କେନ୍ଦ୍ରାପଡ଼ା,୨୬ା୭:ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ସୋମବାର ଜିଲ୍ଲାର ସମସ୍ତ ବିଦ୍ୟାଳୟ ବନ୍ଦ ରହିବ ବୋଲି ଜିଲ୍ଲାପାଳ ରଘୁରାମ ଆର. ଆୟର ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶରେ ଉଲ୍ଲେଖ ରହିଛି ଯେ ବଙ୍ଗୋପସାଗରର ଉତ୍ତର ପଶ୍ଚିମରେ ଲଘୁଚାପ ଘନୀଭୂତ ହୋଇଥିବାରୁ ବିଭିନ୍ନ ସ୍ଥାନ ସମେତ କେନ୍ଦ୍ରାପଡ଼ା ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିଥିବା ବେଳେ ଆଗାମୀ କାଲି ସୋମବାର ପ୍ରବଳରେୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା […]

କେନ୍ଦ୍ରାପଡ଼ା,୨୬ା୭:ତୁଳସୀକ୍ଷେତ୍ରରେ ଶେଷ ହୋଇଛି ଘୋଷ ଯାତ୍ରା। ଘୋଷଯାତ୍ରାର ଶେଷ ଦିବସରେ ରଥ ଉପରେ ସିଦ୍ଧ ବଳଦେବଜୀଉଙ୍କ ରଘୁନାଥ ବେଶ ହୋଇଛି। ଏହାପରେ ଶ୍ରୀବଳଦେବଜୀଉ ନିଳାଦ୍ରୀ ବିଜେ କରିଛନ୍ତି। ରଥଯାତ୍ରାର ଶେଷ ଦିବସରେ ରଥାରୁଢ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଘୁନାଥ ବେଶରେ ଦର୍ଶନ କରିବା ପାଇଁ ତୁଳସୀକ୍ଷେତ୍ରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ରୂପା ଅଳଙ୍କାରରେ ସ୍ୱତନ୍ତ୍ର ଭାବେ ଶ୍ରୀବଳଦେବଜୀଉ, ଭାଇ ଶ୍ରୀଜଗନ୍ନାଥ ଓ ଭଉଣୀ ସୁଭଦ୍ରାଙ୍କୁ ସଜ୍ଜିତ କରାଯାଇଥିଲା। ଏହି ଦୁର୍ଲ୍ଲଭ […]

କେନ୍ଦ୍ରାପଡ଼ା/ମହାକାଳପଡ଼ା , ୨୫.୦୭.- ଓଡ଼ିଶା ଜୀବିକା ମିଶନ ଅନ୍ତର୍ଗତ ଆଜୀବିକା ଗ୍ରାମୀଣ ଏକ୍ସପ୍ରେସ ଯୋଜନା (AGEY) ମାଧ୍ୟମରେ ପ୍ରଥମ ପର୍ଯ୍ୟାୟରେ ଏକ ଗ୍ରାମୀଣ ପରିବହନ ଗାଡ଼ିର ଶୁଭାରମ୍ଭ ଆଜି ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ବଡ଼ି ପଞ୍ଚାୟତର ରଥଦାଣ୍ଡଠାରେ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ମହାକାଳପଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଶ୍ରୀ ଦୁର୍ଗା ପ୍ରସନ୍ନ ନାୟକ ପତାକା ଦେଖାଇ ଏହି ଗାଡ଼ିର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ମହାକାଳପଡ଼ା […]

କେନ୍ଦ୍ରାପଡ଼ା,୨୫ା୭:ପବିତ୍ର ବାହୁଡ଼ା ଯାତ୍ରା ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲା କ୍ଷତ୍ରିୟ ଖଣ୍ଡାୟତ ମହାସଂଘ ପକ୍ଷରୁ ପବିତ୍ର ରଥ ଦାଣ୍ଡରେ ଆଗନ୍ତୁକ ଭକ୍ତମାନଙ୍କ ପାଇଁ ସେବା କାର୍ଯ୍ୟ କରାଯାଇଛି। ପ୍ରସାଦ ବିତରଣ ସହିତ ପାନୀୟଜଳ ବଣ୍ଟନ କରା ଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ଆଳି ରାଜା ବ୍ରଜସୁନ୍ଦର ଦେବ ଉଦ୍ଘାଟନ କରି ଶ୍ରଦ୍ଧାଳୁମାନଙ୍କୁ ପ୍ରସାଦ ବିତରଣ କରିଥିଲେ। ତତ୍‌ସହିତ ମହାସଂଘର ସ୍ମରଣିକା ‘ଅସୀ ଓ ମସି’କୁ ଉନ୍ମୋଚନ କରିଥିଲେ। ସଂଘର ସଭାପତି ଶରତ କୁମାର […]

କେନ୍ଦ୍ରାପଡ଼ା,୨୫ା୭:କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ଦୁଇଟି ଭଜନ ବାହୁଡାଯାତ୍ରା ଅବସରରେ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ଲୋକାର୍ପିତ ହୋଇଯାଇଛି। ସଂଗୀତ ନିର୍ଦେଶକ ସତ୍ୟପ୍ରିୟ ଦାସଙ୍କ ବଳିଷ୍ଠ ସ୍ୱର ସଂଯୋଜନାରେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ରୀଚରଣ ମହାନ୍ତି ଏବଂ ଅନ୍ତରା ଚକ୍ରବର୍ତ୍ତୀଙ୍କ ସୁମଧୁର କଣ୍ଠରେ ‘ରଥରେ ବସିଛି ବଳିଆ ସାଆନ୍ତ ଓ ରଥେ ହଳଧର’ ଭଜନରେ ଗୀତିକାର ସୁବାସ ପାତ୍ର ଗୀତ ରଚନା କରିଥିବା ବେଳେ ଶରତ ପଟ୍ଟନାୟକ ପ୍ରଯୋଜନା କରିଛନ୍ତି। ଏମ.ପି. […]

କେନ୍ଦ୍ରାପଡା ୨୫/୭: ପବିତ୍ର ବାହୁଡ଼ା ଯାତ୍ରା ଉପଲକ୍ଷେ କେନ୍ଦ୍ରାପଡ଼ା ନଗର କଂଗ୍ରେସ ସଭାପତି ଦିଲ୍ଲୀପ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏକ ସେବା ଶିବିର କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବାହୁଡ଼ା ଯାତ୍ରାରେ ଯୋଗଦେଇଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ଦହିପଣା ଏବଂ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା। ଏହି ସେବା ଶିବିରକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର କୋଷାଧ୍ୟକ୍ଷ ସିଦ୍ଧାର୍ଥ ସ୍ୱରୂପ ଦାସ ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା […]

ବିଧାୟକଙ୍କ ଦୃଷ୍ଟି ଆକର୍ଷଣ ପରେ ତତ୍ପର ବିଭାଗ, କେନାଲ ଜଳ ଯୋଗାଣ, ନିର୍ମାଣଧୀନ ମେଗା ପ୍ରକଳ୍ପର ସମୀକ୍ଷା, ବ୍ୟାରେଜ୍ ନିର୍ମାଣର ଆକଳନ   ପଟ୍ଟାମୁଣ୍ଡାଇ ୨୫/୭ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ଦୀର୍ଘଦିନରୁ ଲାଗିରହିଥିବା ଜଳସେଚନ, ବନ୍ୟା ଜଳ ନିଷ୍କାସନ ଏବଂ ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ରାଜନଗର ବିଧାୟକ ଧ୍ରୁବ ସାହୁ ବିଧାନସଭାରେ ଦୃଷ୍ଟି ଆକର୍ଷଣ କରିବା ପରେ ତତ୍ପରତା ପ୍ରକାଶ ପାଇଛି। ଏହାକୁ ଗୁରୁତ୍ୱର […]

ପଟ୍ଟାମୁଣ୍ଡାଇ ୨୫/୭ -କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ ମାଳିପୁର ଗ୍ରାମସ୍ଥିତ ଗ୍ରହରାଜ ଶନିଦେବଙ୍କ ମନ୍ଦିରର ୩ୟ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ଏହି ଅବସରରେ ମନ୍ଦିର ପରିସରରେ ପ୍ରଭାତରୁ ଶନିଦେବଙ୍କ ବିଶେଷ ପୂଜାର୍ଚ୍ଚନା ସହ ରୀତିନୀତି ଅନୁଯାୟୀ ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା। ଶ୍ରଦ୍ଧାଳୁମାନଙ୍କ ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରାଙ୍ଗଣକୁ ନୟନପ୍ରୀତିକର ଆଲୋକମାଳା ଓ ପୁଷ୍ପରେ ସଜ୍ଜିତ କରାଯାଇଥିଲା। ବିଶ୍ୱଶାନ୍ତି ଓ ଗ୍ରାମର ସମୃଦ୍ଧି କାମନା […]

ପଟ୍ଟାମୁଣ୍ଡାଇ ତା ୨୫/୭ ପଟ୍ଟାମୁଣ୍ଡାଇ ଅଂଚଳରେ ଥିବା ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଲୀଳାମୟ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସୁନାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।  ପ୍ରଭୁଙ୍କ ଅପୂର୍ବ ସୁନାବେଶ ଦେଖିବାକୁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଛି ।  ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ପୋଖରୀଆପଡା ପତିତପାବନ ମନ୍ଦିର ପ୍ରଭୁ ପତିତପାବନଙ୍କ ସୁନାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପତିତପାବନ ମନ୍ଦିର ପରିଚାଳନା କମିଟି ସଭାପତି ଇଂ ପ୍ରକାଶ […]

କେନ୍ଦ୍ରାପଡ଼ା,୨୪ା୭:କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ମାଉସୀ ମା’ ଘରେ ବା ଆଡପ ମଣ୍ଡପର ଶେଷ ଅଭଡା ଆଜି ପାଇଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁମାନେ। ଆଜି ଥିଲା ଶ୍ରୀଜୀଉଙ୍କ ମାଉସୀମା ଘରେ ଶେଷ ଦିନ। ମାଉସୀମା ଘରେ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ନିକଟରେ ଲାଗିହେବା ପରେ ଭକ୍ତମାନଙ୍କୁ ମିଳିଛି ଆଡପ ମଣ୍ଡପର ଶେଷ ଅଭଡା। ଶ୍ରୀଜୀଉଙ୍କ ବଡପଣ୍ଡା ମାଧବ ଚନ୍ଦ୍ର ପତ୍ରୀଙ୍କ ତତ୍ତ୍ୱ୍ୱାବଧାନରେ ସେବାୟତ ଚୂଇଁନନା ନିତିଆନୀ ଭୋଗ ପ୍ରସ୍ତୁତ କରି […]

Breaking News