ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ୮୩ତମ ଅଧିବେଶନ

blank
କେନ୍ଦ୍ରାପଡା୧୧ା୮: ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ୮୩ତମ ଅଧିବେଶନ ମୀରପାଟଣା ଗ୍ରାମ ସ୍ଥିତ କ୍ରିଷ୍ଣା ଏକାଡେମୀ ଅଫ୍ ଆର୍ଟ ଆଣ୍ଡ କଲଚର କାର୍ଯ୍ୟାଳୟ ପରିସରରେ ସଭାପତି ଡ଼ଃ ଉପେନ୍ଦ୍ର ନାଥ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ଅଧିବେଶନ ଆରମ୍ଭରେ ସମ୍ପାଦକ କରୁଣାକର ଦାସ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଓ ପୂର୍ବ ସଭାର ବିବରଣୀ ପାଠ କରିଥିଲେ । ସଂଘର ମୁଖ୍ୟ ଉପଦେଷ୍ଟା ପ୍ରାକ୍ତନ ଅଧ୍ୟକ୍ଷ ଅଜୟ କୁମାର ସାମଲ ପୂର୍ବ ହୃଦରୋଗ ସ୍ୱାସ୍ଥ୍ୟ ଶିବିରର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଆଗାମୀ ଦିନରେ ଲୋକ ହିତକର କାର୍ଯ୍ୟପାଇଁ ପ୍ରସ୍ତାବ ଆଗତ କରିଥିଲେ । ଆଗାମୀ ସ୍ୱାଧୀନତା ଦିବସ ପାଳନ କରାଯିବା ପାଇଁ ସ୍ଥିର କରାଗଲା । ସଂଘର ବାର୍ତ୍ତା ସମ୍ପାଦକ ସୃଜନଶ୍ରୀ ନୃସିଂହ ଚରଣ ତ୍ରିପାଠୀ ପାରମ୍ପରିକ ବୃକ୍ଷ ଯଥା ବର, ଓସ୍ତ, ଚାଖୁଣ୍ଡା, ବଉଳ ଆମ୍ବ ଆଦି ଦେଶୀୟ ବୃକ୍ଷରୋପଣ ଓ ତାର ଯତ୍ନ ସମ୍ପର୍କରେ ଆଲୋକପାତ କରିଥିଲେ । କୋଷାଧ୍ୟକ୍ଷ ସୁରେଶ ଚନ୍ଦ୍ର ପଟ୍ଟନାୟକଙ୍କ ପିତା ସ୍ୱର୍ଗତ ଦିବାକର ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଉପଲକ୍ଷେ ତାଙ୍କର ପବିତ୍ର ଆତ୍ମାର ସଦ୍‌ଗତି ନିମନ୍ତେ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ସଂଘର ବରିଷ୍ଠ ସଭ୍ୟ ତଥା ସଂଗଠନ ସମ୍ପାଦକ ବୈଷ୍ଣବ ଚରଣ ସ୍ୱାଇଁଙ୍କୁ ସଂଘ ତରଫରୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବୋର୍ଦ୍ଧିତ କରାଯାଇଥିଲା । ଉକ୍ତ ଅଧିବେଶନରେ ଶ୍ରୀନିବାସ ପରିଡା, ବିଜୟ କୁମାର ଦାସ, ଶ୍ରୀକାନ୍ତ କୁମାର ସାହୁ, କୃଷ୍ଣଚନ୍ଦ୍ର ଜେନା, ଅଜିତ କୁମାର ରାଉତ, ପ୍ରସନ୍ନ କୁମାର ସାହାଣୀ, ଗୋଲଖ ଚନ୍ଦ୍ର ବାରିକ, ଅଚ୍ୟୁତାନନ୍ଦ ସାହୁ, ପୂର୍ଣ୍ଣାନନ୍ଦ ବେହେରା, ମଦନ ମୋହନ ରାଉତ, ନେତ୍ରାନନ୍ଦ କର, ମଧୁସୂଦନ ବାରିକ, ସାଲବେଗ ନାୟକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ । ଶେଷରେ ସଞ୍ଜୟ କୁମାର ଆଚାର୍ଯ୍ୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading