
ପଟ୍ଟାମୁଣ୍ଡାଇ ୧୫/୬ – ଓଡ଼ିଶାର ସର୍ବବୃହତ ପଂଚକଳା ପ୍ରତିଷ୍ଠାନ ଗୋପାଳ ଦାଶ ସ୍ମାରକୀ କଳା ମନ୍ଦିର (ଗଡମେକର)ର ରଙ୍ଗାରଙ୍ଗ୍ ସାଂସ୍କୃତିକ ବିଚିତ୍ରା “ରଜମଉଜ” ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହିତ ରଜ ସଂକ୍ରାନ୍ତି ରବିବାର ଦିନ ପୂର୍ବାହ୍ନରେ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନସିପୁର-ବଡ଼ମୂଳବସନ୍ତ ସ୍ଥିତ ଗୋପାଳ ଦାଶ ସ୍ମାରକୀ ଭବନରେ ପରିବେଷିତ ହୋଇଯାଇଛି। ଅନୁଷ୍ଠାନର ପ୍ରତିଷ୍ଠାତା-ନିର୍ଦ୍ଦେଶକ ଗୁରୁଶ୍ରୀ ସୁଶାନ୍ତ ପାଣିଙ୍କ ପୌରୋହିତ୍ୟରେ ଆୟୋଜିତ “ରଜମଉଜ”କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥ୍ ଭାବେ ଗୁରୁଶ୍ରୀ ସମୀରଞ୍ଜନ ଦାସ ଓ ଗୁରୁଶ୍ରୀ ରମେଶ କୁମାର ଦେ ଯୋଗ ଦେଇଥିଲେ । ଏହି ରଜ ମଉଜ ଉପଲକ୍ଷେ ଗଣକବି ଗୋପାଳ ଦାଶଙ୍କ ରଚିତ “ଗୋପାଳ ସଙ୍ଗୀତ”, ବୃନ୍ଦଗାନ ରଥଯାତ୍ରା ଓ ମାଟିମମତା, ଶାସ୍ତ୍ରୀୟ ଓଡ଼ିଶୀ ମଙ୍ଗଳାଚରଣ ପଂଚଦେବ, ବଟୁନୃତ୍ୟ,ପରିବେଷଣ କରାଯାଇଥିଲା। ଅଭିନୟରେ ସଜ କଞ୍ଜ ନୟନା, ସମ୍ବଲପୁରୀ ନୃତ୍ୟ, ତାଳବାଦ୍ୟ ତ୍ରିତାଲ୍ ସହିତ ନୃତ୍ୟରୂପକ “ରଜ ମଉଜ” ଥିଲା ସାଂସ୍କୃତିକ କାର୍ଯ୍ୟକ୍ରମର ଆକର୍ଷଣ ଓ କେନ୍ଦ୍ରବିନ୍ଦୁ।ଏହି କାର୍ଯ୍ୟକ୍ରମକୁ ସାଇ ସ୍ୱରାଜ ଶତପଥୀ, ସ୍ମୃତିପ୍ରିୟା ପ୍ରଧାନ, ବୈଶାଖୀ ରାଉତ, ସମ୍ପୂର୍ଣ୍ଣଇନ୍ଦୁ ପାଣି, ବିଶ୍ୱମୋହିନୀ ଦାସ, ରୀତା ସେଠୀ, ଧ୍ରୁବଚରଣ ସାହୁ ପ୍ରମୁଖ ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ଶତାବ୍ଦିକ ଆକାଶବାଣୀ/ଦୂରଦର୍ଶନ ସ୍ୱୀକୃତିପ୍ରାପ୍ତ ପଂଚକଳା ଶିଳ୍ପୀ ପରିବେଷଣ କରିଥିଲେ । ଅନୁଷ୍ଠାନର ଫୁଲଫୁଟା ବେଳର କଳାକାରମାନଙ୍କ ମଧ୍ୟରେ ଥିଲେ ସର୍ବଶ୍ରୀ ଅକ୍ଷୟ ମଲ୍ଲିକ, ବିଶ୍ୱଜିତ ଦାସ, ସମୀର ପଣ୍ଡା, ପ୍ରମୋଦ ସାହୁ, ଋତୁରାଜ ନାୟକ, ସରୋଜ ପଣ୍ଡା, ପ୍ରିୟଙ୍କା ବେହେରା, ତାନିତମନ୍ନା ପ୍ରଧାନ, ସ୍ମୃତିରାଣୀ ସେଠୀ, ସୁଶ୍ରୀ ସମନ୍ୱିତା ଦାଶ, ସାଇ ସମୀକ୍ଷା ସାହୁ, ପ୍ରତୀକ୍ଷା ମହାନ୍ତି, ଏମ୍ ଡି ଆକାଂକ୍ଷା ପଣ୍ଡା, ବୈଶାଳୀ ରାଉତ, ପୂଜା ମଳିକ, ଅନୁଷ୍କା ସ୍ୱାଇଁ, ଶୁଭଦର୍ଶିନୀ ପାଢ଼ୀ, ଦୀପିକା ପ୍ରଧାନ, ଲକ୍ଷ୍ମୀପ୍ରିୟା ଦାସ, ଶିବାନୀ ବେହୁରା, ପ୍ରିୟାଂଶୀ ମଲିକ, ପ୍ରତୀକ୍ଷା ବାରିକ, ଟିଏସ୍ ସାଇସ୍ନିଗ୍ଧା ପ୍ରମୁଖ ଶତାଧ୍ୱକ ଶିଳ୍ପୀବୃନ୍ଦ ସାମିଲ ହୋଇଥିଲେ।
