କେନ୍ଦ୍ରାପଡ଼ା,୨୮ା୧୨: ବରିଷ୍ଠ ଚଳଚିତ୍ର ପ୍ରଯୋଜକ ସ୍ୱର୍ଗତ ରବିନ୍ଦ୍ର ମୋହନ ସାହୁଙ୍କ ଦ୍ୱାଦଶାହରେ ବିଶିଷ୍ଟ ବ୍ୟକ୍ତିମାନେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କ କର୍ମମୟ ଜୀବନ ଉପରେ ଆଲୋଚନା କରିଛନ୍ତି। କେନ୍ଦ୍ରାପଡ଼ା ସହରସ୍ଥ ବଡ଼ହାଟ ବାସଭବନ ପରିସରରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ଆଳି ବିଧାୟକ ପ୍ରତାପ ଦେବ, ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, କଟକ ମେୟର ସୁବାସ ସିଂହ, ପୂର୍ବତନ […]

ପଟ୍ଟାମୁଣ୍ଡାଇ ୨୭/୧୨- କେନ୍ଦ୍ରାପଡ଼ା ଜିଲାର ବିଶିଷ୍ଟ ସାରସ୍ୱତ ପ୍ରତିଭା ଯୁବ କବୟିତ୍ରୀ ଅଧ୍ୟାପିକା ତେଜସ୍ୱିନୀ ସାମଲଙ୍କୁ ତାଙ୍କର ସାରସ୍ୱତ ସାଧନା ପାଇଁ ଗାଁ ମଜଲିସ ସାହିତ୍ୟ ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ଉପଲକ୍ଷେ ବାଲେଶ୍ୱର ଜିଲା ସୋର ସଂସ୍କୃତି ଭବନ ଠାରେ ଗାଁ ମଜଲିସ୍ ସାହିତ୍ୟ ସଂସଦ ବାର୍ଷିକ ଉତ୍ସବରେ ଓଡ଼ିଆ ସାହିତ୍ୟର ପ୍ରବାଦ ପୁରୁଷ ବୈଷ୍ଣବ ଚରଣ ସାମଲ , ହେମନ୍ତ ରାଉତ, ରଜନୀକାନ୍ତ ମହାନ୍ତି, ଭରତ […]

କେନ୍ଦ୍ରାପଡ଼ା,୨୭ା୧୨:କେନ୍ଦ୍ରାପଡା ମହାବିଦ୍ୟାଳୟର୧୯୯୩ବ୍ୟାଚର ଛାତ୍ରଛାତ୍ରୀ ମାନଙ୍କ ପଞ୍ଚମ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ୧୯୮୮ରୁ ୧୯୯୩ ମଧ୍ୟରେ ଅଧ୍ୟୟନରତ କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗର ୧୨୦ଜଣ ଛାତ୍ରଛାତ୍ରୀ ଯୋଗଦେଇ କଲେଜ ଜୀବନର ସେହି ପୁରୁଣା ଅତୀତର ସ୍ମୃତିଚାରଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଭାପତି ସୁରେନ୍ଦ୍ର ନାଥ ଜେନା ଓ ସମ୍ପାଦକ ଦାମୋଦର ପଣ୍ଡା ପରିଚାଳନା କରିଥିଲେ। ପ୍ରଥମେ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ଫଟୋଚିତ୍ର ନିକଟରେ ପ୍ରଦୀପ […]

କେନ୍ଦ୍ରାପଡ଼ା,୨୭ା୧୨: ପିସିସି ସଭାପତି ଭକ୍ତ ଚରଣ ଦାସ ଓ ପିସିସି ମହିଳା ମୋର୍ଚ୍ଚାର ସଭାପତି ମିନାକ୍ଷୀ ବାହିନୀପତିଙ୍କୁ କେନ୍ଦ୍ରାପଡା ଯୁବ କଂଗ୍ରେସ ପକ୍ଷରୁ ଗରାପୁର ଡାକ ବଙ୍ଗଳା ଠାରେ ଉତ୍ସସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଦିଲ୍ଲୀପ କୁମାର ପ୍ରଧାନଙ୍କ ନେତୃତ୍ୱରେ ବହୁ ଛାତ୍ରକଂଗ୍ରେସ ନେତା ପୁଷ୍ପଗୁଚ୍ଛ, ଉତ୍ତରୀୟ ଦେଇ ସମ୍ବର୍ଦ୍ଧର୍ିତ ସମ୍ବର୍ଦ୍ଧିତ କରିଥିଲେ । ଯୁବ ଛାତ୍ର ନେତା ଦିଲିପ କୁମାର ପ୍ରଧାନ, […]

କେନ୍ଦ୍ରାପଡା ୨୭/୧୨- କେନ୍ଦ୍ରାପଡ଼ା ଜିଲ୍ଲାରେ ପାରାକ୍ରୀଡାର ବିକାଶ ଓ ପ୍ରୋତ୍ସାହନ ପ୍ରଦାନ ଅଭିଲକ୍ଷ୍ୟରେ ପୂର୍ବରୁ ଗଠିତ କେନ୍ଦ୍ରାପଡ଼ା ପାରାକ୍ରୀଡା ସଂଘର ପୁନର୍ଗଠନ କରାଯାଇଛି । ଆଗାମୀ ଦିନରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଥମ କରି ଜିଲ୍ଲାସ୍ତରୀୟ ଏକ ପାରାକ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ କରାଇବା ଉଦ୍ଦେଶ୍ୟରେ ପୂର୍ବ ଗଠିତ କମିଟିକୁ ପରିବର୍ଦ୍ଧିତ କରାଯାଇଛି ବୋଲି ଏହାର ଅନ୍ୟତମ ଉପଦେଷ୍ଟା ମହମ୍ମଦ୍ ଜାହିଦ୍ ଖାନ୍ ପ୍ରକାଶ କରିଛନ୍ତି । ଏହି ନବ ନିର୍ବାଚିତ କମିଟିରେ […]

ଲାଲବାହାଦୂର ଉଚ୍ଚଶିକ୍ଷାଶ୍ରମର ୧୯୮୨ବ୍ୟାଚ ବନ୍ଧୁମିଳନ କେନ୍ଦ୍ରାପଡ଼ା,୨୭ା୧୨:ସହପାଠୀ ବା ସାଥୀହିଁ ଜୀବନ ଯାତ୍ରାର ପଥିକ। ଆଶା ଓ ବିଶ୍ୱାସର ଅଲିଭା ପ୍ରତୀକ। ବିପଦ ସମୟରେ ପ୍ରକୃତ ସାଥୀଟିଏ ହିଁ କେବଳ ପାଖରେ ଛିଡା ହୋଇ ସାହସ, ଆଶା ଭରସା ଓ ଆଶ୍ୱାସନା ଦେଇଥାଏ। ଆତ୍ମୀୟତା ଏବଂ ଆପଣାର ହେବା ଭାବ ହେଉଛି ପ୍ରକୃତ ମିତ୍ରତା। ଏହି ମିତ୍ରତା ଭାବକୁ ଦୃଢରୁ ଦୃଢତ୍ତର କରିବା ପାଇଁ ପ୍ରତିବର୍ଷ ଲାଲବାହାଦୁର ଉଚ୍ଚଶିକ୍ଷାଶ୍ରମ ସହପାଠୀ ମାନଙ୍କର […]

ଅଙ୍କୁର ଶିକ୍ଷାନିକେତନର ବାର୍ଷିକ ଉତ୍ସବ କେନ୍ଦ୍ରାପଡ଼ା,୨୭ା୧୨: କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ଖଡିଅଙ୍ଗସ୍ଥିତ ଅଙ୍କୁର ଶିକ୍ଷାନିକେତନର ୩୫ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ପରିଚାଳନା ସମିତିି ସଭାପତି ଡ. ରତ୍ନମଞ୍ଜରୀ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକ ଗଣେଶ୍ୱର ବେହେରା ଯୋଗଦେଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଲକ୍ଷ୍ୟ ରଖି ପାଠ ପଢିବାକୁ ପରାମର୍ଶ ଦେବା ସହିତ ଶୃଙ୍ଖଳା ହିଁ ସଫଳତାର ମୂଳମନ୍ତ୍ର ।ଶୃଙ୍ଖଳା ବ୍ୟକ୍ତିକୁ ଆଗକୁ ବଢ଼ିବାରେ […]

ବିଜୁଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ   କେନ୍ଦ୍ରାପଡା,୨୬ା୧୨: ଶୃଙ୍ଖଳିତ ଓ ଶସକ୍ତ କରିବା ପାଇଁ ଐକ୍ୟବଦ୍ଧ ଉଦ୍ୟମର ଆବଶ୍ୟ କତା ରହିଛି । ସମସ୍ତ କର୍ମୀ ଏକ ମନ ଏକ ପ୍ରଣରେ ଉଦ୍ୟମ କରିବା ସହ ସଙ୍ଗଠନକୁ ମଦବୁଦ୍ କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବା ଜରୁରୀ । ଏଥିପାଇଁ ସମସ୍ତେ ସଂକଳ୍ପବଦ୍ଧ ହେବା ସହିତ ବିଜୁ ଜନତା ଦଳର ନୀତି ଆଦର୍ଶକୁ ବଜାୟ ରଖିବା ଏବଂ […]

କେନ୍ଦ୍ରାପଡା,୨୬ା୧୨: ୭୧ତମ ରାଜ୍ୟ ଦୈାଡକୁଦ ପ୍ରତିଯୋଗିତା ୨୬/୧୨/୨୦୨୫ରୁ ୩୦/୧୨/୨୦୨୫ପର୍ଯ୍ୟନ୍ତ କଟକ ବାରବାଟି ଷ୍ଟାଡିୟମରେ ରାଜ୍ୟ ଦୈାଡକୁଦ ଆସୋସିଏସନ୍ ତରଫରୁ ଅନୁଷ୍ଠିତ ହେବ । ଏଥିରେ କେନ୍ଦ୍ରାପଡା ଜିଲ୍ଲାର ୪୫ଜଣ ବାଳକ ଓ ବାଳିକା ବୟସ ୨୩,୨୦,୧୮,୧୬ ଓ ୧୪ ବର୍ଷ ବୟସର ୪୫ଜଣ ଖେଳାଳୀ ରାଜ୍ୟ କ୍ରୀଡା ପ୍ରତି ଯୋଗିତାରେ ଭାଗ ନେବେ ବୋଲି କ୍ରୀଡା ସଂସଦର ସାଧାରଣ ସମ୍ପାଦକ ସୟଦ ଅକମଲ ଅଲ୍ଲୀ ଜଣାଇଛନ୍ତି । ମ୍ୟାନେଜର ଗୁପେ […]

କେନ୍ଦ୍ରାପଡ଼ା,୨୬ା୧୨:ବଳଦେବ ସେନା ଆନୁକୂଲ୍ୟରେ ଷଷ୍ଠ ବାର୍ଷିକ ରକ୍ତଦାନ ଶିବିର ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ଯାତ୍ରୀ ନିବାସ ପରିସରରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ମାନବିକ କାର୍ଯ୍ୟକ୍ରମରେ ସେନାର ସଦସ୍ୟମାନଙ୍କ ସହିତ ସ୍ଥାନୀୟ ଅଞ୍ଚଳବାସୀଙ୍କ ଉଲ୍ଲେଖନୀୟ ତଥା ଉତ୍ସାହଜନକ ସହଭାଗିତା ପ୍ରକାଶ ପାଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାରର କର୍ମଚାରୀ ରାକେଶ କୁମାର ମିଶ୍ରଙ୍କ ସଂଯୋଜନାରେ ମୋଟ ୫୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଏହା […]

Breaking News