କେନ୍ଦ୍ରାପଡ଼ା,୧୦ା୫: ଭାରତୀୟ ବୀର ସୈନିକମାନଙ୍କୁ ଉତ୍ସାହିତ କରିବା ପାଇଁ ଆସନ୍ତା କାଲି ମେ ୧୧ ତାରିଖ ରବିବାର ସମଗ୍ର ରାଜ୍ୟରେ ଜନଶୋଭାଯାତ୍ରା ଆୟେଜେିତ ହେବ। ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଏହି ଶୋଭାଯାତ୍ରା ସକାଳ ୮ ଟାରୁ ଆରମ୍ଭ ହୋଇ ୧୦ଟା ମଧ୍ୟରେ ଶେଷ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଭାସି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ରାଜ୍ୟସ୍ତରୀୟ ଶୋଭାଯାତ୍ରାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭ ଉଦ୍ଘାଟନ କରିବେ। ରାଜ୍ୟରେ ସମସ୍ତ ଜିଲ୍ଲା, ଉପଖଣ୍ଡ ଓ ବ୍ଲକ ମହକୁମାରେ ଶୋଭାଯାତ୍ରାର ଆୟୋଜନ କରାଯିବ। ଏହି ରାଲି ମୁଖ୍ୟତଃ ମୋଟରସାଇକଲ ରାଲି ହେବ। ଏହି ଶୋଭାଯାତ୍ରାରେ ଛାତ୍ରଛାତ୍ରୀ, ଏନ୍ସିସି କ୍ୟାଡେଟ୍, କ୍ରୀଡ଼ାବିତ, ପୋଲିସ, ଶିକ୍ଷକ, ଶିକ୍ଷୟିତ୍ରୀ, ଜନସାଧାରଣ, ଜନପ୍ରତିନିଧି ପ୍ରମୁଖ ଯୋଗେଦେବେ। ଏହି କ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଏହି ଶୋଭଯାତ୍ରା ଆୟୋଜନ ପାଇଁ ଭାରପ୍ରାପ୍ତ ଜିଲ୍ଲାପାଳ ତଥା ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଜାମ୍ବର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଭାସୀ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ମଲ୍ଲିକ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଦେବାଶିଷ ଧଳ, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ଜିଲ୍ଲାସ୍ତରୀୟ ଅଧିକାରୀ, କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇ ପୌରପରିଷଦ ନିର୍ବାହୀ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ଗ୍ରୀଷ୍ମପ୍ରବାହ ଓ ଆଇନ୍ଶୃଙ୍ଖଳା ଦୃଷ୍ଟିରୁ ଏହି ଶୋଭାଯାତ୍ରା ଇଚ୍ଛାପୁର ରଥଦାଣ୍ଡରୁ ବାହାରି ସହରର ପୁରୁଣା ବସଷ୍ଟାଣ୍ଡ ଦେଇ ତିନିମୁହାଣୀରେ ପହଞ୍ଚିବ। କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପଡିଆରେ ଏହା ଶେଷ ହେବ ବୋଲି ପ୍ରାରମ୍ଭିକ ଆଲୋଚନା ହୋଇଛି।
Next Post
ବିଧାୟକଙ୍କ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିଦର୍ଶନ ଓ ସମୀକ୍ଷା
Sat May 10 , 2025
କେନ୍ଦ୍ରାପଡା ୧୦/୫: କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଶନିବାର କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିଦର୍ଶନ କରିବା ସହିତ କଲେଜ ଅଧ୍ୟକ୍ଷଙ୍କ ସହ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ଓ ତାହାର ନିରାକରଣ ବିଷୟରେ ଆଲୋଚନା କରିଥିଲେ। ମୁଖ୍ୟତଃ ଜମି ସମସ୍ୟା, କଲେଜର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ, କିଛି ନୂତନ ପ୍ରକଳ୍ପ ଓ ଏକ ବିଜ୍ଞାନ ରିସର୍ଚ୍ଚ ଲ୍ୟାବର ପ୍ରତିଷ୍ଠା ପାଇଁ ଆଲୋଚନା ହୋଇଥିଲା । କଲେଜର ବିଭିନ୍ନ ସମସ୍ୟା […]

ଲୋକମତ
- 10 months ago
ଆୟକର ନୋଟିସ ଜାରିକରି ବିବାଦରେ ଶିକ୍ଷା କାର୍ଯ୍ୟାଳୟ
- 9 months ago
ଶିଶୁ ଥେରାପି କେନ୍ଦ୍ର ପାଇଁ ଦାନ
