
କେନ୍ଦ୍ରାପଡା,୧୨ା୫: ତୁଳସୀ କ୍ଷେତ୍ରାଧିଶ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ଗୁପ୍ତକ୍ଷେତ୍ର ସଖିବଟ ପରିସରରେ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ଏବଂ ରେଡ଼ିଓ ଭାବଗ୍ରାହୀର ମିଳିତ ଆନୁକୂଲ୍ୟରେ ଭକ୍ତି ସଙ୍ଗୀତ ଆଲବମ୍ ‘ସଖିବଟ’ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ସିଦ୍ଧ ବଳଦେବଜୀଉଙ୍କୁ ସମର୍ପଣ କରାଯିବା ପରେ ଲୋକାର୍ପିତ ହୋଇଯାଇଛି। ବିଶିଷ୍ଟ କଣ୍ଠଶିଳ୍ପୀ, ଗୀତିକାର ତଥା ସଙ୍ଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡାଙ୍କ ବଳିଷ୍ଠ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନାରେ ରେଡ଼ିଓ ଭାବଗ୍ରାହୀର ସରୋଜିନୀ ଷ୍ଟୁଡ଼ିଓରେ ପ୍ରସ୍ତୁତ ଏହି ସଖିବଟ ଶୀର୍ଷକ ଆଲବମ୍କୁ ମାନସଭୂଷଣ ପଣ୍ଡିତ ହୃଷୀକେଶ ରଥ ମୁଖ୍ୟ ଅତିଥି ଭାବରେ ଉନ୍ମୋଚିତ ଏବଂ ଲୋକାର୍ପିତ କରିଥିଲେ। ଏହି ଭକ୍ତି ରସାତ୍ମକ ଆଲବମ୍ରେ ବିଶିଷ୍ଟ କଣ୍ଠଶିଳ୍ପୀ ଉପେନ୍ଦ୍ର ପାଢ଼ୀ ଚାରିଟି ଏବଂ ନିରୁପମା ଜେନା ଦୁଇଟି ଭଜନ ଗାଇଛନ୍ତି। ଏଥିରେ ବଳଦେବଙ୍କର ତିନୋଟି ଭଜନ, ଜଗନ୍ନାଥ ଏବଂ ତାରିଣୀଙ୍କ ଉପରେ ଗୋଟିଏ ଗୋଟିଏ ଏବଂ ଜୀବନ ଦର୍ଶନ ଉପରେ ଆଧାରିତ ଗୋଟିଏ ଭଜନ ରହିଛି। ଭାବଗ୍ରାହୀ କଳା ନିକେତନ ଏବଂ ରେଡ଼ିଓ ଭାବଗ୍ରାହୀ ଦ୍ୱାରା ନିବେଦିତ ଏହି ଆଲବମ୍କୁ ଶ୍ରୀମତୀ ଧୀରାମଣି ପରିଡା ପ୍ରଯୋଜନା କରିଛନ୍ତି। ସଙ୍ଗୀତଜ୍ଞ ନରେନ୍ଦ୍ର କୁମାର ମହାପାତ୍ର ବାଦ୍ୟ ଯନ୍ତ୍ର ସଙ୍ଗୀତ ପରିଚାଳନା କରିଛନ୍ତି। ରେକର୍ଡିଷ୍ଟ ପିଣ୍ଟୁ ମିଶ୍ର, ଇଂ ବିଶ୍ୱଜିତ ପରିଡା, ସୁଶ୍ରୀ ସଙ୍ଗୀତା ଜେନା, ଇଂ ଦିବ୍ୟଜ୍ୟୋତି ପରିଡା, ଇତିଶ୍ରୀ ଖୁଣ୍ଟିଆ, ପ୍ରଭାତ ବେହେରା ପ୍ରସ୍ତୁତିରେ ସହଯୋଗ କରିଛନ୍ତି। ନୃତ୍ୟଶିଳ୍ପୀ ରଶ୍ମୀତା ସୂତାର ଏବଂ ସ୍ମୃତିରେଖା ବିଶ୍ୱାଳ ଚିତ୍ତାକର୍ଷକ ଅଭିନୟ କରିଛନ୍ତି। ପ୍ରମୋଦ ସ୍ୱାଇଁ ଚିତ୍ର ଉତ୍ତୋଳନ କରିଛନ୍ତି। ଏହି ଭବ୍ୟ କାର୍ଯ୍ୟକ୍ରମରେ ଫୋରଡସ୍ଥିତ ବାୟା ଆଶ୍ରମର ମହନ୍ତ ହୃଷୀକେଶ ଦାଶ ମହାରାଜ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ସଖିବଟ ଆଲବମ୍ର ସମୀକ୍ଷା ପୂର୍ବକ ସଫଳତା କାମନା କରିଥିଲେ। ସଖିବଟ ଟ୍ରଷ୍ଟ ସଦସ୍ୟ ଇଂ ଅକ୍ଷୟ ପାଣି ଅତିଥି ପରିଚୟ ପ୍ରଦାନ କରିଥିଲେ। ଟ୍ରଷ୍ଟି ବୈଷ୍ଣବ ଚରଣ ସ୍ୱାଇଁ ସମସ୍ତଙ୍କୁ ସ୍ୱାଗତ କରିଥିଲେ। ମହନ୍ତ ସଦାନନ୍ଦ ଦାଶ ଅର୍ଶୀବଚନ ପ୍ରଦାନ କରିଥିଲେ। ଶୁକଦେବ ଜେନା, ପ୍ରବୋଧ ତ୍ରିପାଠୀ, ଗୋପବନ୍ଧୁ ନାୟକ, ବଂଶୀଧର ମହାନ୍ତି, କ୍ଷୀରୋଦ ସେନାପତି ସମୀକ୍ଷା କରିଥିଲେ। ସୁଶ୍ରୀ ସଙ୍ଗୀତା ଜେନା ଏବଂ ଇଂ ବିଶ୍ୱଜିତ ପରିଡା ଅତିଥିମାନଙ୍କୁ ଅଙ୍ଗବସ୍ତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ। ମନ୍ଦିର ପୂଜକ ଆଜ୍ଞାମାଳ ପ୍ରଦାନ କଲାପରେ କଣ୍ଠଶିଳ୍ପୀ ଉପେନ୍ଦ୍ର, ନିରୁପମା ଗୀତ ଗୁଡ଼ିକୁ ଟ୍ରାକରେ ଗାଇଥିଲେ । ନୃତ୍ୟଶିଳ୍ପୀ ରଶ୍ମୀତା ଏବଂ ସ୍ମୃତିରେଖା ସେହି ଗୀତରେ ସୁନ୍ଦର ଅଭିନୟ କରି ଦର୍ଶକଙ୍କୁ ବିମୋହିତ କରିଥିଲେ। ବିନୋଦ ବିହାରୀ ପଟ୍ଟନାୟକ, ମୁରଲୀଧର ଖୁଣ୍ଟିଆ, କାଞ୍ଚନବାଳା ନାୟକ, ଚକ୍ରଧର ବିଶ୍ୱାଳ, ଦୁର୍ଗାଦତ୍ତ ତ୍ରିପାଠୀ, ସୁଲୋଚନା ଖୁଣ୍ଟିଆ, ବିଷ୍ଣୁ ପୃଷ୍ଟି, ପ୍ରକାଶ ସାମଲ, ସୁଜାତା ନାୟକ, ସନ୍ଧ୍ୟାରାଣୀ ନାୟକ, ମମତାରାଣୀ ପରିଡା, ସଙ୍ଗୀତା ନାୟକ, ମୋନାଲିସା ନାୟକ, ରଶ୍ମିରଞ୍ଜନ ଖୁଣ୍ଟିଆ, ରଶ୍ମୀତା ଖୁଣ୍ଟିଆ, ଓମ୍ ପ୍ରକାଶ ଖୁଣ୍ଟିଆ, ଅଞ୍ଜନ ନାୟକ, ପ୍ରକାଶ ସାମଲ, ଆଶିଷ ନାୟକ, ଆଦ୍ୟାଶା ଖୁଣ୍ଟିଆ, ତୋଫାନ ମଲିକ, ପ୍ରଭାତ ବେହେରା, ବବ୍ଲୁ ଚାନ୍ଦ୍ ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ସଙ୍ଗୀତଜ୍ଞ ବିମଳ ପ୍ରସାଦ ପରିଡା ସଞ୍ଚାଳନ କରିଥିଲେ। ପ୍ରଥମେ ସଖିବଟ ଗୋସାଇଁ ଶ୍ରୀ ସିଦ୍ଧ ବଳଦେବଙ୍କୁ ଯଥାବିଧି ପୂଜାର୍ଚ୍ଚନା ଏବଂ ନୈବେଦ୍ୟ ଅର୍ପଣ ପରେ ଆଲବମ୍ର ଫଟୋ ପ୍ରଭୁଙ୍କୁ ସମର୍ପଣ କରାଯାଇଥିଲା। ଶେଷରେ ପ୍ରବଚକ ବିକ୍ରମ କେଶରୀ ପରିଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
