ମନରେଗାରେ ଫାର୍ମ ପୋଖରୀ ଖୋଳା ଘଟଣା ମହାଦୁର୍ନୀତି ହୋଇଥିବା ନେଇ ଲୋକାୟୁକ୍ତଙ୍କୁ ଅଭିଯୋଗ

blank
କେନ୍ଦ୍ରାପଡ଼ା,୧୧ା୩: ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ନିଯୁକ୍ତି ଯୋଜନା ଅଧିନରେ ଫାର୍ମ ପୋଖରୀ ଖୋଳାଯାଇଥିବା ଘଟଣାରେ ମହାଦୁର୍ନୀତି ହୋଇଥିବା ନେଇ ଓଡିଶା ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଛି। ଅଭିଯୋଗରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ କୁରୁଜଙ୍ଗା ଗ୍ରାମପଞ୍ଚାୟତର ମହେଶପୁର-ଶଙ୍କରପୁର ଗ୍ରାମରେ ଆର୍ଥିକ ବର୍ଷ ୨୦୨୩-୨୪ରେ ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ମନରେଗା ଯୋଜନାରେ କୃଷ୍ଣଚନ୍ଦ୍ର ସାହୁଙ୍କ ଫାର୍ମ ପୋଖରୀ ଖୋଳାଯାଇଥିଲା। ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ଏହି ପୋଖରୀ ଖୋଳାଯିବା ପାଇଁ ୧ଲକ୍ଷ ୮୩ହଜାର ଟଙ୍କା ମଞ୍ଜୁର କରାଯାଇଥିଲା। ହିତାଧିକାରୀ କୃଷ୍ଣଚନ୍ଦ୍ର ସାହୁ ଖାତା ନମ୍ବର ୬୦ ଓ ପ୍ଲଟ ନମ୍ବର- ୧୧୦ ଉପରେ ଏହି ପୋଖରୀ ଖୋଳିଥିଲେ। ଏହି ଜମିଟି ଗ୍ରାମଦେବୀ ମା’ଅନନ୍ତକୁମାରୀ ଠାକୁରାଣୀଙ୍କ ନାମରେ ରେକର୍ଡ ଭୁକ୍ତ ରହିଛି। ଏତଦ୍‌ବ୍ୟତିତ କେନ୍ଦ୍ର ସରକାରଙ୍କ ମନରେଗା ଯୋଜନାରେ ଖୋଳାଯାଇଥିବା ଏହି ପୋଖରୀ ନିମନ୍ତେ ଜେସିବି ଓ ଟ୍ରାକ୍ଟର ପ୍ରଭୃତି ମେସିନ ବ୍ୟବହାର କରାଯାଇଛି। ମନରେଗା ଯୋଜନାର ଉଦେଶ୍ୟକୁ ସଂପୂର୍ଣ୍ଣ ଭାବେ ପରାହତ କରାଯାଇ ଠାକୁରାଣୀଙ୍କ ଜମିରେ ମେସିନ ଲଗାଇ ପୋଖରୀ ଖୋଳାଯାଇଥିବା ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି। ଏଥିନିମନ୍ତେ ହିତାଧିକାରୀଙ୍କୁ ଏକଲକ୍ଷ ୧୭ହଜାର ୨୪ଟଙ୍କା ପ୍ରଦାନ କରାଯାଇଛି। ଯାହା ସଂପୂର୍ଣ୍ଣର୍ ଆଇନର ବିରୋଧାଚରଣ କରୁଛି। ଏସମ୍ପର୍କରେ ଅଭିଯୋଗକାରୀ ଶ୍ରୀ ମହାନ୍ତି ଜିଲ୍ଲାପାଳ, ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ, ଡେରାବିଶ ବ୍ଲକର ବିଡିଓ, ମୃତ୍ତିକା ସଂରକ୍ଷଣ ବିଭାଗର ସହକାରୀ ନିର୍ଦେଶକ, କୃଷି ଓ କୃଷକ ଶସକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ ବି କୈାଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା। ଏଣୁ ଏହି ପୋଖରୀ ଖୋଳାରେ ମହାଦୁର୍ନୀତି ହୋଇଥିବା ନେଇ ଶଙ୍କରପୁର ଗ୍ରାମବାସୀଙ୍କ ପକ୍ଷରୁ ପ୍ରବୋଧ ମହାନ୍ତି ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏହି ଘଟଣାର ତଦନ୍ତ କରାଯାଇ ଆବଶ୍ୟକ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବାକୁ ଶ୍ରୀ ମହାନ୍ତି ଲୋକାୟୁକ୍ତଙ୍କୁ ନିବେଦନ କରିଛନ୍ତି।

Next Post

ବିଧାନସଭା ଗୃହରେ ସୃଷ୍ଟି ହେଲା କଳଙ୍କିତ ଅଧ୍ୟାୟ : ତାରା ପ୍ରସାଦ ବାହିନୀପତିଙ୍କୁ ଗୃହରୁ ୭ ଦିନ ପାଇଁ ନିଲମ୍ବିତ , ମୁକେଶ ମହାଲିଙ୍ଗଙ୍କ ଆଶାଳୀନ ମନ୍ତବ୍ୟକୁ ନେଇ ଝଡ

Tue Mar 11 , 2025
ଭୁବନେଶ୍ୱର ୧୧/୩- ଓଡ଼ିଶା ବିଧାନସଭାରେ ମଙ୍ଗଳବାର ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ତୃତୀୟ ଦିନରେ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକମାନେ ପ୍ରତିବାଦ ଓ ହଟ୍ଟଗୋଳ ଜାରି ରଖିଥିବାବେଳେ ଶାସକ ବିଜେପି ବିଧାୟକମାନଙ୍କ ସହ ଧସ୍ତାଧସ୍ତି ଭଳି ସ୍ଥିତି ଉପୁଜିଥିଲା । ବାଚସ୍ପତି ସୁରମା ପାଢ଼ୀ ମଙ୍ଗଳବାର ସନ୍ଧ୍ୟାରେ କଂଗ୍ରେସର ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ୭ଟି କାର୍ଯ୍ୟଦିବସ ପାଇଁ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading