
ପଟ୍ଟାମୁଣ୍ଡାଇ ୧୦/୫- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଚନ୍ଦନନଗର ପଦ୍ମଲୋଚନ ବିଦ୍ୟାପୀଠର ୧୯୮୦ ବ୍ୟାଚ ଛାତ୍ରଛାତ୍ରୀଙ୍କୁ ନେଇ ଗଠିତ ଚନ୍ଦନନଗର ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଚଳିତ ମାଟ୍ରିକ ପରୀକ୍ଷାରେ ଜିଲ୍ଲା ଟପ୍ପର ଓ ଅନ୍ୟାନ୍ୟ ବିଭିନ୍ନ ସ୍କୁଲର କୃତି ପ୍ରତିଭାବାନ ଛାତ୍ରଛାତ୍ରୀ ଙ୍କୁ ମାନପତ୍ର ଓ ଉପଢୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଛି । ଚନ୍ଦନନଗର ପି ଏଲ ବିଦ୍ୟାପୀଠ ଠାରେ ବରିଷ୍ଠ ସାମ୍ବାଦିକ ଭାସ୍କର ରାଉତରାୟଙ୍କ ପୌରହିତ୍ୟରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ପ୍ରାକ୍ତନ ପ୍ରଧାନଶିକ୍ଷକ ସଚିନନ୍ଦନ ଦାଶ ମୁଖ୍ୟଅତିଥି, ପ୍ରାକ୍ତନ ପ୍ରଧାନଶିକ୍ଷକ ପଞ୍ଚାନନ ଧଳ ମୁଖ୍ୟବକ୍ତା, ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ ପ୍ରଧାନଶିକ୍ଷକ ହେମନ୍ତ ରାଉତ ଓ ମୋ ସ୍କୁଲ ଅଭିଯାନ କମିଟି ସଭାପତି ପ୍ରଫୁଲ୍ଲ ଶତପଥୀ ସମ୍ମାନିତଅତିଥି ଭାବେ ଯୋଗ ଦେଇ ସାମ୍ପ୍ରତିକ ପ୍ରତିଯୋଗିତାମୂଳକ ଦୁନିଆରେ ଶିକ୍ଷା କ୍ଷେତ୍ରରେ ସଫଳତା ହାସଲ କରି ଲକ୍ଷ୍ୟ ସ୍ଥଳରେ ପହଂଚିବା ଏକ ଆହ୍ୱାନ ହୋଇଥିବାରୁ ସମସ୍ତ କୃତି ଛାତ୍ର ଛାତ୍ରୀ ନିଜର ଲକ୍ଷ୍ୟ ହାସଲ ପାଇଁ ନିଷ୍ଠା ଓ ଅଧ୍ୟବସାୟ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ । ବରିଷ୍ଠ ନାଗରିକ ମଞ୍ଚ ସମ୍ପାଦକ ବୈଦ୍ୟନାଥ ନାୟକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଉର୍ବଶୀ ସାହୁ ସ୍ୱାଗତ ଭାଷଣ ଓ ରଘୁନାଥ ନାଥ ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏଇ ଅବସରରେ ଜିଲ୍ଲା ମାଟ୍ରିକ ଟପ୍ପର ଶୁଭମଜ୍ୟୋତି ରାଉତ କାଠିଆପଡା ଦକ୍ଷିଣେଶ୍ୱର ହାଇସ୍କୁଲ ନିବେଦିତା ବେହେରା ମଦନପୁର ହାଇସ୍କୁଲ, ହରପ୍ରିୟା ସୂତାର, ଚନ୍ଦନ ନଗର ଚନ୍ଦ୍ରମଉଳି ବାଳିକା ହାଇସ୍କୁଲ,ସତ୍ୟଜିତ ମହାପାତ୍ର ଚନ୍ଦନନଗର ପଦ୍ମଲୋଚନ ବିଦ୍ୟାପୀଠ, ଜିଜ୍ଞାସା ମଲ୍ଲିକ ଦୀନବନ୍ଧୁ ହାଇସ୍କୁଲ, ଓଉପଦା ତପନ ରାଉତ ଏମ ୱା ଇ ବିଦ୍ୟା ନିକେତନ ଚାନ୍ଦପୁର, ଶୁଭଶ୍ରୀ ସାହୁ ଗୋପବନ୍ଧୁ ବିଦ୍ୟାପୀଠ ଦୋଷିଆ ସତ୍ୟଭାମା ପ୍ରଧାନ ବଡ଼ପାଳ ହାଇସ୍କୁଲ, ଆଦିତ୍ୟ ବିଶ୍ୱାଳ ଓ ହରିଶ ପ୍ରଧାନ ବିଲିକଣା ହାଇସ୍କୁଲ,ସୂର୍ଯ୍ୟପ୍ରକାଶ ଦାସ ଲଷ୍ମୀ ସୁବଳ ହାଇସ୍କୁଲ ସଂସାରଫଳଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯିବା ସହିତ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା ଶେଷରେ ବରିଷ୍ଠ ନାଗରିକ ମଞ୍ଚ ସଭାପତି ଅଶୋଳ ପଣ୍ଡା ଧନ୍ୟବାଦ ଦେଇଥିଲେ ।
