
ପଟ୍ଟାମୁଣ୍ଡାଇ ୧୦/୦୫ -ପଟ୍ଟାମୁଣ୍ଡାଇ ତାଲୁକ ଆଇନ୍ ସେବା ସମିତି ଆନୁକୂଲ୍ୟରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଶନିବାର କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷା ତଥା ସିନିଅର ସିଭିଲ ଜଜ ସୁଶ୍ରୀ ସଂଗୀତା ମଲ୍ଲିକଙ୍କ ପୌରହିତରେ ଆୟୋଜିତ ଏହି ଲୋକଅଦାଲତରେ ପ୍ରି-ଲିଟିଗେସନ ୮ ଟି ମାମଲା ଫଇସାଲା ହୋଇ ୧ ଲକ୍ଷ ୫୮ ହଜାର ୫୦୦ ଆଦାୟ ହୋଇଥିଲୋ । ସେହିପରି ପୂର୍ବ ବିଚାରଧୀନ ୮୭ ଟି ମାମଲା ଫଇସାଲା ହୋଇ ୭ ଲକ୍ଷ ୨୪ ହଜାର ୫୬୬ ଟଙ୍କା ଆଦାୟ ହୋଇଛି । ଏହା ସହିତ ମୋଟର ଆକ୍ସିଡେଂଟ ମାମଲା ର ବିଚାର ହୋଇ ୨୫ ଲକ୍ଷ ୧୦ ହଜାର ଅର୍ଥ ଆଦାୟ ହୋଇଅଛି । ଏହି ମାମଲା ଗୁଡିକ ମଧ୍ୟରୁ ଫୋଜଦାରୀ, ଚେକ ବାଉନ୍ସ, ଦେୱାନୀ, ଜମିଅଧିକରଣ ଓ ଅନ୍ୟାନ୍ୟ ମାମଲା ଅର୍ନ୍ତଭୁକ୍ତ ଅଛି । ଏହି ଲୋକଅଦାଲତରେ ପଟ୍ଟାମୁଣ୍ଡାଇ ସିଭିଲ କୋର୍ଟର ଅତିରିକ୍ତ ଜିଲ୍ଲା ଜଜ୍ ବିଦ୍ୟାଧର ପୃଷ୍ଟିଙ୍କ ସହିତ ବିଦ୍ୟାଧର ଦାଶ. ସିନିଅର ସିଭିଲ ଜଜ ସୁଶ୍ରୀ ସଂଗୀତା ମଲ୍ଲିକଙ୍କ ସହିତ ଅଭିରାମ କୁଣ୍ଡ, ଜେଏମଏଫସି ବିଦୁତଲତା ପ୍ରଧାନଙ୍କ ସହିତ ଚିତରଞ୍ଜନ ଦାଶ, ଜେଏମଏଫସି ଡ଼ି.କେ. ବାଳକ୍ରୀଷ୍ଣାଙ୍କ ସହିତ ବିଶ୍ୱନାଥ ରାଉତ ବେଂଚ ଆଇନଜୀବୀ ଭାବେ ଉପସ୍ଥିତ ଥିଲେ । ଏହି ଲୋକଅଦାଲତରେ ବରିଷ୍ଠ ଅଇନଜୀବୀ ଭବାନୀ ଶଙ୍କର ପଣ୍ଡା,ବିଜୟ ରାଉତ,ପ୍ରଫୁଲ୍ଲ ଦାଶ ତାଲୁକ ଫ୍ରଣ୍ଟ ଅଫିସ ରିଟେନର-କମ ରିମାଣ୍ଡ ଆଇନଜୀବୀ ଧୀରେନ୍ଦ୍ରନାଥ ସାହୁ ଓ ପୂର୍ବତନ ବାର ସଭାପତି ବରିଷ୍ଠ ଆଇନୀଜୀବୀ ଭୀମସେନ ପ୍ରଧାନ, ବିଜ୍ଞାନ ମିହିର ଜେନା,ସରକାରୀ ଆଇନଜୀବୀ ରାଜେନ୍ଦ୍ର ମିଶ୍ର, ପଟ୍ଟାମୁଣ୍ଡାଇ ବାର ଆଶୋସିଏସନର ଉପସଭାପତି ସୁରେଶ ନରେନ୍ଦ୍ର, ସଂପାଦକ ରବୀନ୍ଦ୍ର ଦାଶ, ସହସମ୍ପାଦକ ମନୋଜ ନାୟକ, ଲିଗାଲଏଡ଼ର ଅପର୍ଣା ସାମଲଙ୍କ ସହ ସମସ୍ତ କର୍ମକର୍ତା , ପିଏଲଭି ମୋହନ ଦାଶଙ୍କ ସହ ସଭ୍ୟାସଭ୍ୟ ଯୋଗ ଦେଇଥିବା ବେଳେ ପଟ୍ଟାମୁଣ୍ଡାଇ ସିଭିଲ ଚାରୋଟି କୋଟର ସମସ୍ତ କର୍ମକର୍ତା ମାନେ ସହଯୋଗ କରିଥିଲେ ।
