ଅନ୍ଧାର କରି ଖାଇଗଲେ ଆଲୁଅ ଟଙ୍କା : ପ୍ରଶାସନର ନାହିଁ ନିଘା

ଜଳୁନି ଷ୍ଟ୍ରିଟ୍ ଲାଇଟ୍ ବଢ଼ୁଛି ଅସନ୍ତୋଷ,ଚୋରି ହୋଇଗଲାଣି ଲାଇଟ

 

blank
ପଟ୍ଟାମୁଣ୍ଡାଇ ୨୦/୫  – ଅନ୍ଧକାରରୁ ମୁକ୍ତି ପାଇଁ ଗାଁଗାଁରେ ଲାଗିଥିଲା ଷ୍ଟ୍ରିଟ ଲାଇଟ୍‌। ମାତ୍ର କିଛି ଦିନ ଜଳିବା ପରେ ତାହା ବନ୍ଦ ହୋଇଯାଉଥିବା ବେଳେ ଅନେକ ଚୋରି ହୋଇଯାଇଛି। ଏଭଳି ଘଟଣା ପଟ୍ଟାମୁଣ୍ଡାଇ ବ୍ଲକର ଅନେକ ପଂଚାୟତରେ ଦେଖିବାକୁ ମିଳିଛି। ଅନେକ ଗାଁରେ ଆଉ ଜଳୁନି ଷ୍ଟ୍ରିଟ୍ ଲାଇଟ। ଗାଁରେ ବିଦ୍ୟୁତୀକରଣ ପାଇଁ ସରକାରଙ୍କ ପକ୍ଷରୁ ବିପୁଳ ଅର୍ଥ ଖର୍ଚ୍ଚ ହେଉଥିବାବେଳେ ଯୋଜନା ସମ୍ପୂର୍ଣ୍ଣ ସଫଳ ହୋଇ ନ ଥିବା ଏହା ପ୍ରମାଣିତ କରୁଛି। ଯାହାକୁ ନେଇ ସାଧାରଣରେ ମତପ୍ରକାଶ ପାଇଛି ।
ବୁଦ୍ଧିଜୀବୀ ଅଜୟ ନାୟକ କୁହନ୍ତି ରାଜ୍ୟ ସରକାର ଗାଁ ଗହଳିଠାରୁ ଆରମ୍ଭ କରି ଛକବଜାର ସବୁ ସ୍ଥାନରେ ଆଲୋକୀକରଣ ନିମନ୍ତେ ୨୦୨୧-୨୨ରେ ଷ୍ଟ୍ରିଟ ଲାଇଟର ବ୍ୟବସ୍ଥା କରିଥିଲେ । ଏହି ଅବସରରେ ପଟ୍ଟାମୁଣ୍ଡାଇ ବ୍ଲକ ପ୍ରଶାସନ ପକ୍ଷରୁ ପଂଚାୟତ ଓାରି ଆଲୋକୀକରଣ ନିମନ୍ତେ ଷ୍ଟ୍ରିଟ ଲାଇଟ ଲଗାଯାଇ ଗ୍ରାମଗୁଡିକ ଆଲୋକିତ କରାଯାଇଥିଲା। ସେଥି ମଧ୍ୟରୁ ଖଡିଅଂଟା ପଂଚାୟତରେ ମଧ୍ୟ ସୋଲାର ଷ୍ଟିଟଲାଇଟ ଲଗାଯାଇଥିଲା । ଖଡିଅଂଟା-ଆମ୍ବେର, ସିମିଳିଆ, ନଳଢଳିଆ, ଖଡିଅଂଟା ପୋଲ ରୁ ଓସଙ୍ଗରା ବନ୍ଧ ଓ ବାଇପଦା ଜିଗରଣ ପ୍ରଭୁତି ଗ୍ରାମରେ ସୋଲାର ଷ୍ର୍‌ିଟଲାଇଟ ଲଗାଯାଇଥିଲା ।ଏଥିନିମନ୍ତେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଥିଲା । ମାତ୍ର ଗତ କିଛିଦିନ ହେବ ଲାଗିଥିବା ଷ୍ଟ୍ରିଟ ଲାଇଟ ଜଳୁନାହିଁ। ଅନେକ ସୋଲାର ଲାଇଟ ସିଷ୍ଟମ ଚୋରି ହୋଇଗଲାଣି । ଫଳରେ ଏହିସବୁ ସ୍ଥାନ ସମ୍ପୂର୍ଣ୍ଣ ଭାବେ ଅନ୍ଧାର ରହିଛି। ସାଧାରଣ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ସମାଜସେବୀ ଚିତ ମଲିକ କୁହନ୍ତି ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଧୋୟାଂଚଳର ଅମୃତମଣୋହିଁ, ବଲୁରିଆ, ଅଣ୍ଢରା ଓ ସିଂହଗାଁ, ଅଳପୁଆ,ପେଣ୍ଠପାଳ, ତରଡିପାଳ ପଂଚାୟତର ବିଭିନ୍ନ ଗ୍ରାମରେ ଗତ କିଛି ମାସ ପୂର୍ବେ ଷ୍ଟ୍ରିଟଲାଇଟ ଲାଗିଥିଲା । ମାତ୍ର ଏବେ ସେସବୁ ବ୍ୟାପକ ଭାବେ ଚୋରି ହେଇଯାଇଥିବା ଅଭିଯୋଗ ହୋଇଛି । ଗତ ଶନିବାର ସନ୍ଧ୍ୟାରେ ଅମୃତମଣୋହିଁ ଶାନ୍ତିପଡ଼ାରରେ ଥିବା ଷ୍ଟ୍ରିଟ ଲାଇଟ ଦୁବୃତମାନେ ଖୋଲି ନେଇଯାଇଛନ୍ତି । ଏନେଇ ଗ୍ରାମବାସୀ ଚଉଦକୁଲାଟ ଫାଣ୍ଡିରେ ଅବଗତ କରିଛନ୍ତି । ସେହିପରି ନାହିଆଡିଆ ବ୍ରାହ୍ମଣୀ ସେତୁକୁ ଆଲୋକିକରଣ ପାଇଁ ସରକାରୀ ଅନୁଦାନରେ ସୌରଚାଳିତ ଷ୍ଟ୍ରିଟ ଲାଇଟ ଲଗାଯାଇଥିଲା । ବର୍ତମାନ ସେଠାରେ ଗୋଟିଏ ବି ଷ୍ଟିଟଲାଇଟ ନାହିଁ । ସେହିପରି ବଡପଡା, ମୋହନପୁର, ଡାମରପୁର, ଶାସନ, ଅରଡପଲ୍ଲୀ, ସାନଜରିଆ, ଓଉପଦା,ଚନ୍ଦନନଗର, ନରସିଂହପୁର, ଡିଆପଡା ଭଳି ଅନେକ ପଂଚାୟତର ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି ।
ପ୍ରବୀର ନାୟକ କୁହନ୍ତି ୨୦୨୨ରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମୀଣ ବିକଶ ଯୋଜନାରେ ଆଲୋକକରଣରେ ଗ୍ରାମ ପଂଚାୟତ ଗୁଡିକୁ ସ୍ୱତନ୍ତ୍ର ଅନୁଦାନ ଦେଇଥିଲେ । ସେତେବେଳର ପଂଚାୟତ ଅଧିକାରୀଙ୍କ ଲାଭଖୋର ମନୋବୃର୍ତି ପାଇଁ ଅନୁଦାନର ସିଂହଭାଗ ଅର୍ଥ ବାଟମାରଣା ହୋଇ ଯାଇଥିବା ବେଳେ ନିମ୍ମମାନର ଲାଇଟ ଲଗାଯାଇଥଲା । ଫଳରେ ସେଗୁଡିକ ଅଳ୍ପଦିନରେ ଅଚଳ ହୋଇ ପଡିଥିବା ହେତୁ ବିଭିନ୍ନ ସମୟରେ ଅସାମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ ବୃଦ୍ଧି ସହ ଦୁର୍ଘଟଣା ଘଟୁଛି । ଏଥି ପ୍ରତି ଗ୍ରାମ ପଂଚାୟତ କି ବ୍ଲକ ଆଦୌ କର୍ଣ୍ଣପାତ କରୁନଥିବା ଜଣାଯାଇଛି। କେନ୍ଦ୍ର ଓ ରାଜ୍ୟ ଆୟୋଗରୁ ଆସୁଥିବା ଅର୍ଥର ଦରୁପଯୋଗ ହେତୁ ଏହି ସମସ୍ୟା ଲାଗି ରହିଥିଲେ ହେଁ ପଂଚାୟତ ଗୁଡିକ ଲଗାମହୀନଭାବେ କାର୍ଯ୍ୟକୁ ଜିଲା କିମ୍ବା ବ୍ଳକ ସ୍ତରରେ ନିୟନ୍ତ୍ରଣ କରାଯାଇ ପାରୁନି ।ଏନେଇ ପିଡି ଅଜାମ୍ବର ମହାନ୍ତିଙ୍କୁ ପଚାରିବାରେ

Next Post

ରଜ ମହୋତ୍ସବ-୨୦୨୫ ପାଇଁ କେନ୍ଦ୍ରାପଡାରେ ପ୍ରସ୍ତୁତି ବୈଠକ

Sun May 25 , 2025
କେନ୍ଦ୍ରାପଡ଼ା,୨୫ା୫: ଭାରତୀୟ ସଂସ୍କୃତିରେ ପର୍ବପର୍ବାଣୀଗୁଡିକ ଆମ ଜୀବନ ସହିତ ଅଙ୍ଗାଅଙ୍ଗୀ ଭାବେ ଜଡିତ । ସାମାଜିକ ଜୀବନକୁ ସରସ ସୁନ୍ଦର କରିବା ପାଇଁ ସାଧାରଣତଃ ପର୍ବଗୁଡିକ ପାଳନ କରାଯାଏ । ଓଡିଶାରେ ପାଳନ କରାଯାଉଥିବା ପର୍ବ ଗୁଡିକ ମଧ୍ୟରୁ ଏକ କୃଷିଭିତ୍ତିକ ମହାନ୍ ପର୍ବ ଅଟେ ରଜ ଯାହା ଝିଅ, ବୋହୂମାନଙ୍କର ଏକ ପ୍ରଧାନ ପର୍ବ ଅଟେ । ପ୍ରତିବର୍ଷ ଭଳି ଚଳିତ ବର୍ଷ କିପରି ଶାନ୍ତିଶୃଙ୍ଖଳା ସହିତ ଏହି […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading