ସରକାର ମେଡିକାଲ୍ କଲେଜ୍ ପ୍ରତିଷ୍ଠା ଘୋଷଣା କରନ୍ତୁ

blank
କେନ୍ଦ୍ରାପଡ଼ା, ୧୩ା୬: କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡାର ରାମନଗର ଠାରେ ଜିଲ୍ଲା ମହୋତ୍ସବ ପାଳନ ଉତ୍ସବରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ଏବଂ ନିକଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ରାପଡା ଜିଲ୍ଲା ଗସ୍ତରେ ଆସିଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ ପ୍ରତିଷ୍ଠା ହେବ ବୋଲି ଘୋଷଣା କରିଥିଲେ। ସମଗ୍ର ରାଜ୍ୟରେ ୧୭ଟି ମେଡିକାଲ୍ କଲେଜ୍ ପ୍ରତିଷ୍ଠା କରାଯାଇ କାର୍ଯ୍ୟକାରୀ ହେବାପାଇଁ ଯାଉଛି। ଉପକୂଳବର୍ତ୍ତୀ ଜିଲ୍ଲାରେ କେବଳ କେନ୍ଦ୍ରାପଡା ଜିଲ୍ଲା ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାରେ ମେଡିକାଲ୍ କଲେଜ୍ ପ୍ରତିଷ୍ଠା ପାଇଁ ଘୋଷଣା ସହ ଅର୍ଥ ବ୍ୟବସ୍ଥା କରିଛନ୍ତି। ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ମିଳିତ କ୍ରିୟାନୁଷ୍ଠାନ କମିଟି ବୈଠକରେ ସଭାପତି ଅଜୟ ସାମଲ, ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ପ୍ରଫୁଲ୍ଲ ଦାସ, ଫକୀର ଚରଣ ଖଟୁଆ, ରାଜକୁମାର ବିଶ୍ୱାଳ, ମୁକ୍ତାର ଖାଁ, ଆଦିକନ୍ଦ ରାଉଳ, ଉପେନ୍ଦ୍ରନାଥ ପ୍ରଧାନ, ଗୋଲଖ ଚନ୍ଦ୍ର ମହାଭୋଇ, ଭାଗିରଥି ଜେନା, ବିଭୁ ପ୍ରସାଦ ଜେନା, ପ୍ରମୋଦ କୁମାର ବେହେରା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ସରକାର ଆଗାମୀ ବିଧାନସଭା ଅଧିବେଶନରେ କେନ୍ଦ୍ରାପଡାରେ ମେଡିକାଲ୍ କଲେଜ୍ ପ୍ରତିଷ୍ଠା ପାଇଁ ଘୋଷଣା କରିବା ସହ ଅର୍ଥ ବ୍ୟବସ୍ଥା କରିବା ପାଇଁ ସରକାରଙ୍କୁ ଅନୁରୋଧ ଜଣାଇଛନ୍ତି। ଯଦି ସରକାର ଏହାକୁ କାର୍ଯ୍ୟକାରୀ ନ କରନ୍ତି ତେବେ ଆଗାମୀ ଦିନରେ ଜିଲ୍ଲାର ସମସ୍ତ ବ୍ଲକ ଏବଂ ସହରାଞ୍ଚଳରେ ସଂଗଠନ ପକ୍ଷରୁ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ବୋଲି ମିଳିତ କ୍ର‌୍ୟୀାନୁଷ୍ଠାନ କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି।

Next Post

ଭିନ୍ନକ୍ଷମ ଶିଶୁଙ୍କୁ ପ୍ରୋଷ୍ଟେଟିକ୍ ଉପକରଣ ପ୍ରଦାନ

Fri Jun 13 , 2025
କେନ୍ଦ୍ରାପଡ଼ା,୧୩ା୬: ପୁନର୍ବାସ ଥେରାପି କେନ୍ଦ୍ରରେ ଭିନ୍ନକ୍ଷମଙ୍କ ପାଇଁ କାର୍ଯ୍ୟରତ ଅନୁଷ୍ଠାନ “ପୁନର୍ବାସ” ପକ୍ଷରୁ “ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ” ସହାୟତାରେ ଭିନ୍ନକ୍ଷମ ଶିଶୁଙ୍କ ପ୍ରୋଷ୍ଟେଟିକ୍ ଉପକରଣ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚଳିତ ମାସ ପହିଲାରେ ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠିତ ୧୦ ଜଣ ଶିଶୁଙ୍କ ପ୍ରୋଷ୍ଟେଟିକ୍ ମାପ ନିର୍ଦ୍ଧାରଣ କରାଯାଇଥିଲା। ସେହି ଅନୁଯାୟୀ ଗୁରୁବାର ପୁନର୍ବାସ ଥେରାପି କେନ୍ଦ୍ରରେ ପ୍ରଥମ ପର୍ଯ୍ୟାୟର ପ୍ରସ୍ତୁତ ପ୍ରୋଷ୍ଟେଟିକ୍ ଉପକରଣ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading