ଉପମୁଖ୍ୟମନ୍ତ୍ରୀଙ୍କ ପଟ୍ଟାମୁଣ୍ଡାଇ ବନ୍ୟାଂଚଳ ଗସ୍ତ , ବନ୍ୟା ପରିସ୍ଥିତି ସମୀକ୍ଷା ,ଚାଷୀ ଓ ବନ୍ୟା ପ୍ରପୀଡ଼ିତଙ୍କ ସହ ଆଲୋଚନା

blank
ପଟ୍ଟାମୁଣ୍ଡାଇ୪/୮ – ଲଘୁଚାପଜନିତ ଲଗାଣ ବର୍ଷା ସହ ବ୍ରାହ୍ମଣୀ କାଣୀ ନଦୀର ବନ୍ୟା ଆସି ପଟ୍ଟାମୁଣ୍ଡାଇ ବ୍ଲକର ୧୪ ପଂଚାୟତ ସମେତ ପୌରାଂଚଳର ୧୧ ଟି ଓାର୍ଡରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବନ୍ୟାରେ ହଜାର ହଜାର ଏକର ଫସଲହାନି ଘଟିବା ସହ ରାସ୍ତାଘାଟ ଧୋଇଯାଇଛି । ବନ୍ୟା ପାଣି ପଶି ବହୁ କଚା ଘର ଭାଙ୍ଗି ଯାଇ ଥିବାରୁ ଗରିବ ଶ୍ରେଣୀର ଲୋକ ମାନଙ୍କ ଘରେ ଚୁଲି ଜଳୁନି । ସ୍କୁଲ କଲେଜରେ ବନ୍ୟା ପାଣି ପଶି ଶିକ୍ଷାଦାନ ବସ୍ତୁତଃ ଠପ ହୋଇଯାଇଛି । ବନ୍ୟା ପ୍ରଭାବିତ ଅଞ୍ଛଳରେ ଶୋଚନୀୟ ସ୍ଥିତି ଉପୁଜିଥିବା ବେଳେ ମଙ୍ଗଳବାର ରାଜ୍ୟର ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ କ୍ଷେତ୍ରୀୟ ଗସ୍ତ କରି ବନ୍ୟାଂଚଳର ସ୍ଥିତି ସମୀକ୍ଷା କରିଛନ୍ତି। ବନ୍ୟା ପୀଡ଼ିତଙ୍କ ଦୁଃଖ ଦୁର୍ଦ୍ଦଶା ସମ୍ପର୍କରେ ସିଧାସଳଖ ଲୋକଙ୍କ ସହ ଆଲୋଚନା କରିବା ସହ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ଅଗ୍ରଗତି ନେଇ ପ୍ରଶାସନିକ ଅଧିକାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି।

blank
ଉପମୁଖ୍ୟମନ୍ତ୍ରୀ ଦୁଇଦିନିଆ କେନ୍ଦ୍ରାପଡା ଗସ୍ତରେ ଆସି ସୋମବାର ସରକ୍ରୀଟ ହାଉସରେ ରାତ୍ରୀ ଯାପନ କରିଥିଲେ । ମଙ୍ଗଳବାର ଉପମୁଖ୍ୟମନ୍ତ୍ରୀ ସିଂଦେଓ ପୂର୍ବାହ୍ନ ୧୦ଟାରେ ପଟ୍ଟାମୁଣ୍ଡାଇ ବ୍ଲକ ବାହ୍ୟଜଗତରୁ ବିଛିହ୍ନ ସିଂହଗାଁ ପଂଚାୟତ କୃଷ୍ଣଦଶପୁର ଗ୍ରାମରେ ପହଁଚିଥିଲେ। ସେଠାରେ ବନ୍ୟା ଜଳରେ ଯତିଗ୍ରସ୍ତ ହୋଇଥିବା ଗ୍ରାମୀଣ ରାସ୍ତା, ଜଳବନ୍ଦୀ ହୋଇ ରହିଥିବା ଘରଦ୍ୱାର ଏବଂ ବ୍ୟାପକ ଫସଲ ହାନି ନେଇ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିଥିଲେ। ଲୋକମାନେ ନିଜ ନିଜର ଦୁଃଖ କାହାଣୀ ଜଣାଇବା ସହ ଶୁଖିଲା ଖାଦ୍ୟ, ପାନୀୟ ଜଳ ଏବଂ ଗୋଖାଦ୍ୟର ଅଭାବ ରହିଥିବା ଉପମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିଗୋଚର କରିଥିଲେ। ଉପମୁଖ୍ୟମନ୍ତ୍ରୀ ସେମାନଙ୍କ ସମସ୍ୟା ଧୈର୍ଯ୍ୟର ସହ ଶୁଣିବା ସହ ତୁରନ୍ତ ସହାୟତା ପହଂଚାଇବାକୁ ପ୍ରତିଶ୍ରୁତି ଦେଇଥିଲେ।

blank
ଉପମୁଖ୍ୟମନ୍ତ୍ରୀ ଅମୃତମଣୋହୀ ନୂଆଡିଆ ଗ୍ରାମ ପରିଦର୍ଶନ କରିଥିଲେ। ଆୟୋଜିତ ପଥପ୍ରାନ୍ତ ସଭାରେ ବହୁ ସଂଖ୍ୟାରେ ବନ୍ୟା ପ୍ରଭାବିତ ଲୋକ ଏକତ୍ରିତ ହୋଇଥିଲେ। ସେଠାରେ ଲୋକେ ବନ୍ୟା ଜଳ ନିଷ୍କାସନ ପଥ ନିର୍ମାଣ, କୁଳସାହି ଆଶ୍ରମ ବିଦ୍ୟାଳୟ ଠାରୁ ଅଣ୍ଢରା ପର୍ଯ୍ୟନ୍ତ ବାହ୍ମଣୀ ନଦୀ ପାଶ୍ୱର୍ ପଥର ପ୍ୟାକିଂ, ଅଣ୍ଢରା, ନାହିଆଡିଆ, ଘାଗରାଡିଆ ଏବଂ ଜଗନ୍ନାଥପୁର ନିକଟରେ ବ୍ରାହ୍ମଣି ନଦୀରେ ଉଠାଜଳସେଚେନ ପ୍ରକଳ୍ପ କାର୍ଯ୍ୟକାରି , ତରଡିପାଟଣା ବାଲିକିରା ଅଣ୍ଢରା ଫୁଲପାଟଣା ନିକଟ କାଣୀନଦୀରେ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରି କାରିବା , ସିଂହଗାଁ ଜାତାୟାତ ପୋଲ କାର୍ଯ୍ୟ ତ୍ୱରାନିତ କରିବା, ଦାଣ୍ଡିସାହି ରୁ ବାଲିକିରା ଆରଡି ରାସ୍ତା ସହିତ କେ ପୋଲ ନିର୍ମାଣ ସହିତ ଜଗନ୍ନାଥପୁର-ନିଳକଣ୍ଠପୁର ସେତୁ କାର୍ଯ୍ୟ ତ୍ୱରାନିତ କରି ଶେଷକରିବାକୁ ଉପମୁଖ୍ୟମନ୍ତ୍ରୀ ନିବେଦନ କରିବା ସହିତ ଦାଣ୍ଡିସାହିଠାରେ ଏକ ପରିବା ମଣ୍ଡି ନର୍ମାଣ ପାଇଁ ସ୍ଥାନୀୟ ଲୋକେ ନିବେଦନ ପୂର୍ବକ ଏକ ପତ୍ର ମନ୍ତ୍ରୀ ସିଂଦେବଙ୍କୁ ପ୍ରଦାନ କରିଥିଲେ ।

blank
ପରେ ଶିଧବାଲିରେ ଉପମୁଖ୍ୟମନ୍ତ୍ରୀ ପହଁଚି ଲୋକଙ୍କ ସହ ସିଧାସଳଖ କଥା ହୋଇ ବିପଦ ସମୟରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ବନ୍ୟାପୀଡ଼ିତଙ୍କ ସହ ଅଛନ୍ତି। କୌଣସି ବି ପରିବାର ଯେପରି ସହାୟତାରୁ ବଂଚିତ ନ ହୁଅନ୍ତି, ସେଥିପାଇଁ ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଲୋକଙ୍କ ସମସ୍ୟା ଓ ଅଭିଯୋଗର ତୁରନ୍ତ ସମାଧାନ ପାଇଁ ସେ ସଙ୍ଗେ ସଙ୍ଗେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ଜିଲାପାଳ ରଘୁରାମ ଆର ଆୟର, ଉପଜିଲାପାଳ ଅରୁଣ ନାୟକ, ଅତିରିକ୍ତ ଜିଲାପାଳ ବିଡିଓ ଶୀତଳ ଅଗରଓାଲା ଓ ତହସିଲଦାର ପଂଚାନନ ନାୟକ ପ୍ରମୁଖ ବହୁ ଜିଲା ଓ ବ୍ଲକ୍ ସ୍ତରୀୟ ଅନେକ ବରିଷ୍ଠ ଅଧିକାରୀ ଏବଂ ଜନପ୍ରତିନିଧି ଉପସ୍ଥିତ ଥିଲେ। ଉପମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପଟ୍ଟାମୁଣ୍ଡାଇ ବନ୍ୟାଂଚଳର ଲୋକଙ୍କ ମଧ୍ୟରେ ଆଶା ଓ ଆଶ୍ୱାସନାର ସଂଚାର ହୋଇଛି। ଉପମୁଖ୍ୟମନ୍ତ୍ରୀ ସହିତ ମହାକାଳପଡା ବିଧାୟକ ଦୁର୍ଗାପ୍ରଶନ୍ନ ନାୟକ, କେନ୍ଦ୍ରାପଡା ଭଜପା ବିଧାୟୀକା ପାର୍ଥୀ ଗିତା ସେଠୀ, ଜିଲା ସଭାପତି ଶଂଶାଙ୍କ ଶେଖର ସେଠୀ ଓ ପୂର୍ବତନ ଜିଲା ଭାଜପା ସଭାପତି କିଶୋର ପଣ୍ଡାଙ୍କ ସମେତ ବହୁ ଭାଜପା ନେତା କାର୍ମକର୍ତା ଯୋଗ ଦେଇଥିଲେ ।

ଦାଣ୍ଡିସାହି ସ୍କୁଲରେ ଚିହିଁକି ଉଠିଲେ ଉପମୁଖ୍ୟମନ୍ତ୍ରୀ; କହିଲେ ଆମେ ୨୫ ବର୍ଷ ହେବ ନ ଥିଲୁ

blank
ରାଜ୍ୟର ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ପାଟ୍ଟାମୁଣ୍ଡାଇ ବ୍ଲକ ଧୋୟାଂଚଳ ଗସ୍ତ ସମୟରେ ଦାଣ୍ଡିସାହି ଜୟହିନ୍ଦ ସ୍କୁଲ ପରିଦର୍ଶନ କରିବାକୁ ଯାଇଥିଲେ। ସେଠାରେ ଉପସ୍ଥିତ ଶିକ୍ଷକ, ଅଭିଭାବକ ଓ ସ୍ଥାନୀୟ ବାସିନ୍ଦାମାନେ ଉପମୁଖ୍ୟମନ୍ତ୍ରୀଙ୍କୁ ସେମାନଙ୍କ ସମସ୍ୟା ଜଣାଇବା ସହ ଅଭିଯୋଗ କରିଥିଲେ ଯେ ନଦୀରେ ସାମନ୍ୟ ବନ୍ୟା ଆସିବା ମାତ୍ରେ ସ୍କୁଲ ହତା ଏବଂ ଏହି ଅଂଚଳକୁ ବନ୍ୟା ଜଳ ପ୍ରବେଶ କରୁଛି । ଯଦି ସ୍କୁଲର ହତା ଏବଂ ଏହାର ପାଶ୍ୱର୍ବର୍ତୀ ଅଂଚଳକୁ ଉଚ୍ଚତା ବୃଦ୍ଧି କରାଯାଏ, ତେବେ ବନ୍ୟା ଜଳ ଆଉ ଭିତରକୁ ପ୍ରବେଶ କରିବ ନାହିଁ ବୋଲି ଶିକ୍ଷକ ଓ ଅଭିଭାବକମାନେ କ୍ଷୋଭର ସହ କହି ଏହି ସମସ୍ୟା ନେଇ ସେମାନେ ଦୀର୍ଘ ୨୫ ବର୍ଷ ହେବ ନିରନ୍ତର ଅଭିଯୋଗ କରିଆସୁଛନ୍ତି ବୋଲି କହିଥିଲେ । ମାତ୍ର ତାହା ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ ବୋଲି ଉପମୁଖ୍ୟମନ୍ତ୍ରୀ ସିଂଦେବଙ୍କୁ ଜଣାଇଥିଲେ ।ଏହି ଦୀର୍ଘଦିନର ଅବହେଳା କାହାଣୀ ଶୁଣି ଉପମୁଖ୍ୟମନ୍ତ୍ରୀ ରାଗିଯାଇଥିଲେ। ସେ ଉତେଜିତ ହୋଇ ସ୍ପଷ୍ଟ ଭାବେ କହିଥିଲେ, ଆମେ ୨୫ ବର୍ଷ ହେବ ଶାସନରେ ନ ଥିଲୁ! ପୂର୍ବରୁ କ’ଣ ହେଉଥିଲା ସେକଥା ଆମକୁ କୁହନ୍ତୁ ନାହିଁ, ଏବେ ଆମ ସରକାର ଅଛି ଏବଂ ଏହି ସମସ୍ୟାର ସ୍ଥାୟୀ ସମାଧାନ କରାଯିବା ପାଇଁ ଚେଷ୍ଟା କରାଯିବ ବୋଲି କହିଥିଲେ । ବନ୍ୟାଗ୍ରସ୍ତ ଲୋକଙ୍କ ଏହି ସଂଗୀନ ଅଭିଯୋଗ ଶୁଣିବା ପରେ ଉପମୁଖ୍ୟମନ୍ତ୍ରୀ ପ୍ରଶାସନିକ ସିଷ୍ଟମ୍ ଏବଂ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଉପରେ କ୍ଷୁବ୍ଧ ହୋଇପଡ଼ିଥିଲେ।

Leave a Reply

Next Post

କୁମ୍ଭୀର ଆକ୍ରମଣର ଶିକାର ମହିଳାଙ୍କ ମୃତ ଦେହ ଉଦ୍ଧାର

Tue Aug 4 , 2026
ପଟ୍ଟାମୁଣ୍ଡାଇ ତା ୪/୮- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ପଂଚାୟତ ଦାମୋଦରପାଟଣା ଗ୍ରାମର ସୁଚିତ୍ରା ଦାସ (୪୬) ଗତକାଲି ସକାଳ ୫ଟା ସମୟରେ ସବୁ ଦିନ ପରି ବ୍ରାହ୍ମଣୀ ନଦୀକୁ ଶୌଚ ହେବାକୁ ଯାଇଥିଲେ । ମାତ୍ର ଦୀର୍ଘ ସମୟ ପରେ ସେ ଘରକୁ ନଫେରିବାରୁ ପରିବାର ଓ ଗ୍ରାମବାସୀ ନଦୀକୂଳରେ ଖୋଜାଖୋଜି କରି ନପାଇବାରୁ ପଟ୍ଟାମୁଣ୍ଡାଇ ଦମକଳ ବାହିନୀକୁ ଖବର ଦେଇଥିଲେ । ଏହି ଖବର ପ୍ରଚାରିତ ହେବା […]
blank

ଲୋକମତ

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading