ରଜ ମହୋତ୍ସବ-୨୦୨୫ ପାଇଁ କେନ୍ଦ୍ରାପଡାରେ ପ୍ରସ୍ତୁତି ବୈଠକ

blank
କେନ୍ଦ୍ରାପଡ଼ା,୨୫ା୫: ଭାରତୀୟ ସଂସ୍କୃତିରେ ପର୍ବପର୍ବାଣୀଗୁଡିକ ଆମ ଜୀବନ ସହିତ ଅଙ୍ଗାଅଙ୍ଗୀ ଭାବେ ଜଡିତ । ସାମାଜିକ ଜୀବନକୁ ସରସ ସୁନ୍ଦର କରିବା ପାଇଁ ସାଧାରଣତଃ ପର୍ବଗୁଡିକ ପାଳନ କରାଯାଏ । ଓଡିଶାରେ ପାଳନ କରାଯାଉଥିବା ପର୍ବ ଗୁଡିକ ମଧ୍ୟରୁ ଏକ କୃଷିଭିତ୍ତିକ ମହାନ୍ ପର୍ବ ଅଟେ ରଜ ଯାହା ଝିଅ, ବୋହୂମାନଙ୍କର ଏକ ପ୍ରଧାନ ପର୍ବ ଅଟେ । ପ୍ରତିବର୍ଷ ଭଳି ଚଳିତ ବର୍ଷ କିପରି ଶାନ୍ତିଶୃଙ୍ଖଳା ସହିତ ଏହି ରଜ ମହୋତ୍ସବକୁ ପାଳନ କରାଯିବ ଏଥିପାଇଁ କେନ୍ଦ୍ରାପଡାରେ “ମଦର ଟେରେସା” ଚାରିଟେବୁଲ ଟ୍ରଷ୍ଟ ଓ “ଶ୍ରୀରାମ ସେନା” ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକର ପ୍ରସ୍ତାବ ମୁତାବକ ଏହି ପର୍ବର ଶେଷ ଦିନରେ ତା୧୬ା୦୬ା୨୫ରିଖରେ କେନ୍ଦ୍ରାପଡା ଟାଉନ୍ ହଲ୍‌ରେ ଓଡିଶାର ବିଶିଷ୍ଟ ନୃତ୍ୟଶିଳ୍ପୀ, କଣ୍ଠଶିଳ୍ପୀ, ଚିତ୍ରଶିଳ୍ପୀ, ଅଭିନେତାମାନଙ୍କ ଦ୍ୱାରା ବିଭିନ୍ନ ଆମୋଦପ୍ରମୋଦ କାର୍ଯ୍ୟକ୍ରମ କରାଯିବ ଓ ଶେଷରେ ବିଭିନ୍ନ କ୍ଷେତ୍ରରେ ପାରିଦର୍ଶିତା ଅର୍ଜନ କରିଥିବା ପ୍ରତିଭାମାନଙ୍କୁ ସମ୍ମାନୀତ କରାଯିବାର ପ୍ରସ୍ତାବ ଅନୁମୋଦିତ ହୋଇଥିଲା । ଏହି ବୈଠକଟି “ମଦର ଟେରେସା” ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ଇଂ ସୌମ୍ୟରଞ୍ଜନ ଧଳଙ୍କ ଅଧ୍ୟକ୍ଷତାରେ ହୋଇଥିଲା । ଏହି ବୈଠକରେ “ଶ୍ରୀରାମ ସେନା”ର ଅଧ୍ୟକ୍ଷ ସାରଦା ପ୍ରସାଦ ରାଉତ ଓ ଅନ୍ୟ ସହଯୋଗୀ ଯୋଗ ଦେଇଥିଲେ ।

Next Post

ଭଜନ ସମ୍ରାଟ ଭିକାରୀ ବଳଙ୍କ ୯୬ତମ ଜୟନ୍ତୀ ଉତ୍ସବ ପାଳିତ ଭଜନ ସମ୍ରାଟଙ୍କ ଭଜନରେ ଶ୍ରଦ୍ଧାଳୁ ବିଭୋର

Sun May 25 , 2025
କେନ୍ଦ୍ରାପଡ଼ା,୨୫ା୫: ଭାବଗ୍ରାହୀ କଳା ନିକେତନ ଏବଂ ରେଡ଼ିଓ ଭାବଗ୍ରାହୀର ମିଳିତ ଆନୁକୂଲ୍ୟରେ ଚିର ସବୁଜ ଅକ୍ଷୟ ମହାନ୍ତି କକ୍ଷରେ ଓଡ଼ିଶାର କାଳଜୟୀ ସଙ୍ଗୀତଜ୍ଞ ଭଜନ ସମ୍ରାଟ ଭିକାରୀ ବଳଙ୍କ ୯୬ ତମ ପୁଣ୍ୟ ଜୟନ୍ତୀ ଉତ୍ସବ ଯଥାବିଧି ଅନୁଷ୍ଠିତ ହୋଇଯାଇଛି। ଗୀତିକାର ତଥା ସଙ୍ଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ସତୀର୍ଥର ସମ୍ପାଦକ କବି ମନ୍ମଥ ବରାଳ ମୁଖ୍ୟ ଅତିଥି ଏବଂ ବାଣୀ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading