ପଟ୍ଟାମୁଣ୍ଡାଇ ୧୦/୦୫ -ପଟ୍ଟାମୁଣ୍ଡାଇ ତାଲୁକ ଆଇନ୍ ସେବା ସମିତି ଆନୁକୂଲ୍ୟରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଶନିବାର କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷା ତଥା ସିନିଅର ସିଭିଲ ଜଜ ସୁଶ୍ରୀ ସଂଗୀତା ମଲ୍ଲିକଙ୍କ ପୌରହିତରେ ଆୟୋଜିତ ଏହି ଲୋକଅଦାଲତରେ ପ୍ରି-ଲିଟିଗେସନ ୮ ଟି ମାମଲା ଫଇସାଲା ହୋଇ ୧ ଲକ୍ଷ ୫୮ ହଜାର ୫୦୦ ଆଦାୟ ହୋଇଥିଲୋ । ସେହିପରି ପୂର୍ବ […]

ପଟ୍ଟାମୁଣ୍ଡାଇ ୧୦/୫- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଚନ୍ଦନନଗର ପଦ୍ମଲୋଚନ ବିଦ୍ୟାପୀଠର ୧୯୮୦ ବ୍ୟାଚ ଛାତ୍ରଛାତ୍ରୀଙ୍କୁ ନେଇ ଗଠିତ ଚନ୍ଦନନଗର ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଚଳିତ ମାଟ୍ରିକ ପରୀକ୍ଷାରେ ଜିଲ୍ଲା ଟପ୍ପର ଓ ଅନ୍ୟାନ୍ୟ ବିଭିନ୍ନ ସ୍କୁଲର କୃତି ପ୍ରତିଭାବାନ ଛାତ୍ରଛାତ୍ରୀ ଙ୍କୁ ମାନପତ୍ର ଓ ଉପଢୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଛି । ଚନ୍ଦନନଗର ପି ଏଲ ବିଦ୍ୟାପୀଠ ଠାରେ ବରିଷ୍ଠ ସାମ୍ବାଦିକ ଭାସ୍କର ରାଉତରାୟଙ୍କ ପୌରହିତ୍ୟରେ ଆୟୋଜିତ ସ୍ୱତନ୍ତ୍ର […]

କେନ୍ଦ୍ରାପଡା ୧୦/୫:  କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଶନିବାର କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିଦର୍ଶନ କରିବା ସହିତ କଲେଜ ଅଧ୍ୟକ୍ଷଙ୍କ ସହ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ଓ ତାହାର ନିରାକରଣ ବିଷୟରେ ଆଲୋଚନା କରିଥିଲେ। ମୁଖ୍ୟତଃ ଜମି ସମସ୍ୟା, କଲେଜର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ, କିଛି ନୂତନ ପ୍ରକଳ୍ପ ଓ ଏକ ବିଜ୍ଞାନ ରିସର୍ଚ୍ଚ ଲ୍ୟାବର ପ୍ରତିଷ୍ଠା ପାଇଁ ଆଲୋଚନା ହୋଇଥିଲା । କଲେଜର ବିଭିନ୍ନ ସମସ୍ୟା […]

କେନ୍ଦ୍ରାପଡ଼ା,୧୦ା୫: ଭାରତୀୟ ବୀର ସୈନିକମାନଙ୍କୁ ଉତ୍ସାହିତ କରିବା ପାଇଁ ଆସନ୍ତା କାଲି ମେ ୧୧ ତାରିଖ ରବିବାର ସମଗ୍ର ରାଜ୍ୟରେ ଜନଶୋଭାଯାତ୍ରା ଆୟେଜେିତ ହେବ। ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଏହି ଶୋଭାଯାତ୍ରା ସକାଳ ୮ ଟାରୁ ଆରମ୍ଭ ହୋଇ ୧୦ଟା ମଧ୍ୟରେ ଶେଷ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଭାସି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ରାଜ୍ୟସ୍ତରୀୟ ଶୋଭାଯାତ୍ରାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭ ଉଦ୍‌ଘାଟନ […]

ନୂଆଦିଲ୍ଲୀ ୧୦/୫- ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ସଂଘର୍ଷର ଅବସାନ ପାଇଁ ଆଶା ସୃଷ୍ଟି ହୋଇଛି । ଆମେରିକାର ମଧ୍ୟସ୍ଥତାରେ ଏହି ଯୁଦ୍ଧ ବିରତି ପାଇଁ ଉଭୟ ପକ୍ଷ ରାଜି ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ୍ସରେ ସୂଚନା ଦେଇଛନ୍ତି । ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଉଭୟ ଦେଶ ଶାନ୍ତି ପାଇଁ ସହମତ ହୋଇଛନ୍ତି। ଆମେ ଉଭୟଙ୍କୁ ବୁଝାଇବାକୁ ଚେଷ୍ଟା କଲୁ, ଏବଂ ଆମେ ଏଥିରେ ସଫଳ […]

କେନ୍ଦ୍ରାପଡା ୧୦/୫- ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲା ପହଲଗାମରେ ଗତମାସ ୨୨ରେ ପାକିସ୍ତାନ ଦ୍ୱାରା କରାଯାଇଥିବା ବର୍ବର ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତେଜନା ବୃଦ୍ଧି ପାଇଛି। ଏହି ପରିପ୍ରେକ୍ଷୀରେ ଦେଶ ସାରା ସମ୍ବେଦନଶୀଳ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି। ହେଲେ ଶୁକ୍ରବାର ଅପରାହ୍ନରେ ବଙ୍ଗୋପସାଗର କୂଳରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ସୁନିତି ଗୋଚ୍ଛାୟତପଡ଼ାର ମତ୍ସ୍ୟଜୀବୀ ଶ୍ରୀମନ୍ତ ଗୋଚ୍ଛାୟତ(୪୦) ସମୁଦ୍ରରେ ଜାଲ […]

କେନ୍ଦ୍ରାପଡ଼ା,୯ା୫:କେନ୍ଦ୍ରାପଡ଼ା ଟାଉନଥାନା ଅଧିନ କ୍ୟୁରେସୀ ମହଲାରେ ଗୁରୁବାର ବିଳମ୍ବିତ ରାତିରେ ବିପୁଳ ପରିମାଣର ଗୁଳି ଓ ବନ୍ଧୁକ ଥିବା ସୂଚନା ମିଳିିବା ପରେ ଟାଉନ ଥାନା ପୋଲିସର ପକ୍ଷରୁ ଚଢାଉ କରାଯାଇଥିଲା। ଶୁକବାର ମଧ୍ୟ ସେହି ସେହି ଚଢାଉ ଜାରି ରହିଥିବା ପୋଲିସ କହିଛି। ଏହି ବନ୍ଧୁକ ଓ ଗୁଳି ରଖିଥିବା ଯୁବକଙ୍କୁ  ସନ୍ଦେହ କରାଯାଉଥିବା ବେଳେ ପୋଲିସ ଏ ଦିଗରେ କିଛି ସ୍ପଷ୍ଟ ସୂଚନା ଦେଇନାହିଁ। ସଂପୃକ୍ତ ଯୁବକ […]

କେନ୍ଦ୍ରାପଡା ୯/୫- ସାମ୍ପ୍ରତିକ ସମୟରେ ବହୁଧା ଚାପଗ୍ରସ୍ତ ମଣିଷ ଖୁବ୍ କମ୍ ହସିବାର ଅବକାଶ ପାଇଥାଏ। ମୁଖ୍ୟସ୍ରୋତର ସାହିତ୍ୟ ଉତ୍ସବରେ ହାସ୍ୟ ବିଭଟିକୁ ପ୍ରାୟତଃ ଅଣଦେଖା କରାଯାଇଥାଏ। କର୍ମବ୍ୟସ୍ତ ମଣିଷ ପାଇଁ ହାସ୍ୟରସର ଆବଶ୍ୟକତା ସୂଚାଇବାକୁ ଯାଇ ପ୍ରତିଷ୍ଠିତ ସାରସ୍ୱତ, କଳା ଓ ସାଂସ୍କୃତିକ ଅନୁଷ୍ଠାନ କେମ୍ ଓ ସିମ୍ଫୋନି ପକ୍ଷରୁ ଏକ ଅଭିନବ ହାସ୍ୟ ସୃଜନ କାର୍ଯ୍ୟକ୍ରମ “ଚୁଟକୁଳିଆ ସଞ୍ଜ’ ଅନୁଷ୍ଠିତ ହୋଇଯାଇଛି। ବ୍ୟଙ୍ଗ କବିତା, ଗଳ୍ପ, ସଙ୍ଗୀତ […]

ପଟ୍ଟାମୁଣ୍ଡାଇ ୯/୫ – ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲା ପହଲଗାମରେ ଗତମାସ ୨୨ରେ ପାକିସ୍ତାନ ଦ୍ୱାରା କରାଯାଇଥିବା ବର୍ବର ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ। ଅପରେଶନ ‘ସିନ୍ଦୂର’ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତେଜନା ବୃଦ୍ଧି ପାଇଛି। ଏହାରି ମଧ୍ୟରେ ଭାରତ ସରକାର ଦେଶର ଜନତାଙ୍କୁ ଜାଗ୍ରତ କରିବା ନେଇ ୨୪୪ ଜିଲାରେ ଯୁଦ୍ଧ ପ୍ରସ୍ତୁତି ପାଇଁ ମକ୍ ଡ୍ରିଲ୍ କରାଇଥିବା ବେଳେ ଓଡିଶାର ୧୨ ଜିଲା […]

କେନ୍ଦ୍ରାପଡ଼ା,୯ା୫: କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଚକ୍ରୋଡ଼ା ପଞ୍ଚାୟତରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସରପଞ୍ଚ ତନୁଜା ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଡ଼ିଓ ଅଭିଷେକ ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇ ବରିଷ୍ଠ ନାଗରିକ, ପଞ୍ଚାୟତସ୍ତରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ଓ ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସରପଞ୍ଚ ତନୁଜା ନାୟକଙ୍କୁ ପ୍ରଶଂସା କରିବା ସହ ବିନା ସରକାରୀ ସହାୟତାରେ ଏହିପରି ସମ୍ବର୍ଦ୍ଧନା ପର୍ବ ପଞ୍ଚାୟତ ପକ୍ଷରୁ […]

Breaking News