ବିପୁଳ ପରିମାଣର ଗୁଳି ଓ ୩ ବନ୍ଧୁକ ଜବତ , କ୍ୟୁରେସି ମହଲାରେ ପୋଲିସର ଚଢାଉ ଜାରି

blank
କେନ୍ଦ୍ରାପଡ଼ା,୯ା୫:କେନ୍ଦ୍ରାପଡ଼ା ଟାଉନଥାନା ଅଧିନ କ୍ୟୁରେସୀ ମହଲାରେ ଗୁରୁବାର ବିଳମ୍ବିତ ରାତିରେ ବିପୁଳ ପରିମାଣର ଗୁଳି ଓ ବନ୍ଧୁକ ଥିବା ସୂଚନା ମିଳିିବା ପରେ ଟାଉନ ଥାନା ପୋଲିସର ପକ୍ଷରୁ ଚଢାଉ କରାଯାଇଥିଲା। ଶୁକବାର ମଧ୍ୟ ସେହି ସେହି ଚଢାଉ ଜାରି ରହିଥିବା ପୋଲିସ କହିଛି। ଏହି ବନ୍ଧୁକ ଓ ଗୁଳି ରଖିଥିବା ଯୁବକଙ୍କୁ  ସନ୍ଦେହ କରାଯାଉଥିବା ବେଳେ ପୋଲିସ ଏ ଦିଗରେ କିଛି ସ୍ପଷ୍ଟ ସୂଚନା ଦେଇନାହିଁ। ସଂପୃକ୍ତ ଯୁବକ ଜଣକ ଫେରାର ଥିବାରୁ ବିଶେଷ କିଛି ତଥ୍ୟ ମିଳିପାରୁନାହିଁ ବୋଲି କେନ୍ଦ୍ରାପଡା ଏସ୍‌ଡିପିଓ ଜ୍ୟୋତିରଞ୍ଜନ ଗୌଡ଼ କହିଛନ୍ତି।

ସେ କହିଛନ୍ତି ଯେ ବିଶେଷ ସୂତ୍ରରୁ ଖବର ମିଳିଲା ଯେ ଜଣେ ଯୁବକଙ୍କ ଘରେ ବହୁ ପରିମାଣର ଗୁଳି ଓ ବନ୍ଧୁକ ମହଜୁଦ ରହିଛି। ଏହି ଖବର ପାଇବା ପରେ କେନ୍ଦ୍ରାପଡ଼ା ଟାଉନ୍ ଥାନା ପୋଲିସର ଏକ ଟିମ୍ କ୍ୟୁରେସୀ ମହଲାରେ ଚଢାଉ କରିଥିଲା। ଚଢାଉ ବେଳେ ୩ଟି ବନ୍ଧୁକ ଓ ୭୦ ରାଉଣ୍ଡ ଗୁଳି ସମେତ ୫ଟି ମାଗାଜିନ ଜବତ କରାଯାଇଥିଲା। ତେବେ ଯୁବକ ଜଣକ କେଉଁ ଉଦ୍ଦେଶ୍ୟରେ ବନ୍ଧୁକ ରଖିଥିଲେ ଓ ସେ ଏତେ ପରିମାଣର ଗୁଳି କେଉଁଠୁ ଆଣିଲେ ସେ ନେଇ କିଛି ସ୍ପଷ୍ଟ ତଥ୍ୟ ମିଳି ପାରିନାହିଁ। ଯୁବକ ଜଣକ ଗିରଫ ହେବା ପରେ ପ୍ରକୃତ ତଥ୍ୟ ମିଳିବ ବୋଲି ଏସ୍‌ଡିପିଓ ଶ୍ରୀ ଗୌଡ଼ କହିଛନ୍ତି। ଅପରପକ୍ଷରେ ପୋଲିସ ଯୁବକଙ୍କ ପତ୍ନୀଙ୍କୁ ଥାନାକୁ ଆଣି ଜେରା କରିଥିଲା। ହେଲେ ବିଳମ୍ବିତ ରାତିରେ ଜେରା ଚାଲିଥିବା ବେଳେ ଯୁବକଙ୍କ ସପକ୍ଷରେ ଶତାଧିକ ମହିଳା ଥାନାକୁ ଆସି ଥାନା ଘେରାଉ କରିଥିଲେ। ଫଳରେ ପୋଲିସ ବାଧ୍ୟହୋଇ ମହିଳାଙ୍କୁ ଥାନାରୁ ଛାଡି ଦେଇଥିଲା।

ଅନ୍ୟପକ୍ଷରେ ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିବା ପରେ ଭାରତରେ ଥିବା ପାକିସ୍ତାନର ଖୁପିଆ ସଂଗଠନ ଗୁଡିକ ସକ୍ରିୟ ହୋଇ ଉଠିଛନ୍ତି। ଏହି ସଂଗଠନ ଗୁଡିକ ଭାରତରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଯୋଜନା କରୁଥିବା ସନ୍ଦେହ କରାଯାଉଛି। ଅତୀତରେ ମଧ୍ୟ ଭାରତରେ ପାକିସ୍ତାନ ସହ ସଂପର୍କ ଥିବା ଅନେକ ସଂଗଠନ ଭାରତରେ ହମଲା କରିଛନ୍ତି। ସେହି ଦୃଷ୍ଟିରୁ ଜଣେ  ଯୁବକଙ୍କ ଘରୁ ଏତେ ପରିମାଣର ଗୁଳି ଓ ବନ୍ଧୁକ ମିଳିବା ଘଟଣା ନେକ ସନ୍ଦେହ ସୃଷ୍ଟି ହୋଇଛି। ହେଲେ ପୋଲିସ ଏ ଦିଗରେ ସ୍ପଷ୍ଟ ସୂଚନା ଦେଇପାରୁନାହିଁ।

ଥାନାଧିକାରୀ ଦିଲ୍ଲୀପ କୁମାର ସାହୁଙ୍କୁ ଏସମ୍ପର୍କରେ ପଚାରିବାରୁ ସେ କହିଲେ ଯେ ଆମେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ଯେ ଯୁବକ ଜଣକ ଏତେ ପରିମାଣର ଗୁଳି ଓ ବନ୍ଧୁକ ଆଣି ଘରେ କାହିଁକି ରଖିଥିଲେ। ତାଙ୍କ ଉଦ୍ଦେଶ୍ୟ କ’ଣ ଥିଲା। ଯେପର୍ଯ୍ୟନ୍ତ ଯୁବକ ଜଣକ ଗିରଫ ହୋଇନାହିଁ ସେ ପର୍ଯ୍ୟନ୍ତ ସଠିକ ତଥ୍ୟ ଜଣାପଡିବ ନାହିଁ। ଯୁବକଙ୍କୁ ଗିରଫ କରାଯିବା ପରେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ ବୋଲି ଥାନାଧିକାରୀ ଶ୍ରୀ ସାହୁ କହିଛନ୍ତି।

Next Post

ଭାରତ ସହ ଯୁଦ୍ଧ ଘୋଷଣା କଲା ପାକିସ୍ତାନ ସେନା, ଆଉ ପଛକୁ ଫେରିବୁନି

Fri May 9 , 2025
  ନୂଆଦିଲ୍ଲୀ ୧୦/୫- ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଶୀର୍ଷରେ ପହଞ୍ଚିଛି। ଏବେ ପାକିସ୍ତାନ ସେନା ସିଧାସଳଖ ଯୁଦ୍ଧ ଘୋଷଣା କରିଛି। ଅଲ ଜାଜିରା ଅନୁଯାୟୀ, ପାକିସ୍ତାନୀ ସେନା କହିଛି ଯେ ‘ଆମେ ଭାରତ ସହିତ ଯୁଦ୍ଧ ସ୍ଥିତିରେ ଅଛୁ।’ ଏହି ବୟାନ ଏପରି ଏକ ସମୟରେ ଆସିଛି ଯେତେବେଳେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ ପୂର୍ବରୁ କହିସାରିଛନ୍ତି ଯେ ଭାରତ ସହିତ ଯୁଦ୍ଧ ଏବେ ନିଶ୍ଚିତ। […]

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading