କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ବର୍ଗର କଳାକାରମାନଙ୍କ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ : ଅଭିଯୋଗ ପୂରଣ ନହେଲେ ପ୍ରତିବାଦ ଚେତାବନୀ

blank
କେନ୍ଦ୍ରାପଡ଼ା,୨୭ା୫: କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ବର୍ଗର କଳାକାର, ସାହିତ୍ୟକ ଓ ସଂସ୍କୃତି ଗବେଷକଙ୍କ ସମିଶ୍ରଣରେ ଗଠିତ ସଂଗଠନ ଯେଉଁଥିରେ ଭଜନ, ପାଲା, ଗୋଡାନାଚ, ସଂକୀର୍ତ୍ତନ, କେନ୍ଦରାଗୀତ, ଭାଗବତ ଟୁଙ୍ଗୀ, ଓଡିଶୀ ନୃତ୍ୟ, ଲୋକନୃତ୍ୟ ଇତ୍ୟାଦି ସମସ୍ତ କଳାକାରମାନଙ୍କର ବିଭିନ୍ନ ଅସୁବିଧା ଓ ସମସ୍ୟାଗୁଡିକ ଜିଲ୍ଲାପାଳଙ୍କ ଅବଗତି ଓ ସମାଧାନ ପାଇଁ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ କୌଣସି ସମାଧାନ କିମ୍ବା ସହଯୋଗ ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ମିଳୁନାହିଁ । ତେଣୁ ନୂତନ ସରକାର ଗଠନ ପରେ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ପରିବର୍ତ୍ତନ ହେଉଥିବାରୁ ନିମ୍ନ୍ନ ସମସ୍ୟା ଗୁଡିକର ସମାଧାନ ପାଇଁ ପୁନର୍ବାର ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଛି । ଯଦି ସମାଧାନ ନହୁଏ ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ଅମରଣ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି । ସେହି ସମସ୍ୟାଗୁଡିକ ମଧ୍ୟରେ ଓଡିଆର ଅନ୍ୟ ଏକ ପରିଚୟ ଭାଗବତଟୁଙ୍ଗୀ । ଯାହା ଦୀର୍ଘଦିନର ଲଢେଇ ପରେ ରାଜ୍ୟ ସାଂସ୍କୃତି ବିଭାଗ ତରଫରୁ କେନ୍ଦ୍ରାପଡା ଜିଲ୍ଲାକୁ ୪୩୮ଗୋଟି ଭାଗବତଟୁଙ୍ଗୀ ନିମନ୍ତେ ୫୦ ହଜାର ଲେଖାଏଁ ସମୁଦାୟ ୨କୋଟି ୧୬ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । କିନ୍ତୁ ଜିଲ୍ଲାର ୯ଗୋଟି ବ୍ଲକରେ ଗୋଟିଏ ହେଲେ ଭାଗବତଟୁଙ୍ଗୀକୁ ସହାୟତା ପ୍ରଦାନ କରାଯାଇନାହିଁ, ଜିଲ୍ଲାର ବିଭିନ୍ନ ବିଭାଗ ତଥା କୃଷି, ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ପ୍ରଚାର ଓ ସଚେତନତା ପାଇଁ ଆସୁଥିବା ଅର୍ଥ ଠିକ୍ ଭାବରେ ଖର୍ଚ୍ଚ କରାଯାଉନାହିଁ କିମ୍ବା କଳାକାରମାନଙ୍କୁ ଉଚିତ୍ ପ୍ରାପ୍ୟ ପ୍ରଦାନ କରାଯାଉନାହିଁ, କଳା ଓ କଳାକାର ଉନ୍ନତି ପାଇଁ ଗଠନ ହୋଇଥିବା ବିକେଏସ୍‌ଏସ୍ ଓ ଜେଡ୍‌କେଏସ୍‌ଏସ୍ ୨୦୧୪ ମସିହାପରଠାରୁ ଠିକ୍ ଭାବରେ କାର୍ଯ୍ୟକ୍ଷମ ହେଉନାହିଁ କିମ୍ବା ନିର୍ବାଚନ କରାଯାଇ ନୂତନ ଉପସଭାପତି ଚୟନ କରାଯାଉନାହିଁ, ସିଟିଏମ୍‌ଏସ୍ ମାଧ୍ୟମରେ ହୋଇଥିବା ପଞ୍ଜିକରଣରେ ଅନେକ ମିଛ ଅନୁଷ୍ଠାନ ଓ ଜଣେ ଜଣେ ବ୍ୟକ୍ତି ଅନେକ ନାମରେ ପଞ୍ଜିକୃତ କରି ହରିଲୁଟ୍ କିମ୍ବା ଯେଉଁ ଯୋଗ୍ୟ ଅନୁଷ୍ଠାନ ପଞ୍ଜିକୃତ ହୋଇଛନ୍ତି ସେମାନଙ୍କୁ ସେମାନଙ୍କୁ ସୁଯୋଗ ଦିଆଯାଉନାହିଁ, ଓଡିଶାର ପ୍ରତ୍ୟେକ ଜିଲ୍ଲାରେ ସରକାରୀସ୍ତରରେ ଜିଲ୍ଲା ମହୋତ୍ସବ ପାଳନ ହେଉଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାରେ ତାହା କରାଯାଉନାହିଁ ଯାହାଫଳରେ କଳାକାର, ସାହିତ୍ୟିକ ଓ ସଂସ୍କୃତି ଗବେଷକମାନଙ୍କୁ ଉଚିତ୍ ସମ୍ମାନ ମିଳୁନାହିଁ, ଜିଲ୍ଲାରେ ଯେଉଁ କେତୋଟି ସରକାରୀ କାର୍ଯ୍ୟକ୍ରମ କରାଯାଉଛି ସେଥିରେ ନିର୍ଦ୍ଧିଷ୍ଟ କେତେଗୋଟି ଜିଲ୍ଲା ମୁଖ୍ୟାଳୟରେ ଥିବା ଅନୁଷ୍ଠାନକୁ ସୁଯୋଗ ଦିଆଯାଉଛି ଏବଂ ଜିଲ୍ଲା ସଂଗଠନ ସହିତ କୌଣସି ଆଲୋଚନା କରାନଯାଇ ମନମୂଖୀ ଚୟନ ସହିତ ଅତି ସ୍ୱଳ୍ପ ପ୍ରାପ୍ୟ ପ୍ରଦାନ କରାଯାଉଛି । ଯାହାଦ୍ୱାରା ଜିଲ୍ଲା ସଂସ୍କୃତି ବିଭାଗର ଅର୍ଥ ହେର୍‌ଫେର୍‌ର ପ୍ରମାଣ ଦେଉଛି । ଉପରୋକ୍ତ ସମସ୍ୟାଗୁଡିକର ଆଗାମୀ ୧୦ଦିନ ମଧ୍ୟରେ ଯଦି କୌଣସି ଆଖିଦୃଶିଆ ସମାଧାନ କରାନଯାଏ ନୂତନ ସରକାରଙ୍କର ୧ ବର୍ଷ ପୂର୍ତ୍ତି ପାଳନ ସମୟରେ ସମସ୍ତ ବ୍ଲକ ସ୍ତରରେ ଜିଲ୍ଲାର ସମସ୍ତ ବର୍ଗର କଳାକାରମାନେ କଳା ଦିବସ ପାଳନ କରିବା ସହିତ ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ଅମରଣ ଅନଶନରେ ବସିବାକୁ ବାଧ୍ୟ ହେବେ ବୋଲି ସଭାପତି ସୁବ୍ରତ କୁମାର ରାଉତ ଓ ସମ୍ପାଦକ ନିରାକାର ମହାପାତ୍ର ଦାବିପତ୍ର ମାଧ୍ୟମରେ ସୂଚନା ଦେଇଛନ୍ତି । ଆଜିର ଦାବି ପତ୍ର ପ୍ରଦାନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ସୁରେନ୍ଦ୍ର ଶତପଥି, ଜ୍ଞାନରଞ୍ଜନ ରାଉତ, ଶିବ ପ୍ରସାଦ ବେହେରା, ପ୍ରଶନ୍ନ କୁମାର ଦାସ, ଭାଗ୍ୟଧର ରାଉତ ପ୍ରମୁଖ ବହୁ ସଦସ୍ୟ ଉପସ୍ଥିତ ଥିଲେ ।

Next Post

ସିଏମ ଟ୍ରଫିରେ ଅଂଶ ଗ୍ରହଣ ପାଇଁ କେନ୍ଦ୍ରାପଡ଼ାରୁ ଗଲେ ୨୨ ଖେଳାଳି

Tue May 27 , 2025
କେନ୍ଦ୍ରାପଡ଼ା,୨୭ା୫, ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ସିଏମ ଟ୍ରଫି ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିବା ପାଇଁ ଆଜି କେନ୍ଦ୍ରାପଡ଼ାରୁ ୨୨ ଜଣିଆ ଦଳ ସହିତ କୋଚ୍ ଶରତ କୁମାର ଜେନା, ସହକାରୀ କୋଚ୍ ଏସ୍‌କେ ଅଜିମୁଦ୍ଧିନ ଏବଂ ମ୍ୟାନେଜର ମନୋଜ କୁମାର ଦାସ ଭୁବନେଶ୍ୱର ଗସ୍ତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି କେନ୍ଦ୍ରାପଡ଼ା ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ତାଙ୍କ ବାସଭବନରେ ଖେଳାଳିମାନଙ୍କ ସହିତ ମିଶିବା ସହିତ ତାଙ୍କୁ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading