
କେନ୍ଦ୍ରାପଡ଼ା,୯ା୫: କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଚକ୍ରୋଡ଼ା ପଞ୍ଚାୟତରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସରପଞ୍ଚ ତନୁଜା ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଡ଼ିଓ ଅଭିଷେକ ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇ ବରିଷ୍ଠ ନାଗରିକ, ପଞ୍ଚାୟତସ୍ତରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ଓ ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସରପଞ୍ଚ ତନୁଜା ନାୟକଙ୍କୁ ପ୍ରଶଂସା କରିବା ସହ ବିନା ସରକାରୀ ସହାୟତାରେ ଏହିପରି ସମ୍ବର୍ଦ୍ଧନା ପର୍ବ ପଞ୍ଚାୟତ ପକ୍ଷରୁ ଆୟୋଜିତ କରିଥିବାରୁ ଅଶେଷ ଧନ୍ୟବାଦ ଜଣାଇଥିଲେ। ସେହିପରି ସମ୍ମାନିତ ଅତିଥିଭାବେ ବ୍ଲକର ପୂର୍ବତନ ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି ଉପସ୍ଥିତ ହୋଇ ସରପଞ୍ଚଙ୍କ ଏହି ନିଆରା କାର୍ଯ୍ୟକ୍ରମ ଚକ୍ରୋଡ଼ା ପଞ୍ଚାୟତ ପାଇଁ ଗର୍ବ ସହ ବ୍ଲକ ଅଧୀନରେ ଥିବା ୨୭ଗୋଟି ପଞ୍ଚାୟତ ପାଇଁ ପ୍ରେରଣା ଓ ଆଦର୍ଶ ହେବ ବୋଲି କହିଥିଲେ। ଅନ୍ୟତମ ଅତିଥିଭାବେ ପଞ୍ଚାୟତ ସଭାପତି ଗୌରାଙ୍ଗ ଲେଙ୍କା, ସମିତିସଭ୍ୟ ଝୁନିଲତା ରାଉତ, ସମାଜସେବୀ ଜିତେନ୍ଦ୍ର ଦାସ, ଅଧିକାରୀ ଭିକାରି ଚରଣ ଦାସ, ତୈଲୋକ ମହାନ୍ତି, ଅରକ୍ଷିତ ନାୟକ, ନାରାୟଣ ରାଉତ ପ୍ରମୁଖ ଉପସ୍ଥିତ ହୋଇ ଏହିଭଳି କାର୍ଯ୍ୟକ୍ରମ ପଞ୍ଚାୟତରେ କେବେ ହୋଇନଥିଲା। ବରିଷ୍ଠ ନାଗରିକଙ୍କୁ ପଞ୍ଚାୟତସ୍ତରରେ କେହି କେବେ ପଚାରୁ ନଥିଲେ। ଆଜି ଯେଉଁ କାର୍ଯ୍ୟକ୍ରମ ହୋଇଛି ତାହା ଏକ ସୁନ୍ଦର ପଞ୍ଚାୟତ ଗଠନରେ ମୁଖ୍ୟ ଭୂମିକା ନେବ ବୋଲି କହିବା ସହ ସରପଞ୍ଚଙ୍କୁ ଏତଦ୍ କାର୍ଯ୍ୟକ୍ରମ ପାଇଁ ପ୍ରଶଂସା କରିଥିଲେ। ଏହି ସମ୍ବର୍ଦ୍ଧନା ପର୍ବରେ ୫୦ରୁ ଉର୍ଦ୍ଧ୍ୱ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ଯୁବନେତା ନିରଞ୍ଜନ ନାୟକ ପରିଚାଳନା କରିଥିଲେ। ଅଭିରାମ ବେହୁରା, ଉମେଶ ଚନ୍ଦ୍ର ଜେନା, ବିକ୍ରମ ନାୟକ, କୈଳାଶ ମହାନ୍ତି, କାଙ୍ଗାଳି ମଲିକ, ସୁକାନ୍ତ ରାଉତ, ଜ୍ଞାନରଞ୍ଜନ ଲେଙ୍କାଙ୍କ ସହ ସମସ୍ତ ୱାର୍ଡସଭ୍ୟ ସହଯୋଗ କରିଥିଲେ।
