
କେନ୍ଦ୍ରାପଡା ୧୮/୨- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ସର୍ବ ପୁରାତନ ଗୁଲନଗର ହାଇସ୍କୁଲର ୧୯୭୩ ମସିହା ମ୍ୟାଟ୍ରିକ ବ୍ୟାଚର ପୁରାତନ ଛାତ୍ର/ଛାତ୍ରୀମାନଙ୍କର ନିଆରା ପରମ୍ପରାରେ ନିରାଡମ୍ବର ଭାବରେ ଆଧ୍ୟାତ୍ମିକ ପରିବେଶ ଭିତରେ ସାଲେପୁରର ଜଗନ୍ନାଥ ମନ୍ଦିର ଓ ସାଇଶ୍ୱରି ମନ୍ଦିର ପରିସରରେ ବଂଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଏହି ଉତ୍ସବରେ ପୁରାତନ ଛାତ୍ର ଲକ୍ଷ୍ମୀଧର ଦାସଙ୍କ ତତ୍ୱାବଧାନରେ ବଂଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଉକ୍ତ ଉତ୍ସବରେ ଭରତ ଚରଣ ସାହୁ ସଭାକୁ ପରିଚାଳନା କରିଥିଲେ । ଦିର୍ଘ ୫୧ବର୍ଷ ପରେ ସମସ୍ତ ବନ୍ଧୁମାନେ ଏକାଠି ହେଇଥିବାରୁ ସମସ୍ତଙ୍କ ମନରେ ଉତ୍ସାହ ଉଦ୍ଦିପନା ସୃଷ୍ଟି ହୋଇଥିଲା । ଏହି ଅବସରରେ ସମସ୍ତ ବନ୍ଧୁମାନେ ଆଧ୍ୟାତ୍ମକ ଆଲୋଚନା କରି କହିଥିଲେ ଯେ ବର୍ତ୍ତମାନ ସମୟରେ ଶରୀର ସୁସ୍ଥ ରହିବାକୁ ହେଲେ ଯୋଗ ନିହାତି ଆବଶ୍ୟକ । ସବୁଦିନ ଯୋଗ କରିବା ସହିତ ଭଗବାନଙ୍କୁ ସ୍ମରଣ କରିବା ଓ ଅସହାୟ ଲୋକମାନଙ୍କୁ ସାହାର୍ଯ୍ୟ କରିବକୁ ନିଷ୍ପତ୍ତି ନେଇଥିଲେ । ଦ୍ୱିବଂଗତ ଶିକ୍ଷକ ଏବଂ ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ଆତ୍ମାର ସଦଗତି ପାଇଁ ୨ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ପୁରାତନ ଛାତ୍ର ନିରଞ୍ଜନ ପାତ୍ର, ବାନାମ୍ୱର ନାୟକ, ପିତାମ୍ବର କର, ନଳିନି କାନ୍ତ ନାୟକ, ଗୋକୁଳ ପ୍ରଧାନ, ରାମଚନ୍ଦ୍ର ପଣ୍ଡା, କବୟିତ୍ରୀ ସାବିତ୍ରୀ ଦାସ, ସାବିତ୍ରୀ ସାହୁ, ନୟନା ରାଣୀ ସିଂ, ପ୍ରତିଭା ସାହୁ, ମମତା ବଳ ସହିତ ପ୍ରାୟ ୫୦ରୁ ଉର୍ଦ୍ଧ ପୁରାତନ ଛାତ୍ର/ଛାତ୍ରୀ ମାନେ କାର୍ଯକ୍ରମରେ ଉପସ୍ଥିତ ରହି ସହୋଯୋଗ କରିଥିଲେ। କୌଣସି ସାଜସଜ୍ଜା ଓ ବିନା ବାଦ୍ୟ ଯନ୍ତ୍ରରେ ଏଇ କାର୍ଯକ୍ରମ ନିରାଡମ୍ବର ଭାବରେ କରାଯାଇଥିଲା। ପୁରାତନ ଛାତ୍ର ଛାତ୍ରୀ ମାନଙ୍କର ଏଇଭଳି କାର୍ଯକ୍ରମକୁ ସ୍ଥାନୀୟ ଜନସାଧାରଣ ପ୍ରଶଂସା କରିଛନ୍ତି।
