ଭିନ୍ନକ୍ଷମ ଶିଶୁଙ୍କୁ ପ୍ରୋଷ୍ଟେଟିକ୍ ଉପକରଣ ପ୍ରଦାନ

blank
କେନ୍ଦ୍ରାପଡ଼ା,୧୩ା୬: ପୁନର୍ବାସ ଥେରାପି କେନ୍ଦ୍ରରେ ଭିନ୍ନକ୍ଷମଙ୍କ ପାଇଁ କାର୍ଯ୍ୟରତ ଅନୁଷ୍ଠାନ “ପୁନର୍ବାସ” ପକ୍ଷରୁ “ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ” ସହାୟତାରେ ଭିନ୍ନକ୍ଷମ ଶିଶୁଙ୍କ ପ୍ରୋଷ୍ଟେଟିକ୍ ଉପକରଣ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚଳିତ ମାସ ପହିଲାରେ ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠିତ ୧୦ ଜଣ ଶିଶୁଙ୍କ ପ୍ରୋଷ୍ଟେଟିକ୍ ମାପ ନିର୍ଦ୍ଧାରଣ କରାଯାଇଥିଲା। ସେହି ଅନୁଯାୟୀ ଗୁରୁବାର ପୁନର୍ବାସ ଥେରାପି କେନ୍ଦ୍ରରେ ପ୍ରଥମ ପର୍ଯ୍ୟାୟର ପ୍ରସ୍ତୁତ ପ୍ରୋଷ୍ଟେଟିକ୍ ଉପକରଣ ପ୍ରଦାନ କରାଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବର୍ଷୀୟାନ ସୁନାମଧନ୍ୟ ଚିକିତ୍ସକ ଡାକ୍ତର ବିଶ୍ୱପ୍ରକାଶ କାନୁନ୍‌ଗୋ, କେନ୍ଦ୍ରାପଡ଼ା ଅର୍ବାନ କୋପରେଟିଭ ବ୍ୟାଙ୍କର ସଭାପତି ଗୁରୁପ୍ରସାଦ ମହାନ୍ତି, କେନ୍ଦ୍ରାପଡ଼ା ପୌର ସଂସ୍ଥା ନିର୍ବାହୀ ଅଧିକାରୀ ଅଜିତ୍ ନାରାୟଣ ପ୍ରସାଦ ଗିରି ଏବଂ “ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ”ର ସଦସ୍ୟ ଭୁବନ ମୋହନ ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଭିନ୍ନକ୍ଷମ ଶିଶୁଙ୍କ ପିତାମାତାଙ୍କ ସହ ଭାବ ବିନିମୟ କରି ସେମାନଙ୍କୁ ନିଜର ସ୍ୱତନ୍ତ୍ର ସନ୍ତାନ ପ୍ରତି ସର୍ବଦା ସକାରାତ୍ମକ ଦୃଷ୍ଟି ଆପଣାଇବାକୁ ପରାମର୍ଶ ଦେଇଥିଲେ। ପ୍ରୋଷ୍ଟେଟିକ୍ ଉପକରଣ ପ୍ରସ୍ତୁତକାରୀ ସଂସ୍ଥା ଭୁବନେଶ୍ୱର ଏସ୍‌ଏମ୍‌ଜି ଫାଉଣ୍ଡେସନର ବରିଷ୍ଠ ଥେରାପିଷ୍ଟ ଗିରିଜାକାନ୍ତ ଖୁଣ୍ଟିଆ ଓ ଗୀତାଞ୍ଜଳି ବେହେରା ଉପସ୍ଥିତ ଭିନ୍ନକ୍ଷମ ଶିଶୁଙ୍କୁ ଏହି ଉପକରଣର ବଣ୍ଟନ ଏବଂ ବ୍ୟବହାର ଉପଯୋଗିତା ସମ୍ପର୍କରେ ବୁଝାଇଦେଇଥିଲେ। ଅନୁଷ୍ଠାନ ପକ୍ଷରୁ ମୁଖ୍ୟ ଉପଦେଷ୍ଟା ବିରଜା ରାଉତରାୟ କାର୍ଯ୍ୟକ୍ରମ ସଂଚାଳନ କରିବା ସହ ସହଯୋଗୀ ଟ୍ରଷ୍ଟର ମୁଖ୍ୟ ଆମେରିକା ଆଲାସ୍କା ବିଶ୍ୱବିଦ୍ୟାଳୟର ପ୍ରଫେସର ଦେବେନ୍ଦ୍ର କୁମାର ଦାସଙ୍କୁ ଏହି ସହାୟତା ନିମନ୍ତେ କୃତଜ୍ଞତା ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭ୍ୟ ଜ୍ୟୋତିରଞ୍ଜନ ନାୟକ, ମହମ୍ମଦ ଜାହିଦ୍ ଖାନ୍ ଏବଂ ଥେରାପିଷ୍ଟ ଗୁଞ୍ଜନସ୍ମିତା ବେହେରା, ରଞ୍ଜନ କୁମାର ସ୍ୱାଇଁ, ମିହିର ରଞ୍ଜନ ବାରିକ, କାଉନ୍ ସେଲର ସଂଜୀବ କୁମାର ଜେନା, ଗାୟତ୍ରୀ ପୃଷ୍ଟି ଓ ଦୀପକ ସାହୁ ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ। ପରିଶେଷରେ ସହ ସମ୍ପାଦକ ବଂଶୀଧର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Next Post

ଦୁର୍ଘଟଣାରେ ମୃତ ସରପଞ୍ଚଙ୍କ ପରିବାରକୁ ଭେଟିଲେ ବିଧାୟକ

Fri Jun 13 , 2025
ପଟ୍ଟାମୁଣ୍ଡାଇ ତା ୧୩/୬- ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପଟ୍ଟାମୁଣ୍ଡାଇ ବ୍ଲକ ନୀଳକଣ୍ଠପୁର ସରପଞ୍ଚ ଜ୍ଞାନ ରଞ୍ଜନ ଖଣ୍ଡାୟୀଙ୍କ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ରାଜନଗର ବିଧାୟକ ଧ୍ରୁବ ସାହୁ ।  ବିଧାୟକ ଶ୍ରୀସାହୁଙ୍କ ସହିତ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ସରପଞ୍ଚ ସଂଘ ସଭାପତି ଲଷ୍ମୀପ୍ରିୟା ଷଢଙ୍ଗୀ,ବଡ଼ ମୂଳବସନ୍ତ ସରପଞ୍ଚ ସନ୍ତୋଷ ସେଠୀ, ଶାସନ ସଂଗ୍ରାମ ବାରିକ,ବାଛରା ସରପଞ୍ଚ ପ୍ରତିନିଧି […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading