ପଟ୍ଟାମୁଣ୍ଡାଇ ୮/୫ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ସହରରେ ଖାଦ୍ୟ ସୁରକ୍ଷା ଅଧିକାରୀ ଏବଂ ପୌରପାଳିକା କର୍ତୃପକ୍ଷଙ୍କ ଦ୍ୱାରା ହୋଟେଲ ଓ ଖାଦ୍ୟ ଦୋକାନ ଉପରେ ଚଢ଼ାଉ କରାଯାଇଛି । ବିଭିନ୍ନ ଭୋଜନାଳୟ ଏବଂ ବ୍ୟବସାୟିକ ପ୍ରତିଷ୍ଠାନରେ ଖାଦ୍ୟର ଗୁଣବତା ଯାଂଚ କରାଯିବା ସହ ବାସୀ ଖାଦ୍ୟ ନଷ୍ଟ କରିଦିଆଯାଇଛି । ଏକକ ବ୍ୟବହୃତ ପଲିଥିନ ଏବଂ ପ୍ଲାଷ୍ଟିକ ଜବତ କରାଯାଇ ଜରିମାନା ବାବଦରେ ୩୦ହଜାର ୫୦୦ଟଙ୍କା ଆଦାୟ କରାଯାଇଛି । […]

ପଟ୍ଟାମୁଣ୍ଡାଇ ତା ୮/୫- ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ତରଡ଼ିପାଳ ଗ୍ରାମର ପ୍ରଶାନ୍ତ ମହାନ୍ତି ସୁଦୂର ହାଇଦ୍ରାବାଦରେ କାମ କରନ୍ତି ।  ସପରିବାର ସହ ପ୍ରଶାନ୍ତ ହାଇଦ୍ରା ବାଦରେ ରହୁଥିଲେ ।  ତାଙ୍କ ପତ୍ନୀ ଗର୍ଭବତୀ ଥିଲେ ।  ତେବେ ହାଇଦ୍ରାବାଦରେ ଥିବା ସମୟରେ ନିକଟରେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି ।  ତେବେ ମୃତ ପ୍ରଶାନ୍ତଙ୍କ ମର ଶରୀର ନିଜ ଗାଁ ତରଡ଼ିପାଳ ରେ ପହଂଚିବା […]

କେନ୍ଦ୍ରାପଡା୮/୫: ଦିବଂଗତ ଗବେଷକ ନିରଞ୍ଜନ ମେକାପଙ୍କ ଦ୍ୱାଦଶହ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ତାଙ୍କ ବାସଭବନ ମଧ୍ୟଖଣ୍ଡି ଇଚ୍ଛାପୁର ଠାରେ ସଭାପତି କବି କରୁଣାକର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାଟିକୁ ସଂଚାଳନ କରିଥିଲେ ଶୈଳଜା ଶଙ୍କର ସାମଲ ଓ ମନୋରଞ୍ଜନ ତ୍ରିପାଠୀ ଏହି ସଭାରେ ପ୍ରାଧ୍ୟାପକ ଅଜୟ ସାମଲ, ଆଦିକନ୍ଦ ରାଉଳ, ମୁକ୍ତାର ଖାନ୍‌, ରମେଶ ଚନ୍ଦ୍ର ସାହୁ, ଅବଧୂତ ରାଉତ, ଅଲେଖ ପଟ୍ଟନାୟକ, ବାପିନ […]

ପଟ୍ଟାମୁଣ୍ଡାଇ ୮/୫ -ୟୁନିସେଫ୍ ସହଯୋଗରେ ଓଡ଼ିଶା ପୋଲିସ ପକ୍ଷରୁ ଶୁକ୍ରବାର ଅପରାହ୍ନରେ ଭିସି ମାଧ୍ୟମରେ ପଟ୍ଟାମୁଣ୍ଡାଇ ଗ୍ରାମଂଚଳ ଓ ଆଦର୍ଶ ଥାନାରେ ‘ଜୁଭେନଟିକା–ଡିଜିଟାଲ୍ ଅଧିକାର ଏବଂ ଶିଶୁଙ୍କ ସୁରକ୍ଷା’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଡିଜିଟାଲ୍ ଦୁନିଆରେ ମହିଳା ଓ ଶିଶୁମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ଆହ୍ୱାନ ଓ ସମ୍ଭାବନା ବିଷୟରେ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ପ୍ରଶାସକ, ବରିଷ୍ଠ ପୋଲିସ ଅଧିକାରୀ, […]

କେନ୍ଦ୍ରାପଡ଼ା,୮ା୫:କେନ୍ଦ୍ରାପଡ଼ା ଜିଲାରେ କାର୍ଯ୍ୟ କରି ଅବସର ନେଇଥିବା ପ୍ରାଥମିକ ଶିକ୍ଷକମାନଙ୍କ ବେତନରୁ ଭବିଷ୍ୟନିଧି ପାଣ୍ଠି ପାଇଁ ଯେଉଁ ଅର୍ଥ କଟା ଯାଇଥିଲା ତାହା ୨୨ ବର୍ଷ ପରେ ମଧ୍ୟ ସେମାନଙ୍କୁ ମିଳିନ ଥିବାରୁ ଶୁକ୍ରବାର ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସେବା ନିବୃତ୍ତ ଶିକ୍ଷକମାନେ ଧାରଣା ଦେଇଛନ୍ତି। ଏହି ଅବସରରେ ଶିକ୍ଷକ ନେତା କାଶୀନାଥ ରାଉତରାୟ କହିଲେ ବକେୟା ବାବଦକୁ ୧୫୦ରୁ ଅଧିକ ଶିକ୍ଷକ ୫୦ ଲକ୍ଷ ଟଙ୍କା ପାଇବେ। […]

. କେନ୍ଦ୍ରାପଡା, ୮-୫: ଓଡିଶା ପୋଲିସ ପକ୍ଷରୁ ୟୁନିସେଫର ସହଯୋଗରେ ରାଜ୍ୟର ସମସ୍ତ ଥାନାରେ “JUVENTICA – CWPO Outreach with Adolescents” ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବାବେଳେ କେନ୍ଦ୍ରାପଡା ଜିଲ୍ଲାରେ ମଧ୍ୟ ଏହି କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଶିଶୁ ଓ କିଶୋର କିଶୋରୀମାନଙ୍କ ସୁରକ୍ଷା, ସଚେତନତା ଓ ସଶକ୍ତିକରଣକୁ ଲକ୍ଷ୍ୟ କରି କେନ୍ଦ୍ରାପଡା ପୁଲିସର CAW & CW Wing ପକ୍ଷରୁ ଏହି ଅଭିଯାନ ଆରମ୍ଭ […]

କେନ୍ଦ୍ରାପଡ଼ା,୮ା୫:ୟୁନିସେଫ୍ ସହଯୋଗରେ ଓଡ଼ିଶା ପୋଲିସ ମିଳିତ ଆନୁକୂଲ୍ୟରେ କେନ୍ଦ୍ରାପଡା ସଦରଥାନାରେ କିଶୋରୀମାନଙ୍କ ସୁରକ୍ଷା ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ “ଯୁଭେଣ୍ଟିକା”ଅନୁଷ୍ଠିତ ହୋଇଯାଇଛି । ସଦରଥାନା ଆଇଆଇସି ପଦ୍ମାଳୟା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ବ୍ଲକ ଶିଶୁ ବିକାଶ ଯୋଜନା ଅଧିକାରୀ ସୁଜାତା ତ୍ରିପାଠୀ ଅତିଥି ଭାବେ ଯୋଗଦେଇ ଉପସ୍ଥିତ କିଶୋରୀମାନଙ୍କୁ କହିଲେ ପୋଲିସକୁ ଭୟ ନକରି ଆବଶ୍ୟକ ସମୟରେ ନିଜର ସୁରକ୍ଷା ନିମନ୍ତେ ପୋଲିସର ସହାୟତା ନେବାକୁ […]

କେନ୍ଦ୍ରାପଡ଼ା,୮ା୫:କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ ଓ ଚକବନ୍ଦୀ ଅତିରିକ୍ତ କମିଶନରଙ୍କ ବ୍ୟବହାରକୁ କେନ୍ଦ୍ରାପଡ଼ା ଜିଲ୍ଲା ଓକିଲ ସଂଘ ନିନ୍ଦା କରିଛି। ଏହି ଦୁଇ ପ୍ରଶାସନିକ ଅଧିକାରୀ ନ୍ୟାୟିକ ବ୍ୟବସ୍ଥାକୁ ସଠିକ ଭାବେ ପାଳନ କରୁନାହାଁନ୍ତି। ଏଥିସହ ପେଶାଦାର ସମ୍ମାନ ପ୍ରଦାନ କରିବା ମଧ୍ୟ ଜାଣି ନାହାଁନ୍ତି। ଉପଜିଲ୍ଲାପାଳଙ୍କ କୋର୍ଟ ଓ ଚକବନ୍ଦୀ ଅତିରିକ୍ତ କମିଶନରଙ୍କ କୋର୍ଟରେ ଯେତେବେଳେ କୌଣସି ମାମଲା ରହୁଛି ଆଇନ୍‌ଜୀବୀମାନଙ୍କୁ ଯଥେଷ୍ଟ ସମ୍ମାନ ଦିଆଯାଉନାହିଁ। ଏହାସହ ମକଦ୍ଦମା ପରିଚାଳନା ଠିକ […]

କେନ୍ଦ୍ରାପଡ଼ା,୬/୪:ରାଜ୍ୟ ସରକାରଙ୍କ ଟେଣ୍ଡର ପ୍ରକ୍ରିୟାକୁ ରାଜ୍ୟର ଠିକାଦାର ମହାସଙ୍ଘ ବିରୋଧ କରୁଥିବା ବେଳେ ଜୀବନ ଜୀବିକା ହରାଇବାକୁ ଯାଉଥିବା କେନ୍ଦ୍ରାପଡା ଜିଲ୍ଲାର ଠିକାଦାରମାନେ ଏହାକୁ ତୀବ୍ର ବିରୋଧ କରିଛନ୍ତି । କମ ମୂଲ୍ୟ ଟେଣ୍ଡରରେ କୌଣସି ଠିକାଦାରଙ୍କୁ କାର୍ଯ୍ୟ କରାଇନଦେବା ପାଇଁ ଆଜି କେନ୍ଦ୍ରାପଡା ସହରର ମାଧପୁରସ୍ଥିତ ଅମରଉଦ୍ୟାନରେ ଅନୁଷ୍ଠିତ କେନ୍ଦ୍ରାପଡା ଜିଲ୍ଲା କଣ୍ଟ୍ରାକ୍ଟର ଫେଡେରେସନର ସାଧାରଣ ଅଧିବେଶନରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟରେ ଟେଣ୍ଡର ପକାଇବାକୁ […]

ପଟ୍ଟାମୁଣ୍ଡାଇ ବିଜେଡିର ନାରୀ ଅଧିକାର ଅଭିଯାନ ସମାବେଶ ପଟ୍ଟାମୁଣ୍ଡାଇ.୬/୫ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅରଡପଲ୍ଲୀ ଯଜ୍ଞ ପଡିଆ ଠାରେ ଭାଜପା ସରକାରର ମହିଳା ବିରୋଧୀ ନୀତି ବିରୁଦ୍ଧରେ ବିଜେଡି ପକ୍ଷରୁ ନାରୀ ଅଧିକାର ଅଭିଯାନ ସମାବେଶ ଅନୁଷ୍ଠିତ ହୋଇଛି । ଏହି ସମାବେଶରେ ବିଜେଡି ମହିଳା ନେତ୍ରୀଙ୍କ ସମେତ ବିଧାୟକ ଓ ନେତାମାନେ ଯୋଗ ଦେଇ ଭାଜପା ସରକାର ସୀମା ପୁନଃ ନିର୍ଦ୍ଧାରଣ ନାମରେ ଭାଜପା ମହିଳା ସଂରକ୍ଷଣ […]

Breaking News