଙ୍କ ସମାବେଶ ଲାଗିରହିଛି ।
ଚତୁର୍ଦ୍ଧାମୂର୍ତି ଶନିବାର ବକ୍ତାରପୁରସ୍ଥିତ ମାଉସୀମା ମନ୍ଦିରରୁ ବାହୁଡାଯାତ୍ରାରେ ଆସିବା ପରେ ରଥ ପତିତପାବନ ମନ୍ଦିର ସମ୍ମୁଖରେ ଅଟକିଥିଲା । ବଡଏକାଦଶୀ ସକାଳୁ ପୂଜକ ଶ୍ରୀ ଜୀଉମାନଙ୍କ ମଙ୍ଗଳା ଆଳତୀ, ବାଳଧୂପ, ନୈବିଦ୍ୟ ଓ ସମସ୍ତ ନୀତିକାନ୍ତି ବୈଦିକ ରୀତିନୀତିରେ ସଂପନ୍ନ କରାଇଥିଲେ । ମଧ୍ୟାହ୍ନ ଧୂପ ପରେ ରଥ ଉପରେ ଶ୍ରୀ ଜୀଉମାନଙ୍କ ପହୁଡ ପଡିଥିଲା । ଅପରାହ୍ନ ୪ଟାପରେ ଶ୍ରୀଜୀଉମାନଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଥିଲା । ପତିତପାବନ ମନ୍ଦିର ପରିଚାଳନା କମିଟି ସଭାପତି ପୂର୍ଣ୍ଣ ଚନ୍ଦ୍ର ଦାଶ, ସଂପାଦକ ନରହରି ଲେଙ୍କା, ଶୁକଦେବ ସ୍ୱାଇଁ, ପତିତପାବନ ଜିଉଙ୍କ ମୁଖ୍ୟପୂଜକ ସନ୍ତୋଷ ଦାଶ, ବଳରାମ ଦାଶ, ପର୍ଶୁରାମ ଦାଶ, ଦଇତାପତି ଶୁଶିଲ ପାଠୀ, ସଂଜିବ ଦାଶଙ୍କ ସମେତ ଭଗବାନ ବାରିକ ଓ ଅନ୍ୟ ଦଇତାପତିମାନେ ପ୍ରଭୁ ଚତ୍ରୁର୍ଦ୍ଧାମୂର୍ତିଙ୍କୁ ସୁନାବେଶରେ ସଜ୍ଜିତ କରିଥିଲେ । ରଥ ଉପରେ ପତିତପାବନଙ୍କ ସୁନାବେଶ ଦେଖିବାକୁ ପଟ୍ଟାମୁଣ୍ଡାଇ ଓ ଆଖପାଖ ଅଚଂଳର ଶତାଧିକ ଭକ୍ତଙ୍କ ସମାବେଶ ହୋଇଥିଲା । ବକ୍ତାରପୁରର ଭଜନ ଗାୟକ ପ୍ରଶାନ୍ତ ମିଶ୍ରଙ୍କ ସଂଯୋଜନାରେ କଳାକାରମାନେ ଭକ୍ତି ସଂଗୀତ ପରିବେଷଣ କରିଥିଲେ ।

Next Post

ଶ୍ରୀଜଗନ୍ନାଥ ସଂସ୍କୃତି ଭାରତରେ ନୁହେଁ ସମଗ୍ର ବିଶ୍ୱସ୍ତରରେ ପରିଚିତ

Sun Jul 6 , 2025
ଶ୍ରୀକ୍ଷେତ୍ର ଶହେ କଥା’ ପୁସ୍ତକ ଲୋକାର୍ପଣ ଓ ପ୍ରତିଭା ସମ୍ମାନ ପଟ୍ଟାମୁଣ୍ଡାଇ ୬/୭ -ପଟ୍ଟାମୁଣ୍ଡାଇ ପ୍ରତିଭା ସମ୍ମାନ ପରିଷଦ ଆନୁକୁଲ୍ୟରେ ରବିବାର ବଡଏକାଦଶୀ ମହାପ୍ରଭୁଙ୍କ ସୁନାବେଶ ଦିନ ସ୍ଥାନୀୟ ଟାଉନ ହଲ ପରିସରରେ କଥାକାର ତଥା ଗବେଷକ ଡ. ନିଳମଣୀ ଲେଙ୍କାଙ୍କ ୨୬ ତମ ‘ଶ୍ରୀକ୍ଷେତ୍ର ଶହେ କଥା’ ପୁସ୍ତକ ଲୋକାର୍ପଣ ଓ ପ୍ରତିଭା ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ଲେଙ୍କାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading